ETV Bharat / state

ଗଞ୍ଜାମରେ ବୁଲିବ ଭ୍ରାମ୍ୟମାଣ ଚିକିତ୍ସା ଗାଡି - ଗଞ୍ଜାମରେ ବୁଲିବ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର

ସଦର ମହକୁମ୍ମା ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନର ଶୁଭାରମ୍ଭ କରିଛନ୍ତି ।

ଗଞ୍ଜାମରେ ବୁଲିବ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର

author img

By

Published : Aug 4, 2020, 8:28 PM IST

ବ୍ରହ୍ମପୁର: କୋରୋନା ରୂପକ ମହାମାରୀ ସମୟରେ ସାଧାରଣ ଜନତାଙ୍କ ସ୍ୱାସ୍ଥସେବା ପାଇଁ ଶୁଭାରମ୍ଭ ହୋଇଟି ୫ଟି ଭ୍ରାମ୍ୟମାଣ ଚିକିତ୍ସା ଗାଡି । ସଦର ମହକୁମ୍ମା ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଭ୍ରାମ୍ୟମାଣ ଚିକିତ୍ସା ଭ୍ୟାନର ଶୁଭାରମ୍ଭ କରିଛନ୍ତି ।

ଗଞ୍ଜାମରେ ବୁଲିବ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର

ଟାଟା ଷ୍ଟିଲ୍ ଏସ୍.ଇ.ଜେଡ୍. ଯୋଜନାରୁ ଏହି ୫ ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳନା କରାଯିବ । ଏହି ଭ୍ରାମ୍ୟମାଣ ମୋବାଇଲ୍ ସେବାରେ ଡାକ୍ତର, ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟକର୍ମୀ ସେବା ଯୋଗାଇବେ । ଟାଟା ଦ୍ୱାରା ପ୍ରଦତ୍ତ ଏହି ୫ଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍ ଗୁଡିକରେ ଅକ୍ସିଜେନ୍ ସୁବିଧା ରହିଥିବା ବେଳେ ଏହା ମୋବାଇଲ୍ କ୍ଲିନିକ୍ ଭଳି କାର୍ଯ୍ୟ କରିବ । ସାଧାରଣ ଚିକିତ୍ସା ମଧ୍ୟ ଏହି ଭ୍ୟାନରୁ ମିଳିପାରିବ ବୋଲି ଜିଲ୍ଲାପାଳ ଅବଗତ କରାଇବା ସହ ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁର ଉପଖଣ୍ଡକୁ ଗୋଟିଏ ଲେଖାଏଁ ଭ୍ୟାନ୍ ଓ ବ୍ରହ୍ମପୁର ମହାନଗର ଅଞ୍ଚଳବାସୀଙ୍କ ନିମନ୍ତେ ଦୁଇଗୋଟି ଭ୍ୟାନ୍ ସେବା ଯୋଗାଇ ଦିଆଯାଇଛି ।

ବର୍ତ୍ତମାନର କୋରୋନା ରୂପକ ମହାମାରୀ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରରେ ୮୯ଟି ଆମ୍ବୁଲାନ୍ସ , ଅକ୍ସିଜେନ୍ ସୁବିଧା ଥିବା ୩୩ଟି ଆମ୍ବୁଲାନ୍ସ ଏବଂ ମୃତଦେହ ବୋହି ନେବା ଦିଗରେ ୧୧ ଟି ଏହି ପରି ସମୁଦାୟ ୧୩୩ଟି ଆମ୍ବୁଲାନ୍ସ ସେବା ଜିଲ୍ଲାରେ ପୂର୍ବରୁ ଯୋଗାଇ ଦିଆଯାଇଛି । ଗତ ଜୁଲାଇ ୧୩ ଠାରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଆମ୍ବୁଲାନ୍ସ ପରିଚାଳନା କେନ୍ଦ୍ର ଖୋଲାଯାଇ ସେବା ପ୍ରଦାନ କରାଯାଉଛି । ଏ ଯାବତ୍ ୨୦୧ ଗୋଟି ସେବା ପ୍ରଦାନ କରାଯାଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ ସୂଚନା ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଟାଟା ଷ୍ଟିଲ୍ ଫାଉଣ୍ଡେସନର ବରିଷ୍ଠ ପରିଚାଳକ ସଞ୍ଜୀବ କୁମାର ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର କୁମାର ପରିଡା, ମୁଖ୍ୟ ସ୍ୱାସ୍ଥ୍ୟ ପରିଚାଳକ ନରସିଂହ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.