ETV Bharat / state

ଓଡିଶାର ସମ୍ପତ୍ତି ନଷ୍ଟ କରିବେ କହିଲେ ଆନ୍ଧ୍ର ମନ୍ତ୍ରୀ ! - ଓଡିଶାର ସମ୍ପତ୍ତି ନଷ୍ଟ କରିବେ କହିଲେ ଆନ୍ଧ୍ର ମନ୍ତ୍ରୀ!

ଓଡିଶାର ଉପରେ ଆନ୍ଧ୍ର ରହିଛି କଡା ନଜର । ଆନ୍ଧ୍ରର ମନ୍ତ୍ରୀ ଏସ.ଆପଲରାଜୁ ଓଡିଶା ସୀମାକୁ ପଶି ଆସି ରାଜ୍ୟର ସମ୍ପତ୍ତିକୁ ନଷ୍ଟ କରିଦେବା ସହ ଅଧିକାରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏନେଇ ଓଡିଶା ନାଗରିକ ମହାମଞ୍ଚ ପକ୍ଷରୁ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଅଧିକ ପଢନ୍ତୁ...

ଓଡିଶାର ସମ୍ପତ୍ତି ନଷ୍ଟ କରିବେ କହିଲେ ଆନ୍ଧ୍ର ମନ୍ତ୍ରୀ!

author img

By

Published : Oct 3, 2021, 10:07 AM IST

ଗଜପତି: ଓଡିଶାର ଉପରେ ଆନ୍ଧ୍ର ରହିଛି କଡା ନଜର । କେବଳ ଓଡିଶା ମାଟି, ପାଣି ଉପରେ ନୁହେଁ । ଏବେ ଆନ୍ଧ୍ରର ମନ୍ତ୍ରୀ ଏସ.ଆପଲରାଜୁ ଓଡିଶା ସୀମାକୁ ପଶି ଆସି ରାଜ୍ୟର ସମ୍ପତ୍ତିକୁ ନଷ୍ଟ କରିଦେବା ସହ ଅଧିକାରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ବେଳେ ଓଡିଶା ନାଗରିକ ମହାମଞ୍ଚ ପକ୍ଷରୁ ମନ୍ତ୍ରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି । ଆନ୍ଧ୍ରର ମନ୍ତ୍ରୀ ଓଡ଼ିଶାର ଯେଉଁ ସ୍ଥାନରେ ଛିଡା ହୋଇ ଏଭଳି ଔଦ୍ଧତ୍ୟ ପ୍ରଦର୍ଶନ କରିଥିଲେ ସେହି ଗଙ୍ଗାବାଡ ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇଥିଲେ ଓଡିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ୍ ।

ଓଡିଶାର ସମ୍ପତ୍ତି ନଷ୍ଟ କରିବେ କହିଲେ ଆନ୍ଧ୍ର ମନ୍ତ୍ରୀ!

ସେମାନେ ସେଠାକାର ଲୋକଙ୍କ ସହ କଥା ଆଲୋଚନା କରିବା ସହ ଓଡିଶା ମାଟିରେ ଚାଲିଥିବା ଆନ୍ଧ୍ରର ଅଙ୍ଗନବାଡି କେନ୍ଦ୍ର ସମ୍ମୁଖରେ ଛିଡା ହୋଇ ବନ୍ଦେ ଉତ୍କଳ ଜନନୀ ନାରା ଦେଇଥିଲେ । ସେଠାରୁ ଫେରିବା ପରେ ପାରଳାଖେମୁଣ୍ଡି ଠାରେ ହେଡକ୍ବାର୍ଟର ଡିଏସପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ସମ୍ପୃକ୍ତ ଆନ୍ଧ୍ର ମନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

ଏହି ଟିମ୍ ଗଙ୍ଗାବାଡ ଅଞ୍ଚଳକୁ ଯାଇ ବିଭିନ୍ନ ଗାଁ ବୁଲିବା ସହ ସ୍ଥିତି ପରଖିଥିଲେ । ଏହି ସମୟରେ ସେହି ଅଞ୍ଚଳରେ ବିକାଶର ଅସଲ ଚିତ୍ରକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ । ଖୁବଶିଘ୍ର ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି । ସ୍ଵାଧୀନତାର ଏତେ ବର୍ଷ ପରେ ବି ଗୋଟିଏ ପଞ୍ଚାୟତ ମୁଖ୍ୟାଳୟରୁ ବ୍ଲକ ମୁଖ୍ୟାଳୟକୁ ଆସିବା ପାଇଁ ନିତିଦିନିଆ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇନାହିଁ । ଶିକ୍ଷା, ସ୍ୱାସ୍ଥ୍ୟର ବ୍ୟବସ୍ଥା ଭୁଷୁଡି ପଡିଛି । ତେବେ ଏହି ଅଞ୍ଚଳର ବିକାଶ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛି ପ୍ରଶାସନ । ଏହି ଅଞ୍ଚଳର ବିକାଶ ପାଇଁ କିଛି ପ୍ରକଳ୍ପ କାମ ଆରମ୍ଭ ହୋଇଥିବା ବେଳେ ଆଉ କିଛି ପ୍ରକଳ୍ପ ଅତିଶୀଘ୍ର ଆରମ୍ଭ ହେବ ବୋଲି ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.