ETV Bharat / state

ଜାତିଗତ ବିଦ୍ଵେଷର କରୁଣ ଚିତ୍ର, ୨୨ବର୍ଷ ଧରି ଗାଁରୁ ବିତାଡିତ ୫୦ ପରିବାର - ଜାତିଗତ ବିଦ୍ଵେଷ

ଦୀର୍ଘ ୨୨ ବର୍ଷ ଧରି ଯାଯାବର ଭାବେ ଜୀବନ କାଟୁଛନ୍ତି ୫୦ ଦଳିତ ପରିବାର । ସବର୍ଣ୍ଣ ଲୋକଙ୍କ ଦ୍ବାରା ଗାଁରୁ ବିତାଡିତ ହେବାପରେ ଦୁଃଖ, କଷ୍ଟରେ ଜୀବନ କାଟୁଛନ୍ତି ପୀଡ଼ିତ ପରିବାର । ଅଧିକ ପଢ଼ନ୍ତୁ

ଦୀର୍ଘ ୨୨ ବର୍ଷ ଧରି ଯାଯାବର ଭାବେ ଜୀବନ କାଟୁଛନ୍ତି ୫୦ ଦଳିତ ପରିବାର

author img

By

Published : Jan 20, 2023, 7:49 AM IST

Updated : Jan 20, 2023, 1:43 PM IST

ଜାତିଗତ ବିଦ୍ଵେଷର କରୁଣ ଚିତ୍ର

ବ୍ରହ୍ମପୁର: ଦୀର୍ଘ ୨୨ ବର୍ଷ ଧରି ନିଜ ଗ୍ରାମରୁ ବିତାଡିତ ହୋଇଛନ୍ତି ବାଲିଛାଇ ଅଞ୍ଚଳର ୫୦ ଦଳିତ ପରିବାର । ନିଜ ଗ୍ରାମରୁ ବିତାଡିତ ପରେ ଯାଯାବର ଭାବେ ଜୀବନ କାଟୁଛନ୍ତି ଗଞ୍ଜାମ ଜିଲ୍ଲାର ଆସିକା ବାଲିଛାଇ ଅଞ୍ଚଳର ୫୦ ଗୋଟି ଦଳିତ ପରିବାର । ଜିଲ୍ଲାର ଆସିକା ବ୍ଳକର ଅନ୍ତର୍ଗତ ବାଲିଛାଇ ଗ୍ରାମର ଏହି ଦଳିତ ପରିବାରକୁ ଗତ ୨୦୦୦ ମସିହାରୁ ଗାଁର ସବର୍ଣ୍ଣ ଲୋକ ମାନେ ଜାତିଗତ ବିଦ୍ଵେଷ ଓ ହିଂସା କରି ଗାଁରୁ ତଡି ଦେଇଥିଲେ ।

ଯାହାକୁ ନେଇ ଗତ ଦୀର୍ଘ ବର୍ଷ ଧରି ଗାଁ ବାହାରେ ଯାଯାବର ଭାବେ ଜୀବନ ବିତାଉଥିବା ଏହି ପରିବାର ସରକାରଙ୍କ ପାଖରେ ଅନେକ ଗୁହାରୀ କଲେ ମଧ୍ୟ ସେମାନଙ୍କୁ ଅଦ୍ୟାବଧି ନ୍ୟାୟ ମିଳିନଥିବା ଅଭିଯୋଗ କରିଛନ୍ତି । ଏହାସହ ଗାଁ ମାଟି ମାଡିବାକୁ ମଧ୍ୟ ସବର୍ଣ୍ଣ ଲୋକ ସୁଯେଗ ଦେଉନଥିବା ବେଳେ ମାଡ଼ ମାରିବା ସହ ସେମାନଙ୍କ ଘରକୁ ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି । ଏନେଇ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ପୋଲିସ ଆଇ.ଜିଙ୍କୁ ସାକ୍ଷାତ କରି ଘଟଣା ସଂପର୍କରେ ଜଣାଇବା ସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଘର ତିଆରି କରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ ।

ସରକାର ସେମାନଙ୍କ ସୁରକ୍ଷା ପାଇଁ ସେହି ସ୍ଥାନରେ ଏକ ଫାଣ୍ଡି ସ୍ଥାପନ କରିଥିଲେ ମଧ୍ୟ ସେମାନଙ୍କୁ ଗାଁରେ ଥଇଥାନ କରାଯାଇପାରିନଥିବା କହିଛନ୍ତି ପୀଡିତ ପରିବାରର । ଏଭଳି ପରିସ୍ଥିତିରେ ବାଲିଛାଇର ବର୍ଷ ବର୍ଷ ଧରି ପୀଡିତ ପରିବାର ସଦସ୍ୟ ମାନଙ୍କ ପ୍ରତିନିଧି ଦଳ ନିଜର ଦାବି ଜଣାଇବା ସହ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେପଟେ ଗ୍ରାମବାସୀଙ୍କ ଠାରୁ ଘଟଣା ସଂପର୍କରେ ଅବଗତ ହେବା ପରେ, ଯେପରି ଗାଁରେ ସୁରକ୍ଷିତ ଭାବେ ରହିବେ ସେଥିପାଇଁ ଆବଶ୍ୟକୀୟ ପୋଲିସ ସୁରକ୍ଷା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆଇଜି ସତ୍ୟବ୍ରତ।

ପୀଡିତ ପରିବାରମାନଙ୍କ ପକ୍ଷରୁ ଲକ୍ଷ୍ମୀ ନାୟକ, କମଳ ନାୟକ, ଗଣପତି ନାୟକ, ଚିତ୍ତରଞ୍ଜନ ନାୟକ, ବାବୁଲା ନାୟକ, ଛବି ନାୟକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ମାନବିକ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ କୁମାର ଗୟା, ଆଇଏଫଟିୟୁ ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ, ଗଞ୍ଜାମ ଜିଲ୍ଲା ଦଳିତ ମହାସଭାର ଆବାହକ ସଂଗ୍ରାମ ନାୟକ ଓ ମାନବବାଦୀ ହେତୁବାଦୀ ସଂଗଠନର ଗଞ୍ଜାମ ଜିଲ୍ଲା ସମ୍ପାଦକ କେ. ନାନ୍ଦେଶୁ ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jan 20, 2023, 1:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.