ETV Bharat / state

ସାଇକେଲମ୍ୟାନ ବେନ୍ନି; 7000 କିମି ଯାତ୍ରା କରି 4 ଦେଶ ବୁଲିବା ଲକ୍ଷ୍ୟ

କେରଳର ସାବରିମାଳା ନିକଟବର୍ତ୍ତୀ କୋଟାୟମର ବେନ୍ନି କୋଟାରାଥିଲ। ଆରମ୍ଭ କରିଛନ୍ତି 7 ହଜାର କିମିର ସାଇକେଲ ଯାତ୍ରା ଅଭିଯାନ। 18ଶହ କିମି ଅତିକ୍ରମ କରି ପହଞ୍ଚିଲେ ବ୍ରହ୍ମପୁରରେ । 400 ଦିନ ଅଭିଯାନରେ 4 ଦେଶ ଅତିକ୍ରମ କରିବାର ଲକ୍ଷ୍ୟ । ଅଧିକ ପଢନ୍ତୁ...

ସାଇକେଲରେ 7 ହଜାର କିଲୋମିଟର ଯାତ୍ରା, 4 ଶହ ଦିନରେ 4 ଦେଶ ଅତିକ୍ରମ କରିବାର ଲକ୍ଷ

author img

By

Published : Aug 12, 2021, 8:37 PM IST

ବ୍ରହ୍ମପୁର: କେରଳର ସାବରିମାଳା ନିକଟବର୍ତ୍ତୀ କୋଟାୟମର ବେନ୍ନି କୋଟାରାଥିଲ, ପେଶାରେ ଜଣେ ଶିକ୍ଷକ । ହେଲେ ନିଶା ରହିଥିଲା ସାଇକେଲରେ ଦୀର୍ଘପଥ ଅତିକ୍ରମ କରିବେ । ବୟସ ୫୪ ,ହେଲେ ମନରେ ଭରି ରହିଛି ସୁଦୀର୍ଘ ପଥକୁ ସାଇକେଲରେ ଅତିକ୍ରମ କରିବା ପାଇଁ ଦୃଢ ଇଚ୍ଛାଶକ୍ତି । କେରଳରୁ ସୁଦୁର ମିଆମାର ଅଭିମୁଖେ ଯାତ୍ରା ଜାରି ରଖିଥିବାବେଳେ ଆଜି ଆସି ପହଞ୍ଚିଛନ୍ତି ବ୍ରହ୍ମପୁରରେ । 400 ଦିନ ମଧ୍ୟରେ ସେ 7 ହଜାର କିମି ଅତିକ୍ରମ କରି 4 ଦେଶ ପରିଭ୍ରମଣ କରିବା ସହ ମିଆଁମାରରେ ପହଞ୍ଚିବା ଲକ୍ଷ୍ୟ ରଖିଛନ୍ତି ।

ସାଇକେଲରେ 7 ହଜାର କିଲୋମିଟର ଯାତ୍ରା, କେରଳରୁ 4 ଶହ ଦିନରେ ପହଞ୍ଚିବେ ମିଆମାର

ବେନୀ ପେଶାରେ ଜଣେ ଶିକ୍ଷକ ହୋଇଥିଲେ ମଧ୍ୟ ନିଶାରେ ସାଇକେଲ ଆରୋହୀ। ଇତି ମଧ୍ୟରେ ସେ କେରଳ- ତାମିଲନାଡୁ- ତେଲେଙ୍ଗାନା- ଆନ୍ଧ୍ରପ୍ରଦେଶ ଦେଇ ପ୍ରାୟ ୧୮୦୦ କିମି ଯାତ୍ରା କରି ସାରିଥିବାବେଳେ ବ୍ରହ୍ମପୁରରୁ ଭୁବନେଶ୍ଵର ଦେଇ ପଶ୍ଚିମବଙ୍ଗ, ବିହାର ଆଦି ରାଜ୍ୟ ବୁଲିବେ। ଭାରତର ବିଭିନ୍ନ ଅଞ୍ଚଳର ପରିକ୍ରମା ପରେ ସେ ନେପାଳ ଓ ଭୁଟାନ ହୋଇ ମିଆଁମାରରେ ତାଙ୍କ ଯାତ୍ରା ଶେଷ କରିବେ ବୋଲି କହିଛନ୍ତି ।

ପିଲାଟି ଦିନରୁ ସାଇକେଲ ଚାଳନା ପ୍ରତି ଅଧିକ ଦୁର୍ବଳତା ରହିଥିବା ବେନୀ କୋରୋନା ମହାମାରୀ ସମୟରେ ହରାଇଥିଲେ ନିଜର ଚାକିରୀ । ଆଉ ସେହି ସମୟରେ ଚିନ୍ତା କରିଥିଲେ ଶିକ୍ଷକତା ବୃତ୍ତି ତ୍ୟାଗ କରି ପୁଣି ସାଇକେଲ ଚାଳନା କରି ସଚେତନତା ସୃଷ୍ଟି କରିବେ । ପୂର୍ବରୁ ସେ କନ୍ୟାକୁମାରୀରୁ କାଶ୍ମୀର ପ୍ରାୟ ୪ହଜାର କିମି ସାଇକେଲରେ ଯାତ୍ରା କରିଥିବା କହନ୍ତି ସେ । ବର୍ତ୍ତମାନ ଭାରତ ସମେତ ନେପାଳ, ଭୁଟାନ ଓ ମିଆଁମାର ଆଦି ୪ଟି ଦେଶକୁ ସାଇକେଲରେ ଏକାକୀ ଯାତ୍ରା କରି ଲୋକଙ୍କ ମଧ୍ୟରେ ସାଇକେଲ ଚଳାଇବାକୁ ସଚେତନତା ସୃଷ୍ଟି କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହନ୍ତି ।

ନିୟମିତ ସାଇକେଲ ଚାଳନା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିବା ସହ ପରିବେଶ ମଧ୍ୟ ସୁରକ୍ଷିତ ରହିପାରିବ ବୋଲି ବାର୍ତ୍ତା ବାଣ୍ଟୁଛନ୍ତି ବେନ୍ନି । ଯାତ୍ରା ସମୟରେ ରାସ୍ତା କଡ଼ ହୋଟେଲରେ ଖାଇବା ସହ ପେଟ୍ରୋଲ ପମ୍ପ, ମନ୍ଦିର ବାରଣ୍ଡା, ପୋଲିସ ଷ୍ଟେଶନରେ ରାତ୍ରରେ ବିଶ୍ରାମ ନେଉଥିବା ସମୟରେ ବହୁ ଲୋକଙ୍କୁ ସାକ୍ଷାତ ମଧ୍ୟ ସେ କରୁଥିବା କୁହନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଉଥିବାରୁ ସେ ଏହାକୁ ନେଇ ପ୍ରେରଣା ପାଉଥିବା କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.