ETV Bharat / state

ସମ୍ଭାବ୍ୟ ବାତ୍ୟା ପାଇଁ ବ୍ରହ୍ମପୁରରେ 21 ଆଶ୍ରୟସ୍ଥଳୀ ପ୍ରସ୍ତୁତ

author img

By

Published : May 23, 2021, 5:02 PM IST

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ମହାନଗର ନିଗମ କାର୍ଯ୍ଯାଳୟ ପରିସରରେ ନିଗମ କମିଶନର ସିଦ୍ଧେଶ୍ୱର ବଳୀରାମ ବନ୍ଦୋରଙ୍କ ଅଧ୍ଯକ୍ଷତାରେ ବୈଠକ ଆୟୋଜିତ ହୋଇଯାଇଛି । ଅଧିକ ପଢନ୍ତୁ...

ସମ୍ଭାବ୍ୟ ବାତ୍ୟା ପାଇଁ ବ୍ରହ୍ମପୁରରେ 21ଟି ବାତ୍ଯା ଆଶ୍ରୟସ୍ଥଳୀ ପ୍ରସ୍ତୁତ: କମିଶନର

ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ମହାନଗର ନିଗମ କାର୍ଯ୍ଯାଳୟ ପରିସରରେ ନିଗମର କମିଶନର ସିଦ୍ଧେଶ୍ୱର ବଳୀରାମ ବନ୍ଦୋରଙ୍କ ଅଧ୍ଯକ୍ଷତାରେ ବୈଠକ ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ସହରରେ ବାତ୍ଯା ୟାସକୁ ନେଇ ମୋଟ 21 ଗୋଟି ବାତ୍ଯା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଥିବା ବେଳେ ସମସ୍ତ କେନ୍ଦ୍ରରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି ।

ମହାନଗର ନିଗମର ସମସ୍ତ ଜମାଦାର ଏନେଇ ପ୍ରସ୍ତୁତ ରହିବାକୁ କୁହାଯିବା ସହିତ ସହରର 13ଟି ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ଯୋଜନା କରାଯାଇଛି । ବାତ୍ଯାକୁ ନେଇ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଯେପରି କୌଣସି ସ୍ଥାନରେ ପାଣି ଜମି ନରହିବ ସେନେଇ କାଠ କାଟା ମେସିନ ଠାରୁ ଆରମ୍ଭ ଟାକ୍ଟର, ଜେସିବି ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି ।

ସହରର ଚାରୋଟି ପଏଣ୍ଟରେ ନିଗମ ପକ୍ଷରୁ ପ୍ରସ୍ତୁତ ହୋଇ ରହିବାକୁ କୁହାଯାଉଥିବା ବେଳେ ନୋଡାଲ ଅଧିକାରୀଙ୍କ ଉପରେ କ୍ଲଷ୍ଟର ସ୍ତରୀୟ ନୋଡାଲ ଅଧିକାରୀ ଏବଂ ଏହି ସମସ୍ତ ବ୍ଯବସ୍ଥାକୁ ଅନୁଧ୍ଯାନ କରିବା ପାଇଁ ଡେପୁଟି କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି । ଯେଉଁମାନେ କଚ୍ଚା ଘରେ ରହୁଛନ୍ତି ସେମାନେ ଅଧିକ ସତର୍କ ରହିବା ସହିତ ଯଦି ସେମାନଙ୍କ ଘରେ ପାଣି ପଶିବାର ସମ୍ଭାବନା ରହିଛି ତୁରନ୍ତ ବାତ୍ଯା ଆଶ୍ରୟସ୍ଥଳି ଯିବା ପାଇଁ ଆହ୍ୱାନ କରାଯାଇଛି ।

ବର୍ତ୍ତମାନର କୋରୋନାର ଦ୍ୱିତୀୟ ଲହର ଚାଲିଥିବାରୁ ବିଦ୍ଯୁତ, ପାନୀୟ ଜଳ ଏବଂ ଅକ୍ସିଜେନ୍ ପାଇଁ ସମସ୍ଯା ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଦ୍ଯୁତ ପାଇଁ ଜେନେରେଟର ବ୍ଯବସ୍ଥା କରାଯାଇଛି । ପାନୀୟ ଜଳ ଯେପରି ଯୋଗାଇ ଦିଆଯିବ ସେନେଇ ବ୍ଯବସ୍ଥା କରାଯିବା ସହିତ ଅକ୍ସିଜେନ୍ ସିଲିଣ୍ଡର ଗୁଡିକ ସଂପୂର୍ଣ୍ଣ ଭାବରେ ଫିଲିଙ୍ଗ୍ କରି ରଖିବା ପାଇଁ କୁହାଯାଇଛି । ଠିକ ସମୟରେ ନିଗମ କାର୍ଯ୍ଯାଳୟରେ ଏହାକୁ ନେଇ ପ୍ରସ୍ତୁତ ହୋଇ ରହିବାକୁ କୁହାଯାଇଛି । ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ରିପୋର୍ଟର ସମୀର ଆଚାର୍ଯ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.