ଭଞ୍ଜନଗର: ଗଞ୍ଜାମ ଆସିକା ସବ୍ ଜେଲରେ ବିଚାରଧୀନ କଏଦୀର ମୃତ୍ୟୁ। ଗଞ୍ଜାମ ଜିଲ୍ଲାର ବାଦଗଡ ଗାଁରେ 15 ଦିନ ପୂର୍ବେ ହୋଇଥିବା ବହୁ ଚର୍ଚ୍ଚିତ ବାବୁ ପ୍ରଧାନ ହତ୍ୟା ଘଟଣାରେ ହୋଇଥିଲେ ସେହି ଗାଁର ଡାକ ସାହୁ। ମୃତକ ଜଣେ ବିଚରାଧିନ କଏଦୀ।
ଶୁକ୍ରବାର ହଠାତ ତାଙ୍କର ସ୍ବାସ୍ଥ୍ୟ ଅସୁସ୍ଥ ହେବା ପରେ ତୁରନ୍ତ ତାଙ୍କୁ ଆସିକା ମେଡିକାଲକୁ ଅଣାଯାଇଥିଲା। ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତ୍ୟୁଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇବା ସହ ଏଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ