ଭଞ୍ଜନଗର: 65 କିଲୋଗ୍ରାମ ଗଞ୍ଜେଇ, ବୋଲେରୋ ଗାଡି ଜବତ ସହ 2 ଜଣଙ୍କୁ ଗିରଫ କଲା ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପୋଲିସ ।
ସୂଚନା ଅନୁଯାୟୀ, ସୋରଡ଼ା ନିକଟରେ ଥିବା ଜରାୟୁ ଛକ ଠାରେ ପୋଲିସ ଚେକିଂ ଚାଲିଥିଲା । ସେହି ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ଏକ ବୋଲେରୋ ଗାଡିରେ 65 କିଲୋଗ୍ରାମ ଗଞ୍ଜେଇ ବ୍ରହ୍ମପୁର ଅଞ୍ଚଳକୁ ଚୋରା ଚାଲାଣ କରାଯାଉଥିବା ବେଳେ ଗାଡି ସହ ଗଞ୍ଜେଇକୁ ପୋଲିସ ଜବତ କରିଛି । ଏଥିସହ ଏହି ଘଟଣାରେ ସମ୍ପୃକ୍ତ 2 ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ ।
ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ହେଲେ ବାଲିଗୁଡା ଥାନା ସଂକୁଶବାଲ୍ଲୀ ଗ୍ରାମର ସୁନୀଲ ମଲ୍ଲିକ ଓ ପ୍ରମୋଦ ଦିଗାଲ। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ