ETV Bharat / state

ପଥର ବ୍ଲାଷ୍ଟିଂ ବେଳେ ଅଘଟଣ, ଚାପି ହୋଇ ମାମୁଁ-ଭଣଜା ମୃତ

author img

By ETV Bharat Odisha Team

Published : Aug 26, 2023, 1:37 PM IST

ପଥର ବ୍ଲାଷ୍ଟିଂ ବେଳେ ଚାପି ହୋଇ 2 ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଉଭୟ ଶ୍ରମିକ ସମ୍ପର୍କରେ ମାମୁଁ ଓ ଭଣଜା ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ପଥର ବ୍ଲାଷ୍ଟିଂ ବେଳେ ଚାପି ହୋଇ 2 ଶ୍ରମିକ ମୃତ

ପାରଳାଖେମୁଣ୍ଡି: ପଥର ବ୍ଲାଷ୍ଟିଂ ବେଳେ ଚାପି ହୋଇ 2 ଶ୍ରମିକଙ୍କ ଜୀବନ ଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ । ବନ୍ଧାଗୁଡା କ୍ରସର ନିକଟରେ କାମ କରୁଥିବା ଶ୍ରମିକଙ୍କର ପଥର ବ୍ଲାଷ୍ଟିଂ ବେଳେ ମୃତ୍ୟୁ ହୋଇଛି । ପ୍ରାଣ ହରାଇଥିବା ଶ୍ରମିକ 2 ଜଣ ସମ୍ପର୍କରେ ମାମୁଁ ଓ ଭଣଜା ହୋଇଥିବା ଜଣାପଡିଛି । ଉଭୟ ମାମୁଁ ଭଣଜା ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଝରେଡି ସ୍ଥିତ ରାଧା ଗୋବିନ୍ଦପୁର ଗାଁର ନାରାୟଣ ନାହାକ ଓ ମଧୁରଚୁଆ ଗାଁର ବିଷ୍ଣୁ ପ୍ରସାଦ ନାହାକ l

ଏହା ବି ପଢନ୍ତୁ...ପଥର ଖାଦାନରେ ବ୍ଲାଷ୍ଟିଂ ବେଳେ ଅଘଟଣ, ଜଣେ ମୃତ, 5 ଗୁରୁତର

ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ସାଢ଼େ 7ଟାରେ କ୍ରସର ନିକଟରେ ଥିବା ପଥର କୁଆଁରିରେ ବ୍ଲାଷ୍ଟିଂ ଚାଲିଥିଲା l ଏହି ସମୟରେ ଉଭୟ ମାମୁଁ ଓ ଭଣଜା ସେହିଠାରେ କାମ କରୁଥିଲେ । ପଥର ବ୍ଲାଷ୍ଟିଂ ସମୟରେ ସେମାନେ ଏକ ବଡ଼ ପଥର ପଛ ପଟେ ବସି ବ୍ଲାଷ୍ଟିଂ ପରିଚାଳନା କରୁଥିଲେ ବୋଲି ଜଣାପଡିଛି l ତେବେ ବ୍ଲାଷ୍ଟିଂ ପରେ ଏକ ବିଶାଳ ପଥର 2 ଜଣଙ୍କ ଉପରେ ପଡିବାରୁ ସେମାନେ ଚାପି ହୋଇଯାଇଥିଲେ l ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା l ମୋହନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

ଏହା ବି ପଢନ୍ତୁ...Watch: ରାସ୍ତା ସଫା ବେଳେ ଉପରୁ ଖସିଲା ପଥର, ଖାଇକୁ ଓଲଟିଲା ଜେସିବି

ବନ୍ଧାଗୁଡ଼ା ଗାଁ ନିକଟରେ ଥିବା ପଥର କୁଆଁରିରେ ଗତ କିଛି ଦିନ ହେଲା ପଥର ବ୍ଲାଷ୍ଟିଂ କରାଯାଉଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ ମଧ୍ୟ ପଥର ବ୍ଲାଷ୍ଟିଂ କରାଯାଉଥିବା ବେଳେ ବଡ଼ ଧରଣର ଅଘଟଣ ଘଟିଯାଇଛି । ପଥର ବ୍ଲାଷ୍ଟିଂ ସମୟରେ ସେଠାରେ ଉପସ୍ଥିତ ଥିବା ଉଭୟ ମାମୁଁ ଭଣଜାଙ୍କ ଜୀବନ ଯାଇଛି। ହଠାତ୍ ସେମାନଙ୍କ ଉପରେ ଏକ ବଡ଼ ପଥର ଖସି ପଡିଥିବା ବେଳେ ପଥର ତଳେ ଚାପି ହୋଇ ରହିଯାଇଥିଲେ ନାରାୟଣ ଓ ବିଷ୍ଣୁ ।

ତେବେ ରାଜ୍ୟରେ ଏଭଳି ଘଟଣା ନୂଆ ନୁହେଁ । ଅନେକ ସମୟରେ ବିଭିନ୍ନ ସ୍ଥାନରେ ବେଆଇନ ପଥର ବ୍ଲାଷ୍ଟିଂ କରାଯାଉଛି । ଆଉ ଏହି ପଥର ବ୍ଲାଷ୍ଟିଂ ବେଳେ ଅନେକ ଶ୍ରମିକଙ୍କର ଜୀବନ ଯାଇଥିବାର ମଧ୍ୟ ନଜିର ରହିଛି । ପୁଣିଥରେ ମଧ୍ୟ ଗଜପତି ଜିଲ୍ଲାର ବନ୍ଧାଗୁଡା କ୍ରସର ନିକଟରେ କାମ କରୁଥିବା 2 ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ସେମାନଙ୍କ ପରିବାରର ଶୋକର ଛାୟା ଖେଳିଯାଇଛି।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.