ETV Bharat / state

ଫାର୍ମହାଉସରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ଉଠିଲା ପରଦା - ଫାର୍ମହାଉସରେ0 ମହିଳାଙ୍କ ମୃତଦେହ ଠାବ

ଗଜପତି ପାରଳାଖେମୁଣ୍ଡି ସହର ନିକଟ ଏକ ଫାର୍ମହାଉସରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ପାରଳା ପୋଲିସ । ଅଧିକ ପଢନ୍ତୁ...

ଫାର୍ମହାଉସରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ହେଲା ପର୍ଦ୍ଦାଫାଶ

author img

By

Published : May 22, 2021, 10:43 AM IST

ଗଜପତି: ଗତ ୧୩ ତାରିଖରେ ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ନରହରିପୁର ଗ୍ରାମର ଏକ ନିର୍ମାଣଧୀନ ଫାର୍ମହାଉସରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ପୋଲିସ ଏହାକୁ ହତ୍ୟାକାଣ୍ଡ ଦର୍ଶାଇ ଘଟଣା ସମ୍ପର୍କରେ ଖୋଳତାଡ କରି ସଫଳତା ହାସଲ କରିଛି । ଏ ସମ୍ପର୍କରେ ପୋଲିସ ଶୁକ୍ରବାର ପ୍ରେସ ବିବୃତ୍ତିରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଛି ।

ଫାର୍ମହାଉସରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ହେଲା ପର୍ଦ୍ଦାଫାଶ

ଗତ ୧୨ ତାରିଖ ବୁଧବାର ବିଳମ୍ବିତ ରାତିରେ ନରହରିପୁର ଗ୍ରାମର ଏକ ନିର୍ମାଣଧୀନ ଫାର୍ମହାଉସଠାରେ ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ଗ୍ରାମର ଅମ୍ବିକା ଶବର(୩୫) ନାମକ ଜଣେ ମହିଳାଙ୍କ କୌଣସି କାରଣରୁ ମୃତ୍ୟୁ ଘଟିଥିବା ସୂଚନା ପାଇ ୧୩ ତାରିଖ ସକାଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା କରିଥିଲା । ଏନେଇ ମୃତ ଅମ୍ବିକାଙ୍କ ବାପା ଜାମ୍ବେଲା ରାଇକା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପାରଳା ଥାନାରେ ୧୦୧/୨୧ରେ ମାମଲା ରୁଜୁ କରି ଏଏସପି ବାମଦେବ ସିଂ, ଏସଡିପିଓ ଆର୍.କେ ଦାସ, ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ପ୍ରମୁଖଙ୍କ ସମେତ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଦଳ ଗଠନ କରାଯାଇ ତନାଘନା କରିବା ବେଳେ ସେରଙ୍ଗ ଥାନା ଅନ୍ତର୍ଗତ କିନ୍ତେଇସିଂ ଗ୍ରାମର ମୁଖ୍ୟ ଅଭିଯୁକ୍ତ ଏଲିଆସ ମଣ୍ଡଳ (୨୬) ଓ ହତ୍ୟାରେ ସହଯୋଗ କରିଥିବା ଅଢେଇ ଗ୍ରାମର ଏଲିସୟା ଶବର(୨୦) ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । ଏମାନଙ୍କୁ ଶୁକ୍ରବାର କୋର୍ଟକୁ ଚାଲାଣ କରାଯାଇଛି । ଅଭିଯୁକ୍ତ ଦ୍ବୟ ଘଟଣା ଦିନ ପ୍ରାୟ ୧୧ ଘଣ୍ଟା ସମୟରେ ପ୍ରେମ ବ୍ୟାପାର ଏବଂ ଚରିତ୍ରକୁ ସନ୍ଦେହ କରି ଅମ୍ବିକା ସଙ୍ଗେ ଯୁକ୍ତିତର୍କ ହୋଇଥିଲା ।

ଅଭିଯୁକ୍ତ ଦ୍ବୟ ଅମ୍ବିକାଙ୍କୁ ଇତି ମଧ୍ୟରେ ବେକକୁ ଜାବୁଡି ଧରିବା ପରେ ଏକ ସିମେଣ୍ଟ ଇଟା ଦ୍ବାରା ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ । ଫଳରେ ଅମ୍ବିକାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ବୋଲି ପୋଲିସ ସୂଚନା ଦେଇଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଏହି ଘଟଣାର ସମସ୍ତ ତଦନ୍ତ ଦାୟିତ୍ବ ଗ୍ରହଣ କରି ହତ୍ୟାକାଣ୍ଡକୁ ସଫଳତାର ସହ ପର୍ଦ୍ଦାଫାସ କରିପାରିଛନ୍ତି । ହତ୍ୟାକାରୀଙ୍କଠାରୁ ପୋଲିସ ରକ୍ତାକ୍ତ ଏକ ସିମେଣ୍ଟ ଇଟା ସହ ୪ଗୋଟି ମୋବାଇଲ ଫୋନ ଜବତ କରାଯାଇଥିବାର ଜଣାପଡିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.