ETV Bharat / state

Political Violence: ଗଞ୍ଜାମରେ ଜାଳିଦେଲେ କାର ସମେତ ପୋଷ୍ଟର ପାମ୍ପଲେଟ

ଆସନ୍ତା 20 ତାରିଖରେ ନିର୍ବାଚନ ହେବାକୁ ଯାଉଥିବା ଧରାକୋଟ ବ୍ଲକରେ ପୁଣି ରାଜନୈତିକ ହିଂସା ଦେଖାଦେଇଛି । ନିର୍ବାଚନ ପ୍ରଚାର ପାଇଁ ନିୟୋଜିତ ଥିବା ଏକ କାରକୁ ଓଳମ୍ବା ଗ୍ରାମରେ ପୋଡି ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : Feb 17, 2022, 4:58 PM IST

Political Violence: ଓଳମ୍ବା ଗ୍ରାମରେ ଜାଳିଦେଲେ କାର

ଭଞ୍ଜନଗର: ଆସନ୍ତା 20 ତାରିଖରେ ନିର୍ବାଚନ ହେବାକୁ ଯାଉଥିବା ଧରାକୋଟ ବ୍ଲକରେ ପୁଣି ରାଜନୈତିକ ହିଂସା ଦେଖାଦେଇଛି । ନିର୍ବାଚନ ପ୍ରଚାର ପାଇଁ ନିୟୋଜିତ ଥିବା ଏକ କାରକୁ ଓଳମ୍ବା ଗ୍ରାମରେ ପୋଡି ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ । ସେଥିରେ ଥିବା ପ୍ରଚାର ପାଇଁ ଉଦ୍ଦିଷ୍ଟ ପୋଷ୍ଟର ପାମ୍ପଲେଟ ମଧ୍ୟ ପୋଡିଯାଇଛି । ଧରାକୋଟ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା । ବଡ଼ଗଡ଼ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ପ୍ରଚାର ପାଇଁ ଦୁଇ ଦଳ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏନେଇ ବଡ଼ଗଡ଼ ଥାନା ପକ୍ଷରୁ ଉଭୟ ଗୋଷ୍ଠୀଙ୍କ ସମ୍ମତିରେ ଏକ ବିଧିବଦ୍ଧ ରୁଟ ଚାର୍ଟ ପ୍ରସ୍ତୁତ କରାଯାଇଥିଲା । ତଥାପି ଓଳମ୍ବା ଗାଁରେ ଗତ ରାତିର ଗାଡି ପୋଡା ଘଟଣା ରାଜନୈତିକ ପାଣିପାଗକୁ ଅଧିକ ତିକ୍ତ କରିଦେଇଛି । ଘଟଣାକୁ ନେଇ ଅଲଇଣ୍ଡିଆ କିଶାନ ମଜଦୁର ସଙ୍ଘର ଧରାକୋଟ ବ୍ଲକ ସଭାପତି ଦୟାନିଧି ସେଠୀ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ଏହି ଧରାକୋଟ ବ୍ଲକରେ ନାମାଙ୍କନ ଦାଖଲର ପ୍ରଥମ ଦିନରୁ ହିଁ ମୁଣ୍ଡମରାଇ ଠାରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏବେ ନିର୍ବାଚନ ପାଖେଇ ଆସୁଥିବା ବେଳେ କାର ପୋଡି ଘଟଣା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.