ETV Bharat / state

ଆଦିବାସୀଙ୍କ ଆବାସ ଯୋଜନାରେ ମହାଦୁର୍ନୀତି ଅଭିଯୋଗ

author img

By

Published : Sep 15, 2020, 2:03 PM IST

କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ନିମନ୍ତେ ଆବାସ ଯୋଜନାରେ ନିରୀହ ଲୋକଙ୍କୁ ଘର ଖଣ୍ଡେ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ହେଲେ କିଛି ଅସାଧୁ ରାଜନେତା ମାନେ ଆବାସ ଯୋଜନାରେ ଘର ନ କରି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆଦିବାସୀଙ୍କ ଆବାସ ଯୋଜନାରେ ମହାଦୁର୍ନିତି ଅଭିଯୋଗ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଗୌଡ଼ଗୋଠ ପଞ୍ଚାୟତର ତୁହାର ଗ୍ରାମରେ ଆବାସ ଯୋଜନାରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି ଆଦିବାସୀ ଗ୍ରାମରେ 25 ପରିବାର ବସବାସ କରୁଥିବାବେଳେ 2017/18 ମସିହାରେ 10 ପରିବାରକୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲା କିନ୍ତୁ ଏହି ଅଦିବାସୀଙ୍କ ସରଳତାର ସୁଯୋଗ ନେଇ ପୂର୍ବତନ ସମିତିସଭ୍ୟ ପାଓଲ ଶବର ଓ ଚିତ୍ରସେନ ସବାସୁନ୍ଦର ଦୁହେଁ ମିଶିକରି ଆଦିବାସୀଙ୍କ ଗ୍ରାମରେ ପହଞ୍ଚି ତୁମେ ଘର କରିପାରିବ ନାହିଁ ଆମେ ତୁମର ଘର କରିଦେବୁ କହି ଲୋକଙ୍କୁ ପୁନାତି ଖୋଳି ବାକୁ କହିଲେ । ଲୋକମାନେ ଘର ଖଣ୍ଡିଏ ଆଶାରେ ପୁନାତି ଖୋଳି ପଥର ଗଦା କଲେ ପୁନାତି କାମ ହେଲା ଲୋକଙ୍କ ଠାରୁ ପାଓଲ ଓ ଚିତ୍ରସେନ ପାସବୁକ ଓ ଏଟିଏମ କାର୍ଡ ନେଇଗଲେ ତାପରେ ଆଉ ତୁହାର ଗ୍ରାମରେ ସେମାନଙ୍କର ଦେଖାମିଳିଲା ନାହିଁ । ଗୋଟିଏ ପଟେ ଲୋକଙ୍କ ଘରକାମ ପୁନାତିରେ ଅଟକି ଥିବାବେଳେ, ପ୍ରତ୍ୟକ ହିତାଧିକାରୀଙ୍କ ଆକାଉଣ୍ଟରୁ ଦୁଇଟି କିସ୍ତିରେ 55 ହଜାର ଟଙ୍କା ଉଠାଇ ନେଇଛନ୍ତି । ପ୍ରଥମ କିସ୍ତିରେ 20 ହଜାର ଓ ଦ୍ଵିତୀୟ କିସ୍ତିରେ 35 ହଜାର ଟଙ୍କା ଉଠାଇ ନେଇଛନ୍ତି । ହିତାଧିକାରୀ ମାନେ କେବେ ଘର କାମ ହେବ ପଚାରିଲେ ବହୁତ ଶୀଘ୍ର ହବକହି ଭଣ୍ଡାଇ ଚାଲିଛନ୍ତି । ଇତି ମଧ୍ୟରେ 3 ବର୍ଷ ବିତି ଯାଇଥିଲେ ସତ୍ତ୍ବେ ଘର କାମ ସରିବାର ନା ଧରୁନି । ଶେଷରେ ହତାଶ ହୋଇ ହିତାଧିକାରୀମାନେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ ।

ଏହାପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଙ୍କ ଟିମ ସହ ଉକ୍ତ ଉପାନ୍ତ ଅଞ୍ଚଳ ତୁହାର ଗ୍ରାମରେ ସମସ୍ତ ହିତାଧିକାରୀଙ୍କ ଘର ବୁଲି ଦେଖିଲେ । ପରେ ପାଓଲ ଓ ଚିତ୍ରସେନକୁ ତୁରନ୍ତ ଘରକାମ ସାରିବାକୁ କହି ତାଗିତ ମଧ୍ୟ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଘର ସେହି ପୁନାତିରେ ଅଟକି ରହିଛି । ଏଠାରୁ ସ୍ପଷ୍ଟ ଜଣା ପଡୁଛି ଆଦିବାସୀଙ୍କ ବିକାଶ ପାଇଁ ସରକାରୀ ବାବୁଙ୍କ କେତେ ଦରଦ ଅଛି ।

ଅନ୍ୟପଟେ ଏହି ଆବାସ ଯୋଜନା ଦୁର୍ନୀତି ସମ୍ପର୍କରେ ଆମ ଇଟିଭି ଭାରତ ଟିମ ଗୌଡ଼ଗୋଠ ସରପଞ୍ଚଙ୍କ ସହିତ ଯୋଗାଯୋଗ କରିଥିଲା । ଘଟଣା ସମ୍ପର୍କରେ ସରପଞ୍ଚ କହିଛନ୍ତି ଯେ, ଏହି ଘଟଣାରେ ଯେଉଁ 2 ଜଣ ଟଙ୍କା ହଡପ କରିଛନ୍ତି ସେମାନଙ୍କ ବିରୋଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହିତ ସେହି ନିରୀହ ଆଦିବାସୀଙ୍କ ଆବାସ ଯୋଜନାର ଘର କିପରି ସମ୍ପୂର୍ଣ୍ଣ ହେବ ସେଥିପ୍ରତି ଚେଷ୍ଟା କରିବି ବୋଲି ପ୍ରତିଶୃତି ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.