ETV Bharat / state

ଗଞ୍ଜାମରେ ପହଞ୍ଚିଲେ 217 ପ୍ରବାସୀ ଓଡିଆ

author img

By

Published : Apr 30, 2020, 10:49 AM IST

Updated : Apr 30, 2020, 11:55 AM IST

ଗୁଜୁରାଟର ସୁରଟରୁ ଆସିଥିବା ପ୍ରବାସୀ ଓଡିଆମାନେ ବୁଧବାର ମଧ୍ୟରାତ୍ରିରେ ଗଞ୍ଜାମରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

217-migrant-odia-reached-in-ganjam-last-night
ଗଞ୍ଜାମରେ ପହଞ୍ଚିଲେ 217 ପ୍ରବାସୀ ଓଡିଆ

ଭଞ୍ଜନଗର: ଗୁଜୁରାଟର ସୁରଟରୁ ଆସିଥିବା ପ୍ରବାସୀ ଓଡିଆମାନେ ବୁଧବାର ମଧ୍ୟରାତ୍ରିରେ ଗଞ୍ଜାମରେ ପହଞ୍ଚିଛନ୍ତି । ଚାରୋଟି ବସରେ ଆସିଥିବା ପ୍ରବାସୀ ଓଡିଆମାନେ ରାତି 11.40 ମିନଟ ଭଞ୍ଜନଗରରେ ପହଞ୍ଚିଥିଲେ । ସେଠାରୁ ସେମାନଙ୍କୁ ଧରାକୋଟ ଓ ଶେରଗଡ଼ କ୍ଵାରେଣ୍ଟାଇନ ସେଣ୍ଟରକୁ ନିଆଯାଇଛି । ସେଠାରେ ସେମାନଙ୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଗଞ୍ଜାମରେ ପହଞ୍ଚିଲେ 217 ପ୍ରବାସୀ ଓଡିଆ

ଗୁଜୁରାଟର ସୁରଟରୁ 217 ଜଣ ପ୍ରବାସୀ ଓଡିଆ ଚାରୋଟି ବସରେ ଗଞ୍ଜାମକୁ ଫେରିଛନ୍ତି । ସେମାନଙ୍କ ଆସିବା ପୂର୍ବରୁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିଲା । ଗଞ୍ଜାମ ସୀମାର ଦୁର୍ଗାପ୍ରସାଦଠାରୁ ପୋଲିସ ଦ୍ବାରା ସୁରକ୍ଷା ମଧ୍ୟରେ ବସ ଗୁଡିକୁ ଧରାକୋଟ ଓ ଶେରଗଡ଼ କ୍ଵାରେଣ୍ଟାଇନ ସେଣ୍ଟରକୁ ନିଆଯାଇଥିଲା । ଫେରିଥିବା ପ୍ରବାସୀ ଓଡିଆମାନେ ଭଞ୍ଜନଗର ଧରାକୋଟ ଅଞ୍ଚଳର ବୋଲି ଜଣାପଡିଛି । ଗୁରୁବାର ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ 14 ଦିନିଆ କ୍ଵାରେଣ୍ଟାଇନରେ ରଖାଯିବ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Apr 30, 2020, 11:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.