ETV Bharat / state

ତୃତୀୟ ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ, ଭାଗ ନେଲେ ୮୦ ପ୍ରଶିକ୍ଷାର୍ଥୀ - କରାଟି

ଗଞ୍ଜାମରେ ଆୟୋଜିତ ହୋଇଛି ତୃତୀୟ ଟାଏକୋଣ୍ଡା କଲର ବେଲ୍ଟ ପ୍ରତିଯୋଗିତା । ହୋପ ଟାଏକୋଣ୍ଡା ଏକାଡେମୀ ପକ୍ଷରୁ ସ୍ଥାନୀୟ ଭାରତୀ ବିଦ୍ୟାପୀଠ ସମ୍ମିଳନୀ କକ୍ଷରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ତୃତୀୟ ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ

author img

By

Published : Nov 16, 2021, 8:20 AM IST

ବ୍ରହ୍ମପୁର: କରାଟିରେ ପିଲାଙ୍କୁ ଉତ୍ସାହିତ କରିବାରୁ ଗଞ୍ଜାମରେ ଆୟୋଜିତ ହୋଇଛି ତୃତୀୟ ଟାଏକୋଣ୍ଡା କଲର ବେଲ୍ଟ ପ୍ରତିଯୋଗିତା । ହୋପ ଟାଏକୋଣ୍ଡା ଏକାଡେମୀ ପକ୍ଷରୁ ସ୍ଥାନୀୟ ଭାରତୀ ବିଦ୍ୟାପୀଠ ସମ୍ମିଳନୀ କକ୍ଷରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏକାଡେମୀ ପ୍ରଶିକ୍ଷକ ସିଏଚ ପ୍ରସାଦ ନାୟକଙ୍କ ତତ୍ତ୍ବାବଧାନରେ ଏହା ଆୟୋଜିତ ହୋଇଛି ।

ଏହି ପ୍ରତିଯୋଗିତାରେ ଆନ୍ତର୍ଜାତିକ ରେଫରୀ ତଥା ରାଜ୍ୟ ସଂପାଦକ କେ ମନୋଜ ପ୍ରଧାନ ପରୀକ୍ଷକ ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା କରି ଆବଶ୍ୟକ ପରାମର୍ଶ ଦେଇଥିଲେ। ହୋପ ଟାଏକୋଣ୍ଡୋ ଏକାଡେମୀର ସଭାପତି ଡି ଗୋବିନ୍ଦ ରେଡ୍ଡୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟାଏକୋଣ୍ଡୋ ଜିଲ୍ଲା ସଭାପତି ଶ୍ରୀକାନ୍ତ ମହାନ୍ତି ଯୋଗ ଦେଇ କୃତ୍ତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀର କୋଚ ଇ.ଲଳିତ କୁମାର, ସଭାପତି ଅରୁଣ ରାଉଳ, ଟାଏକୋଣ୍ଡୋ ଏକାଡେମୀର କୋଚ ବାସୁ ନାୟକ, ଏସ ଯୁଧିଷ୍ଠିର ରେଡ୍ଡୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ପରୀକ୍ଷାରେ ମୋଟ ୮୦ ଜଣ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.