ETV Bharat / state

ଗୋଖାଦ୍ୟ ଟ୍ରକ୍‌ରେ 20 କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ, ଧରିଲା ଗୁଇନ୍ଦା ବିଭାଗ - 1 କୋଟି ମୂଲ୍ୟର ଗଞ୍ଜେଇ ଜବତ

ଗଞ୍ଜାମ ଜିଲ୍ଲାରେ ଗୋଖାଦ୍ୟ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗୁଇନ୍ଦା ବିଭାଗ ହାତରେ ଧରାପଡିଛି । ଅଧିକ ପଢନ୍ତୁ...

1 crore worth of Ganja seized in Berhampur
ଗୋଖାଦ୍ୟ ଟ୍ରକ୍‌ରେ 20 କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ, ଡ୍ରାଇଭର ଅଟକ
author img

By

Published : Jan 30, 2021, 3:52 PM IST

Updated : Jan 30, 2021, 6:17 PM IST

ବ୍ରହ୍ମପୁର: ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା ଆପଣଉଛନ୍ତି ଚାଲାଣକାରୀ । ଗଞ୍ଜାମ ଜିଲ୍ଲାରେ ଗୋଖାଦ୍ୟ ଟ୍ରକ୍‌ରେ 20 କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ ସମୟରେ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଧରାପଡିଛନ୍ତି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ 1 କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

ଗୋଖାଦ୍ୟ ଟ୍ରକ୍‌ରେ 20 କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ, ଧରିଲା ଗୁଇନ୍ଦା ବିଭାଗ

ଏହି ଟ୍ରକ୍‌ଟି କୋରାପୁଟରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା ବୋଲି ଜଣାପଡିଛି । ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ୧୬ ନଂ ଜାତୀୟ ରାଜପଥର କନିଷି ନିକଟରେ ଏଭଳି ବିପୁଳ ପରିମାଣର ଗଞ୍ଜେଇ ଧରିବାରେ ସକ୍ଷମ ହୋଇଛି । ଏହି ଘଟଣାରେ ଗୁଇନ୍ଦା ବିଭାଗ ଡ୍ରାଇଭରକୁ ଅଟକ ରଖିଛି ।

ମିନି ଟ୍ରକ୍‌ର ଉପରେ ଗୋଖାଦ୍ୟ ରହିଥିବା ବେଳେ ଭିତରେ ଏଭଳି ୨୦ କୁଇଣ୍ଟାଲ ଗଞ୍ଜେଇ ରହିଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ 1 କୋଟି ଟଙ୍କା ହେବ ବୋଲି କୁହାଯାଇଛି । ପୂର୍ବରୁ ନଡ଼ିଆ କତା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେବା ଘଟଣା ମଧ୍ୟ ସାମନାକୁ ଆସିଥିଲା ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jan 30, 2021, 6:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.