ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପାତ୍ରପୁର ଅଞ୍ଚଳରୁ ଉଦ୍ଧାର କରାଯାଇଛି ଏକ ୧୧ ଫୁଟ ଲମ୍ବର ଅହିରାଜ ସାପ। ପାତ୍ରପୁର ଅଞ୍ଚଳର ଗୋପାଳ ସାଗର ସାହି ହାଇସ୍କୁଲ ପଛ ପାର୍ଶ୍ବରେ ଏହି ୧୧ ଫୁଟ ଲମ୍ବର ଅହିରାଜ ସାପ ଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ। ଏଭଳି ଏକ ବିରାଟକାୟ ଅହିରାଜ ସର୍ପକୁ ଉଦ୍ଧାର କରିଛନ୍ତି ବନ ବିଭାଗ କର୍ମଚାରୀ।
ସ୍ଥାନୀୟ ଲୋକେ ସାପଟିକୁ ଦେଖି ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ତେବେ ସ୍ନେକ ହେଲ୍ପପ ଲାଇନ ସଦସ୍ୟମାନେ ଗୋପାଳ ସାଗର ସାହି ହାଇସ୍କୁଲରେ ପହଞ୍ଚି ସ୍ଥାନୀୟ ବନ ବିଭାଗକୁ ଏହାକୁ ନେଇ ଅବଗତ କରିଥିଲେ। ସାମନ୍ତିଆପଲ୍ଲି ରେଞ୍ଜର ରଜତ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅହିରାଜକୁ ଉଦ୍ଧାର କରିଥିଲେ ।
![ପାତ୍ରପୁର ଅଞ୍ଚଳରୁ ଉଦ୍ଧାର ହେଲା ୧୧ ଫୁଟର ଅହିରାଜ](https://etvbharatimages.akamaized.net/etvbharat/prod-images/od-bam-snake-rescue-7205524_22032021160658_2203f_1616409418_1100.jpg)
ଏହାପରେ ବନ କର୍ମଚାରୀମାନେ ବିରାଟକାୟ ଅହିରାଜକୁ ସ୍ଥାନୀୟ ଜଙ୍ଗଲରେ ଛାଡ଼ି ଦେଇଥିବା ସୂଚନା ମିଳିଛି । ସାପଟିକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।
ବ୍ରହ୍ମପୁରରୁ ସମୀର ରଞ୍ଜନ ଆଚାର୍ଯ୍ୟ, ଇଟିଭି ଭାରତ