ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ଦୁଇଟି ପୃଥକ ସ୍ଥାନରେ ଦୁଇ ଜଣ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ସେମାନେ ହେଲେ ଆସିକା ଥାନା କରନୋଳି ଗାଁର କବି ଗୌଡ ଓ ଭଞ୍ଜନଗର ସହର ନାରାୟଣ ମନ୍ଦିର ସାହିର ସିଏଚ୍ ଅନନ୍ତ କୁମାର ସୁବୁଦ୍ଧି ।
ପାରିବାରିକ କଳହକୁ କେନ୍ଦ୍ର କରି କବି ନିଜ ଦାଣ୍ଡ ଘରର ଦୁଲାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ସେହିପରି ଅନନ୍ତଙ୍କ ମଧ୍ୟ ରଶି ଲଗାଇ ଆତ୍ମହତ୍ୟା କରିଥିବାବେଳେ ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ଉଭୟ ସ୍ଥାନରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ