ETV Bharat / state

ହଟସ୍ପଟ ଅଞ୍ଚଳରୁ ଗଞ୍ଜାମ ଫେରୁଥିବା ବ୍ୟକ୍ତିଙ୍କ ଉପରେ ପ୍ରଶାସନର ନଜର - ganjam administration

ଦେଶର କେତେକ ରାଜ୍ୟରେ କୋରୋନାର ଦ୍ବିତୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ । ଅଧିକ ପଢନ୍ତୁ....

ହଟସ୍ପଟ ଅଞ୍ଚଳରୁ ଗଞ୍ଜାମ ଫେରୁଥିବା ବ୍ୟକ୍ତିଙ୍କ ଉପରେ ପ୍ରଶାସନର ନଜର

author img

By

Published : Mar 22, 2021, 4:09 PM IST

ବ୍ରହ୍ମପୁର: ଦେଶର କେତେକ ରାଜ୍ୟରେ କୋରୋନାର ଦ୍ବିତୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ଜିଲ୍ଲାବାସୀଙ୍କୁ ଅଧିକ ସତର୍କ ରହିବାକୁ ଆହ୍ମାନ କରାଯାଇଛି । ଏଣିକି ହଟସ୍ପଟ ଅଞ୍ଚଳରୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ଉପରେ କଡା ନଜର ରଖାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ହଟସ୍ପଟ ଅଞ୍ଚଳରୁ ଗଞ୍ଜାମ ଫେରୁଥିବା ବ୍ୟକ୍ତିଙ୍କ ଉପରେ ପ୍ରଶାସନର ନଜର

ଜିଲ୍ଲାରେ ଆଗକୁ ଚୈତ୍ର ମାସରେ ବିଭିନ୍ନ ପର୍ବପର୍ବାଣୀ ଆସୁଥିବା ଯୋଗୁଁ ଜିଲ୍ଲାବାସୀ ଅଧିକ ସତର୍କ ରହିବା ସହିତ ସେଭଳି କୌଣସି ଗୁରୁତ୍ବପୂର୍ଣ୍ଣ କାମ ନଥିଲେ ବାହାର ରାଜ୍ୟରୁ କେହି ଗଞ୍ଜାମକୁ ନ ଆସିବା ପାଇଁ ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାରେ ମାସ୍କ ବ୍ୟବହାରକୁ କଡାକଡି କରାଯାଇଥିବାବେଳେ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ବିଶେଷମାନେ ସାଥିରେ ଆରଟିପିସିଆର ଟେଷ୍ଟ ପ୍ରମାଣପତ୍ର ଧରି ଆସିବା ବାଧ୍ୟତାମୂଳକ କରାଯିବା ସହ ଏକ ସପ୍ତାହ ଧରି ଗୃହ ସଂଗରୋଧରେ ରହିବେ । ଜିଲ୍ଲାରେ ହୋଲି ଉପରେ କଟକଣା ଲଗାଯାଇଛି । କେବଳ ମନ୍ଦିର ଭିତରେ ଠାକୁରଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ । ସର୍ବସାଧାରଣ ସ୍ଥାନରେ କେହି ହୋଲି ଖେଳିପାରିବେ ନାହିଁ ବୋଲି ମଧ୍ୟ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ଏପରିକି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କୋଭିଡ ନିୟମ ପାଳନ ହେଉଛି କି ନାହିଁ ବିଡିଓ, ତହସିଲଦାର ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ତଦାରଖ କରିବେ ।

ଲୋକେ ସତର୍କତା ଅବଲମ୍ବ ନକଲେ କିମ୍ବା କୋଭିଡ୍ କଟକଣା ନ ମାନିଲେ ଅନ୍ୟ ରାଜ୍ୟ ଭଳି ପୁଣି ଥରେ ଲକଡାଉନ ଏବଂ ସଟଡାଉନ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଜିଲ୍ଲାପାଳ ଦେଇଛନ୍ତି । ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳର ସୁବ୍ୟବସ୍ଥା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସହ ଶ୍ରମିକ ମାନେ କିପରି ଅଂଶୁଘାତରୁ ରକ୍ଷା ପାଇବେ ତାହା ଉପରେ ଧ୍ୟାନ ଦେବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଲୋଚନା ହୋଇଛି । ଏଥିପରେ ଜିଲ୍ଲାର ସମସ୍ତ ପ୍ରମୁଖ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.