ବ୍ରହ୍ମପୁର: ତାରାତାରିଣୀଙ୍କୁ ଦର୍ଶନ କଲେ 5T ସଚିବ। ଚୈତ୍ର ଶେଷ ମଙ୍ଗଳବାର ଅବସରରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀଙ୍କ ପୀଠ ଦର୍ଶନ କରିଛନ୍ତି ଭିକେ ପାଣ୍ଡିଆନ ଏବଂ ତାଙ୍କ ପତ୍ନୀ। ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

5T ସଚିବଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ମନ୍ଦିର ପରିଚାଳନା କମିଟିର ବହୁ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଆଜି ଚୈତ୍ର ମାସ ଶେଷ ମଙ୍ଗଳବାର ହୋଇଥିବାରୁ ମାଆଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ