ETV Bharat / state

ଫେରୁଛନ୍ତି ପ୍ରବାସୀ ଓଡିଆ, ବଖାଣୁଛନ୍ତି ଲକଡାଉନ ସମୟର ଦୟନୀତି ସ୍ଥିତି - corona virus

ପୁଣି ଗୁଜୁରାଟର ସୁରତ ରୁ ଦୁଇଟି ବସରେ ବାହାରିଥିବା ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାରେ ପହଁଞ୍ଚି ଯାଇଛନ୍ତି। ଆସିଥିବା ପ୍ରବାସୀ ଓଡ଼ିଆ ମାନେ ସୁରତରେ ଲକଡାଉନ ସମୟରେ କିପରି ଦୟନୀୟ ଅବସ୍ଥାରେ ଚଳୁଥିଲେ ତାହା ବଖାଣିଛନ୍ତି। ଅଧିକ ଖବର ପଢନ୍ତୁ...

explaining the plight of the lockdown time
ଫେରୁଛନ୍ତି ପ୍ରବାସୀ ଓଡିଆ, ବଖାଣୁଛନ୍ତି ଲକଡାଉନ ସମୟର ଦୟନୀତି ସ୍ଥିତି
author img

By

Published : May 2, 2020, 10:11 AM IST

ଭଞ୍ଜନଗର: ପୁଣି ଗୁଜୁରାଟର ସୁରତ ରୁ ଦୁଇଟି ବସରେ ବାହାରିଥିବା ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାରେ ପହଁଞ୍ଚି ଯାଇଛନ୍ତି। ଦୁଇଟି ବସରେ 107 ଓଡ଼ିଆ ଆସିଥିବା ଜଣାପଡିଥିବା ବେଳେ ଶୁକ୍ରବାର ରାତ୍ର 9 ଟା ବେଳେ ଭଞ୍ଜନଗର ଅତିକ୍ରମ କରି ସେମାନେ କୁଲାଡ଼ ଗ୍ରାମରେ ପହଞ୍ଚିଛନ୍ତି। ଆସିଥିବା 107 ପ୍ରବାସୀ ଓଡିଆ ଗଞ୍ଜାମ ଜିଲ୍ଲାର 12ଟି ବ୍ଲକର ବୋଲି ଜଣାପଡିଛି।

ଫେରୁଛନ୍ତି ପ୍ରବାସୀ ଓଡିଆ, ବଖାଣୁଛନ୍ତି ଲକଡାଉନ ସମୟର ଦୟନୀତି ସ୍ଥିତି

ପ୍ରବାସୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ପୋଲିସ ଓ ପ୍ରଶାସନ ସୁରକ୍ଷା ବଳରେ କୁଲାଡ଼ ସ୍ଥିତ ସରକାରୀ କବି ସମ୍ରାଟ ବିଦ୍ୟାପୀଠ ସ୍ଥିତ କ୍ଵାରେନଣ୍ଟାଇନରେ ରଖାଯାଇଛି। ସେଠାରେ ଦୁଇଟି ବସ ରେ ଆସିଥିବା ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।

explaining the plight of the lockdown time
ଫେରୁଛନ୍ତି ପ୍ରବାସୀ ଓଡିଆ, ବଖାଣୁଛନ୍ତି ଲକଡାଉନ ସମୟର ଦୟନୀତି ସ୍ଥିତି

ଆସିଥିବା ପ୍ରବାସୀ ଓଡ଼ିଆ ମାନେ ସୁରତରେ ଲକଡାଉନ ସମୟରେ କିପରି ଦୟନୀୟ ଅବସ୍ଥାରେ ଚଳୁଥିଲେ ତାହା କହିବା ସହିତ ନିଜ ଭିଟାମାଟିକୁ ଫେରିବାକୁ ପାଖରେ ପଇସା ନଥିଲା ନିଜ ନିଜ ଗ୍ରାମରୁ ଟଙ୍କା ମଗାଇ ବସ ଭଡ଼ା ଦେଇ ଆସିଛୁ ବୋଲି କହିଛନ୍ତି।

ଅନ୍ୟପଟେ ସେଠାକାର ସରପଞ୍ଚ କହିଛନ୍ତି ପ୍ରବାସୀ ଓଡ଼ିଆ ଭାଇ ମାନଙ୍କୁ କ୍ବାରେନଣ୍ଟାଇନରେ ରହିବା ଓ ଖାଇବା ସମସ୍ତ ବ୍ୟବସ୍ଥା କରାଯାଇଛି, କୌଣସି ଅସୁବିଧା ହେବନାହିଁ। 14 ଦିନ ଚାହୁଁ ଚାହୁଁ ଚାଲିଯିବ ଓ ସମସ୍ତେ ନିଜ ନିଜ ଘରକୁ ଫେରିବେ।

ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ,ବିଡ଼ିଓ ,ତହସିଲଦାର ,ପୋଲିସ ସହ ଅନ୍ୟ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ବସ ଦୁଇଟିକୁ ଦମକଳ ବାହିନୀ ଦ୍ୱାରା ବିଶୋଧନ କରାଯାଇଥିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.