ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଜିଲୁଣ୍ଡି ପଞ୍ଚାୟତ ଅଗୋଝୋଳ ଗ୍ରାମର 16,17,18 ନମ୍ବର ୱାର୍ଡରେ ବୁଥ କ୍ୟାପଚର ହୋଇଥିବା ଅଭିଯୋଗ । ଅଭିଯୋଗ ଆଣିଲେ ବିଜେପି ୫୧ ଜୋନଂ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ । ଖୋଦ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ତାଙ୍କ ଭାଇମାନେ ବୁଥ ଭିତରେ ପଶି ସମିତିସଭ୍ୟ ପ୍ରାର୍ଥୀ ଅଯୋଧ୍ୟା ମହାପାତ୍ରଙ୍କୁ ମାଡ ମାରି ମୋବାଇଲ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି । ସାନି ମତଦାନ ପାଇଁ ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ପ୍ରାର୍ଥୀଙ୍କ ଏଜେଣ୍ଡ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ