ETV Bharat / state

ଗଞ୍ଜାମରେ ଲକଡ଼ାଉନର ପ୍ରଭାବ, ଦିନ 12ଟା ପରେ ସହର ପୁରା ଶୂନଶାନ - 14 days lockdown started in Ganjam

ଗଞ୍ଜାମ ଜିଲ୍ଲାରେ କୋରୋନା ମହାମାରୀର ଦ୍ଵିତୀୟ ଲହରରେ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଠାରୁ 14 ଦିନ ପାଇଁ ଲକଡ଼ାଉନ ଘୋଷଣା କରିଛନ୍ତି । ଅତ୍ୟାଵଶ୍ୟକ ସାମଗ୍ରୀକୁ ବାଦ ଦେଇ ଆଉ ସବୁ ଦୋକନ ବଜାର ବନ୍ଦ ରହିବ । ଅଧିକ ପଢନ୍ତୁ...

14 days lockdown started in Ganjam
ଗଞ୍ଜାମରେ 14 ଦିନ ଲକଡ଼ାଉନ, ଦିନ ବାରଟା ପରେ ସହର ପୂରା ଶୂନ ଶାନ
author img

By

Published : May 5, 2021, 9:32 PM IST

Updated : May 5, 2021, 10:02 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ କୋରୋନା ମହାମାରୀର ଦ୍ଵିତୀୟ ଲହରରେ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଅନେକ ମୃତ୍ୟୁ ବରଣ ମଧ୍ୟ କରିସାରିଲେଣି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଠାରୁ 14 ଦିନ ପାଇଁ ଲକଡ଼ାଉନ ଘୋଷଣା କରିଛନ୍ତି । ଅତ୍ୟାଵଶ୍ୟକ ସାମଗ୍ରୀକୁ ବାଦ ଦେଇ ଆଉ ସବୁ ଦୋକାନ ବଜାର ବନ୍ଦ ରହିବ ।

ଗଞ୍ଜାମରେ 14 ଦିନ ଲକଡ଼ାଉନ, ଦିନ ବାରଟା ପରେ ସହର ପୂରା ଶୂନ ଶାନ

ଦିନ ବାରଟା ମଧ୍ୟରେ ଲୋକମାନେ ନିଜ ଅଞ୍ଚଳରୁ ହିଁ ଚାଲି ଚାଲି ଯାଇ ପନିପରିବା, ଗ୍ରୋସରୀ ସାମଗ୍ରୀ କିଣି ପାରିବେ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ଦିନ ବାରଟା ପରେ ସହର ପୂରା ଶୂନଶାନ ଦେଖାଯାଉଛି । ସହରରେ ପୋଲିସ ପଇଁତରା ମାରୁଛି ଏବଂ ଅମାନିଆଙ୍କୁ ସାବାଡ଼ କରୁଛି । ଆଜି ଠାରୁ ଲକଡ଼ାଉନ ଆରମ୍ଭ ହୋଇଯାଇଥିବାବେଳେ ସହରରେ ବୁଲୁଥିବା ଅସହାୟଙ୍କ ଦୁଃଖ ଦ୍ବିଗୁଣିତ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ଠାରୁ ଆସିକା ପୋଲିସ ପକ୍ଷରୁ ସହରରେ ବୁଲୁଥିବା ମାନସିକ ବିକୃତ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ ଆରମ୍ଭ ହୋଇଯାଇଛି ।

କୋଭିଡ ସଂକ୍ରମିତଙ୍କୁ ମଧ୍ୟ ସହଯୋଗ କରିବା ପାଇଁ ଆସିକା ପୋଲିସ ପକ୍ଷରୁ ଏକ ମୋବାଇଲ ନମ୍ବର ଜାରି କରାଯାଇଛି । ଯେଉଁ ସମୟରେ ଯାହାକୁ ସହଯୋଗ ଆବଶ୍ୟକ ଫୋନ କଲେ ତତକ୍ଷଣାତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଆସିଲା ପୋଲିସ ପକ୍ଷରୁ କୁହାଯାଇଛି । ଲକଡ଼ାଉନର ପ୍ରଥମ ଦିନରେ ଭଞ୍ଜନଗର, ସୋରଡ଼ା, ଆସିକା, ବୁଗୁଡ଼ା, ପୋଲସରା ଆଦି ଅଞ୍ଚଳରେ ପ୍ରଭାବ ଦେଖିବାକୁ ମିଳିଥିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : May 5, 2021, 10:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.