ETV Bharat / state

ଫାଇନାନ୍ସ କମ୍ପାନୀଙ୍କ ଦାଦାଗିରି, ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ମହିଳା

ଲକଡାଉନରେ ଗ୍ରାମାଞ୍ଚଳରେ ବର୍ତ୍ତମାନ ବହୁ ଫାଇନାନ୍ସ କମ୍ପାନୀ ସକ୍ରିୟ ରହିଛି । ନିଜର ଅସୁବିଧାକୁ ସୁଧାରିବା ପାଇଁ ମହିଳାମାନେ ବିଭିନ୍ନ ସଂଘ ଗଠନ କରି ଫାଇନାନ୍ସ କମ୍ପାନୀଠାରୁ ଋଣ ନେଇ ବୀମା ଓ ସୁଧ ସହ ମୂଳଧନକୁ କିସ୍ତି ଆକାରରେ ପରିଶୋଧ କରୁଛନ୍ତି । ହେଲେ ଲକଡାଉନ ଯୋଗୁଁ କିସ୍ତି ବାନ୍ଧିବା ସମସ୍ତଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡିଛି । ନିଜର ଅସୁବିଧା ନେଇ ମହିଳାମାନେ ଭଞ୍ଜନଗର ଆସି ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Jun 10, 2020, 8:03 PM IST

ଘରୋଇ ଫାଇନାନ୍ସଙ୍କ ଦାଦାଗିରି, ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ମହିଳା

ଭଞ୍ଜନଗର: ଆଜିକାଲି ବହୁ ଘରୋଇ ଫାଇନାନ୍ସ କମ୍ପାନୀ ବିଭିନ୍ନ ଗ୍ରୁପ ଗଠନ କରି ଲୋକଙ୍କୁ ଋଣ ପ୍ରଦାନ କରି ଭଲ ଲାଭବାନ ହେଉଛନ୍ତି । ତେଣୁ ଦିନକୁ ଦିନ ଅନେକ ନୂଆ ନୂଆ ସଂସ୍ଥା ଏହି ବ୍ୟବସାୟ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ବର୍ତ୍ତମାନ ବହୁ ଫାଇନାନ୍ସ କମ୍ପାନୀ ସକ୍ରିୟ ରହିଛି । ହେଲେ ଏହି ଲକଡାଉନରେ ଘରୋଇ ଫାଇନାନ୍ସ କମ୍ପାନୀ ଦାଦାଗିରି ଦେଖାଇ ଋଣ ଆଦାୟ କରୁଛନ୍ତି । ଏନେଇ ମହିଳାମାନେ ଭଞ୍ଜନଗର ଆସି ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ନିଜର ଅସୁବିଧାକୁ ସୁଧାରିବା ପାଇଁ ମହିଳାମାନେ ବିଭିନ୍ନ ସଂଘ ଗଠନ କରି ଫାଇନାନ୍ସ କମ୍ପାନୀ ଠାରୁ ଋଣ ନେଇ ବୀମା ଓ ସୁଧ ସହ ମୂଳଧନକୁ କିସ୍ତି ଆକାରରେ ପରିଶୋଧ କରୁଛନ୍ତି। ଗତ ମାର୍ଚ୍ଚ ମାସରେ ସୃଷ୍ଟି ହୋଇଥିବା କୋରୋନା ମହାମାରୀ ଯୋଗୁଁ ଲକଡାଉନ ପରିସ୍ଥିତିରେ ଋଣର କିସ୍ତି ବାନ୍ଧିବା ସମସ୍ତଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡିଛି । ଘରର ମୁଖ୍ୟ ତଥା ରୋଜଗାର କରୁଥିବା ବ୍ୟକ୍ତି କାମଧନ୍ଦା ବନ୍ଦ କାରଣରୁ ଘରେ ବସିରହିବା ଫଳରେ ଚଳିବା କଷ୍ଟକର ହୋଇପଡିଛି । ତେଣୁ ଋଣ ଶୁଝିବା ସମ୍ଭବ ନୁହେଁ ।

ଏଭଳି ସ୍ଥିତିରେ ଫାଇନାନ୍ସ କମ୍ପାନୀକୁ ସରକାର ୩ମାସ ଋଣ ଆଦାୟ କରିବାକୁ ମନାକରି ଥିବାବେଳେ କମ୍ପାନୀ କିନ୍ତୁ ଶୁଣିବାକୁ ନାରାଜ । କମ୍ପାନୀର କର୍ମଚାରୀମାନେ ଘର ଘର ବୁଲି ଋଣ ଆଦାୟକୁ ନେଇ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ବଙ୍କା ପଞ୍ଚାୟତର ୫ଟି ଗ୍ରାମର ପ୍ରାୟ ୪୦ରୁ ଊର୍ଦ୍ଧ୍ବ ମହିଳା ବୁଧବାର ଭଞ୍ଜନଗର ଆସି ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଏଭଳି ସମୟରେ କମ୍ପାନୀ ପକ୍ଷରୁ ଆଉ କିଛି ଦିନ ରିହାତି ଦେବାପାଇଁ ସେମାନେ ଜଣାଇଛନ୍ତି । ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଅନୁପସ୍ଥିତି ଥିବାରୁ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଉକ୍ତ ଦାବିପତ୍ର ଗ୍ରହଣ କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.