ଭଞ୍ଜନଗର: ବଜ୍ରପାତ ଘଟି ୨ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଞ୍ଚଳରେ । ସୂଚନାନୁସାରେ ବିଲରେ କାମ କରୁଥିବାବେଳେ ବଜ୍ରାଘାତରେ ଦୁଇ ଯୁବକ ଗୁରୁତର ହୋଇଥିବା ବେଳେ ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।
ତେବେ ମୃତକ ଦୁଇ ଜଣ ହେଲେ କୁରୁଲେଇ ଗ୍ରାମର ପ୍ରଫୁଲ ସ୍ବାଇଁ ଓ ତନରଡ଼ା ଗ୍ରାମର ଛବିତା ଡାକୁଆ । ସେପଟେ ଏହି ମୃତ୍ୟୁ ଖବର ପାଇ ବେଲଗୁଣ୍ଠା ଥାନା ପୋଲିସ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ