ETV Bharat / state

ବିଭିନ୍ନ ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଲେ ଏବିଭିପି କର୍ମକର୍ତ୍ତା

୧୨ ଦଫା ଦାବି ନେଇ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମକର୍ତ୍ତା । ଅଧିକ ପଢନ୍ତୁ

author img

By

Published : Mar 31, 2023, 12:26 PM IST

ABVP workers meet governor
ABVP workers meet governor

ବ୍ରହ୍ମପୁର: ରାଜ୍ୟପାଳଙ୍କୁ ସାକ୍ଷାତ କରିଲେ ଏବିଭିପି କର୍ମକର୍ତ୍ତା । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଆସିଥିବା ରାଜ୍ୟପାଳଙ୍କୁ କନ୍ଧମାଳ ଜିଲ୍ଲାରେ ଜାତୀୟ ଜନଜାତି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦାବି ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ ଏବିଭିପି କର୍ମକର୍ତ୍ତା ।

କନ୍ଧମାଳ ଜିଲ୍ଲାରେ ଜାତୀୟ ଜନଜାତି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦାବିକୁ ଦୋହରାଇବା ସହ ୧୨ ଦଫା ଦାବି ନେଇ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମକର୍ତ୍ତା । ବ୍ରହ୍ମପର ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏହି ଅବସରରେ ସାକ୍ଷାତ କରିବା ସହିତ ୧୨ ଗୋଟି ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରି ଗଞ୍ଜାମ, ଘୁମୁସର ଓ କନ୍ଧମାଳ ଜିଲ୍ଲାର ସାଂପ୍ରତିକ ଶିକ୍ଷାବ୍ୟବସ୍ଥା ବିଷୟରେ ଆଲୋଚନା କରିଛନ୍ତି ।

ବିଶ୍ଵବିଦ୍ୟାଳୟର ୨୪ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓ ତତ୍ ସଂଲଗ୍ନ ସମସ୍ତ ମହାବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାବ୍ୟବସ୍ଥା ଉପରେ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାଙ୍କ ଠାରୁ ପଚାରି ବୁଝିଥିଲେ । ଏହି ଆଲୋଚନାବେଳେ ବିଦ୍ୟାର୍ଥୀ ପରିଷଦ କନ୍ଧମାଳରେ ଏକ ଜାତୀୟ ଜନଜାତି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଦାବିକୁ ଦୋହରାଇଥିଲା । ରାଜ୍ୟପାଳଙ୍କ ସମ୍ମୁଖରେ ନିମ୍ନଲିଖିତ ୧୨ ଗୋଟି ଦାବିକୁ ଏହି ଅବସରରେ ଉପସ୍ଥାପିତ କରାଯାଇଥିଲା । ମୁଖ୍ୟତଃ ବ୍ରହ୍ମପୁରରେ ରହିଥିବା ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପାଇବାର ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ହୋଇଥିଲେ ମଧ୍ୟ ଏହାକୁ ୟୁ.ଜି.ସି ମାନ୍ୟତା ମିଳିପାରିନଥିବା ସେମାନେ ଅଭିଯୋଗ କରିଥିଲେ ।

ସେମାନେ ଦାବି କରିଥିଲେ ଯେ," ଗଞ୍ଜାମ ଜିଲ୍ଲାର ସଦର ମହକୁମା ସ୍ଥିତ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, ଆସିକା ବିଜ୍ଞାନ ମହାବିଦ୍ୟାଳୟ ଗୁଡିକ ଜିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟ ହୋଇଥିଲେ ସୁଦ୍ଧା ଏହାକୁ ସ୍ଵୟଂଶାସିତ ମାନ୍ୟତା ପ୍ରଦାନ କରିବାକୁ ବାରମ୍ବାର ଦାବି ହୋଇ ଆସୁଥିବା ସତ୍ତ୍ୱେ ତାହା ହୋଇପାରି ନାହିଁ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ପୂର୍ବରୁ କାର୍ଯ୍ୟକାରୀ ହୋଇ ଆସୁଥିବା ହରିହର ମର୍ଦ୍ଦରାଜ ଦୂରଶିକ୍ଷା କେନ୍ଦ୍ର ପୂର୍ବରୁ ଅନେକ ବିଦ୍ୟାର୍ଥୀ ନାମ ଲେଖାଇ ଆସୁଥିଲେ ବେଳେ ଗତ ପ୍ରାୟ ୫ ବର୍ଷ ହେବ ଏହା ବନ୍ଦ ହୋଇପଡ଼ିଛି, ତେଣୁ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ ।"

ସେହିପରି ନୟାଗଡ଼, କନ୍ଧମାଳ ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ସୀମାନ୍ତବର୍ତ୍ତି ଅଞ୍ଚଳର ଛାତ୍ରଛାତ୍ରୀ ମାନେ ସ୍ନାତକୋତ୍ତର ପଢ଼ିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭଞ୍ଜନଗର ଠାରୁ ନୟାଗଡ଼, କନ୍ଧମାଳ ଓ ବ୍ରହ୍ମପୁରର ଦୂରତ୍ୱ ପ୍ରାୟ ୮୦ କିଲୋମିଟର ହୋଇଥିବାରୁ ସେଠାରେ ସ୍ନାତକୋତ୍ତର ଓ ବୈଷୟିକ ଶିକ୍ଷା ନିମନ୍ତେ ଭଞ୍ଜନଗର ଠାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଏକ ଗ୍ରାମୀଣ କ୍ୟାମ୍ପସ ସ୍ଥାପନ କରାଯିବାକୁ ଅନୁରୋଧ କରାଯାଇଛି ।

ବର୍ତ୍ତମାନ ରଙ୍ଗେଇଲୁଣ୍ଡା ଠାରେ ବିମାନ ବନ୍ଦର ନିର୍ମାଣ ହେତୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତାହାର ୨୫ ଏକର ଜମି ହରାଇଲା । ଏଣୁ ଆଗାମୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ଦ୍ଵିତୀୟ କ୍ୟାମ୍ପସ ନିମନ୍ତେ ସ୍ଥାନ ନିରୂପଣ କରି ଜମି ପ୍ରଦାନ କରାଯିବା ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଠାରେ ତେଲୁଗୁ ଚେୟାର ପ୍ରତିଷ୍ଠା ହୋଇଥିବା ବେଳେ ଏହାର କ୍ରିୟାନ୍ୱୟନ ନିମନ୍ତେ କୌଣସି ଆର୍ଥିକ ସହାୟତା ପ୍ରଦାନ କରାଯାଇ ନଥିବା ନେଇ କୂଳାଧିପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ପରିଷଦର କର୍ମକର୍ତ୍ତା । ପରିଶେଷରେ ବ୍ରହ୍ମପୁର ଓ ଖଲିକୋଟ ବିଶ୍ଵବିଦ୍ୟାଳୟର ଭଗ୍ନ ଅବସ୍ଥାରେ ଥିବା ଛାତ୍ରାବାସକୁ ପୁନଃ ନିର୍ମାଣ କରାଯିବାକୁ ଦାବି କରି ଏବିଭିପିର ରାଜ୍ୟ ସହ-ସମ୍ପାଦକ ସ୍ବାଗତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.