ETV Bharat / state

ପାଞ୍ଚ ଦଫା ଦାବି ନେଇ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା

author img

By ETV Bharat Odisha Team

Published : Oct 26, 2023, 8:49 AM IST

ପାଞ୍ଚ ଦଫା ଦାବି ନେଇ ବ୍ରହ୍ମପୁରର ବିସିସି ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଲେ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ । ଅଧିକ ପଢ଼ନ୍ତୁ

ପାଞ୍ଚ ଦଫା ଦାବି ନେଇ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା
ପାଞ୍ଚ ଦଫା ଦାବି ନେଇ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା
ପାଞ୍ଚ ଦଫା ଦାବି ନେଇ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା

ବ୍ରହ୍ମପୁର: କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ବିକ୍ଷୋଭ ପଦର୍ଶନ । ପାଞ୍ଚ ଦଫା ଦାବି ନେଇ ବ୍ରହ୍ମପୁରର ବିସିସି ବ୍ୟାଙ୍କ ସମ୍ମୁଖରେ ଧାରଣା । ଅଲ୍ ଓଡିଶା ସେଣ୍ଟ୍ରାଲ କର୍ପୋରେଟିଭ୍ ବ୍ୟାଙ୍କ ୟୁନିଅନ ଡାକରାକୁ ସମର୍ଥନ ଜଣାଇ ପ୍ରତିବାଦ କରିଛନ୍ତି କର୍ମଚାରୀ । ଦାବି ପୂରଣ ନହେଲେ ବଡ଼ ଧରଣର ଆନ୍ଦୋଳନ ହେବା ନେଇ ଦେଲେ ଚେତାବନୀ ।

ତେବେ କର୍ମଚାରୀମାନଙ୍କ ଦାବି ଗୁଡ଼ିକ ହେଉଛି ୨୦୧୬ ଠାରୁ ସପ୍ତମ ବେତନ ହାରରେ ଏରିଅର ପ୍ରଦାନ କରିବା । ପେନସନ୍ କର୍ପସ ଫଣ୍ଡ ଗଠନ କରିବା । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଦୁଇ ସ୍ତରରେ ବ୍ୟାଙ୍କ ବ୍ୟବସ୍ଥା କାର୍ଯ୍ୟକାରୀ କରିବା । କ୍ୟାଡର ଫଣ୍ଡ ଆର୍ଥିକ ସହାୟତା ପୁନଃ ବିଚାର ଓ ପେକ୍ସ ଆକାଉଣ୍ଟ ଭଳି ଦାବି ନେଇ ତିନି ଦିନ ଧରି ଏପରି ଧାରଣାରେ ସାମିଲ ହେବାକୁ କର୍ମଚାରୀମାନେ ସ୍ଥିର କରିଛନ୍ତି ।

ମୁଖ୍ୟତଃ କେନ୍ଦ୍ର ସମବାୟ ବ୍ୟାଙ୍କ ଦୀର୍ଘ ବର୍ଷ ଧରି କ୍ଷତିରେ ଚାଲୁଥିବା ବେଳେ ରାଜ୍ୟରେ କାର୍ଯ୍ୟ କରୁଥିବା ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଉଦ୍ୟମରେ ସମସ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ୨୦୦୪ ମସିହା ଠାରୁ ଲାଭ ପଦର୍ଶନ କରି ଆସୁଛନ୍ତି । କିନ୍ତୁ ଦୁଃଖର ବିଷୟ କର୍ମଚାରୀମାନଙ୍କ ସାମାଜିକ ବ୍ୟବସ୍ଥା ସହିତ ଦରମା ବୃଦ୍ଧି କରିବା କ୍ଷମତା ପରିଚାଳନା ମଣ୍ଡଳୀ ପାଖରେ ନ୍ୟସ୍ତ ଥିଲେ ମଧ୍ୟ ସରକାରଙ୍କ ବିନା ଅନୁମତିରେ ଏହାକୁ ବାଦ ଦିଆଯାଇଛି । ଯାହା ଏକ ବିଚିତ୍ର ବ୍ୟବସ୍ଥା ବୋଲି କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ । କର୍ମଚାରୀମାନଙ୍କୁ ସପ୍ତମ ବେତନ ୨୦୧୬ ଠାରୁ ପ୍ରଦାନ କରିବା ବଦଳରେ ୨୦୧୯ ମସିହା ଠାରୁ ପ୍ରଦାନ କରାଯାଇଛି । ସେହିପରି ୨୦୧୯ ଠାରୁ ଯେଉଁମାନେ ବ୍ୟାଙ୍କରେ ଚାକିରି କରିଛନ୍ତି ସେମାନେ ଅବସର ପରେ ଇପିଫଓ ସ୍କିମ ଅଧୀନରେ ପେନସନ ପାଇବେ ନାହିଁ । ତେଣୁ ମହାସଂଘ ପକ୍ଷରୁ ସେମାନଙ୍କ ପାଇଁ ଏକ ପେନସନ ପାଣ୍ଠି ଗଠନ କରିବାକୁ ମଧ୍ୟ ଦାବି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ....ବ୍ୟାଙ୍କ ଭିତରେ ହାତ କାଟିଲେ ମହିଳା କର୍ମଚାରୀ, ୩ ଅଧିକାରୀଙ୍କ ବିରୋଧରେ ଆଣିଲେ ଅଭିଯୋଗ

ତେବେ କର୍ମଚାରୀମାନେ ସରକାର ଏ କ୍ଷେତ୍ରରେ ସବୁ ଜାଣି ନୀରବ ରହିଥିବା କହିଛନ୍ତି । କେନ୍ଦ୍ର ସମବାୟ ବ୍ୟାଙ୍କ ଓ ରାଜ୍ୟ ସମବାୟ ବ୍ୟାଙ୍କର ମିଶ୍ରଣ ଅନ୍ୟ ଏକ ଦାବି ଥିବା ବେଳେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ରାଜ୍ୟ ସମବାୟ ବ୍ୟାଙ୍କ ସଭାପତିଙ୍କ ନେତୃତ୍ଵରେ ସମସ୍ତ ସଭାପତି ସମବାୟ ନିବନ୍ଧକ ଓ କର୍ମଚାରୀ ମହାସଂଘ ମଧ୍ୟରେ ଏକ କ୍ଷୁଦ୍ର କମିଟି ଗଠନ କରାଯାଇ କମିଟି ରିପୋର୍ଟ ମୁତାବକ ପ୍ରସ୍ତାବ ପାଇବା ପରେ ମହାସଂଘ ତାର ଧର୍ମଘଟ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୨ ତାରିଖକୁ ଘୁଞ୍ଚାଇଥିଲା । ତେବେ ସେମାଙ୍କ ଦାବି ପୂରଣ ନହେବାରୁ କର୍ମଚାରୀମାନେ ଏଭଳି ଧାରଣାରେ ବସିଛନ୍ତି । ତେବେ ଶୀଘ୍ର ଦାବି ପୂରଣ ନହେଲେ ନଭେମ୍ବର 14 ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରାଯିବ ବୋଲି ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ପବିତ୍ର ମୋହନ ପଲେଇଙ୍କ ସହ ଅନେକ କର୍ମଚାରୀ ଇଟିଭି ଭାରତ ସହିତ ଆଲୋଚନା ସମୟରେ କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.