ETV Bharat / state

ନଦୀଜଳରେ ଭାସି ଯାଉଥିବା ଯୁବକଙ୍କୁ ଉଦ୍ଧାର କରିବା ଘଟଣା: 2 ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଋଷିକୁଲ୍ୟା ବନ୍ୟାଜଳରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଘଟଣାରେ 2 ଜଣ ଅଗ୍ନିଶମ କର୍ମଚାରୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯିବା ସହ ସମ୍ବୋଧିତ କରାଯାଉଛି । ଶନିବାର ଫାୟାର ବିଭାଗର ଡିଜି ସତ୍ୟଜିତ ମହାନ୍ତି ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା କରିବା ସହ କୃତଜ୍ଞତା ଜଣାଇଛନ୍ତି । ଅଧିକ ପଢନ୍ତୁ...

2 ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

author img

By

Published : Oct 18, 2020, 9:57 AM IST

Updated : Oct 18, 2020, 10:06 AM IST

ବ୍ରହ୍ମପୁର: ଋଷିକୁଲ୍ୟା ବନ୍ୟା ଜଳରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ ଏନଡିଆରଏଫ ଟିମ୍ । ପାଣିରେ ପୁରା 6 କିଲୋମିଟର ପର୍ଯ୍ୟନ୍ତ ପହଁରି ପହଁରି 2 ଜଣ ଅଗ୍ନିଶମ ବିଭାଗ କର୍ମଚାରୀ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କର ଏହି ଦୁଃସାହସିକତା ପଦକ୍ଷେପ ପାଇଁ ବିଭିନ୍ନ ମହଲରୁ ସେମାନଙ୍କୁ ପ୍ରଶଂସିତ କରାଯିବା ସହ ସମ୍ବୋଧିତ କରାଯାଉଛି ।

ସୂଚନା ଅନୁଯାୟୀ, ଗତ ଲଗାଣ ବର୍ଷାରେ ଋଷିକୁଲ୍ୟା ନଦୀର ବନ୍ୟା ଜଳରେ ଛତ୍ରପୁର ବ୍ଲକ ମୁନିଷିପେଣ୍ଠ ଗ୍ରାମର ବାବୁଲି ବେହେରା ଭାସି ଯାଉଥିଲେ । ଏହି ସମୟରେ ଦୁଇ ଜଣ ଅଗ୍ନିଶମ ବିଭାଗ କର୍ମଚାରୀ ତପନ କୁମାର ବେହେରା ଏବଂ କାହ୍ନୁ ଶ୍ରୀଚନ୍ଦନ ପରିଡା ସାହସିକତାର ପରିଚୟ ଦେଇଥିଲେ ।

ଉଭୟ ନଦୀ ସ୍ରୋତରେ ପୁରା 6 ଘଣ୍ଟା ପହଁରି ପହଁରି ବାବୁଲି ବେହେରାଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଥିଲେ । ସେମାନଙ୍କର ଏହି ଦୁଃସାହସିକତା କାର୍ଯ୍ୟ ପାଇଁ ଶନିବାର ଫାୟାର ବିଭାଗର ଡିଜି ସତ୍ୟଜିତ ମହାନ୍ତି ତପନ ଓ କାହ୍ନୁଙ୍କୁ ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା କରିବା ସହ କୃତଜ୍ଞତା ଜଣାଇଛନ୍ତି ।

ସେହିପରି ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଏହି ଦୁଇ କର୍ମଚାରୀଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧନା କରିବା ସହ ପ୍ରଶଂସିତ କରାଯାଇଥିଲା । ଏପରିକି ପୂର୍ବରୁ ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ ଯୋଗେ ଉଭୟଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Oct 18, 2020, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.