ETV Bharat / state

ଗଜପତି ଗସ୍ତରେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ପୁନଃଉଦ୍ଧାର ବିଷୟରେ କଲେ ଆଲୋଚନା

ଗଜପତି ଜିଲ୍ଲା ଗସ୍ତରେ ରାଜ୍ୟ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ଦୀର୍ଘଦିନ ଧରି ଅବହେଳିତ ହୋଇ ପଡିରହିଥିବା ଗଜପତି ଓ କୃଷ୍ଣ ସାଗରର ସ୍ଥିତି ପରଖିବା ସହ ଏହାର ପୁନଃଉଦ୍ଧାର ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ଅଧିକ ପଢନ୍ତୁ

Water resources department engineering
ଗଜପତି ଜିଲ୍ଲା ଗସ୍ତରେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ପୁନଃଉଦ୍ଧାର ବିଷୟରେ କଲେ ଆଲୋଚନା
author img

By

Published : Dec 15, 2021, 3:35 PM IST

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗସ୍ତରେ ରାଜ୍ୟ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ଦୀର୍ଘଦିନ ଧରି ଅବହେଳିତ ହୋଇ ପଡିରହିଥିବା ଗଜପତି ଓ କୃଷ୍ଣ ସାଗରର ସ୍ଥିତି ପରଖିବା ସହ ଏହାର ପୁନଃଉଦ୍ଧାର ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ଦିନିକିଆ ଗଜପତି ଜିଲ୍ଲା ଆସିଥିବା ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ରଙ୍କ ସହ ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ଅଞ୍ଚଳ ଗସ୍ତ କରିଥିଲେ ।

ଗଜପତି ଜିଲ୍ଲା ଗସ୍ତରେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ପୁନଃଉଦ୍ଧାର ବିଷୟରେ କଲେ ଆଲୋଚନା

ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହି ଟିମ୍ ସହ ଏହି ଦୁଇ ସାଗର ଅଞ୍ଚଳ ବୁଲିଥିଲେ । ଏହି ଉଚ୍ଚସ୍ତରୀୟ ବୈଷୟିକ ଦଳ ଗଜପତି ଓ କୃଷ୍ଣ ସାଗରର ସ୍ଥିତି ପରଖିବା ସହ ଏହାର ପୁନଃଉଦ୍ଧାର ସମୟରେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କଣ କରାଯିବାର ଆବଶ୍ୟକତା ରହିଛି ସେନେଇ ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଏହି ଅଞ୍ଚଳର ସର୍ଭେ କରି ତୁରନ୍ତ ପଠାଇବାକୁ ପାରଳାଖେମୁଣ୍ଡି କ୍ଷୁଦ୍ରଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସର୍ଭେ ରିପୋର୍ଟ ଆସିବା ପରେ ସରକାରଙ୍କ ଦୃଷ୍ଟିକୁ ନିଆଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏହି ଟିମ୍ ପ୍ରତିଶୃତି ଦେଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଚାଷୀମାନେ ଖୁସି ପ୍ରକାଶ କରିବା ସହ ଅନେକ ଦିନ ହେଲା ସେମାନେ କରିଆସୁଥିବା ଦାବି ପୂରଣ ଏହା ନେଇ ଆଶା ପ୍ରକାଶ କରିଛନ୍ତି ।

ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ମହାରାଜା ବିଭିନ୍ନ ସ୍ଥାନରେ ଏକାଧିକ ସାଗର ଖନନ କରିବା ସହ ଜଳସେଚନର ବ୍ୟବସ୍ଥା କରିଥିଲେ । ତେବେ ଅନେକ ବର୍ଷ ହେଲା ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏହା ନଷ୍ଟ ହେବାକୁ ବସିଛି । ଫଳରେ ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନେ ବିଭିନ୍ନ ସମୟରେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେବେ ବର୍ତ୍ତମାନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏଠାକୁ ଆସି ଏଭଳି ପ୍ରତିଶୃତି ଦେବା ପରେ ଦୀର୍ଘ ଦିନ ଧରି ହୋଇପାରୁନଥିବା କାମ ନିଶ୍ଚିତ ଭାବେ ହେବ ବୋଲି ଆଶା କରିଛନ୍ତି ଚାଷୀ । ଗଜପତି ସାଗର ଏବଂ କୃଷ୍ଣ ସାଗରର ପୁନଃଉଦ୍ଧାର ପାଇଁ ପ୍ରଥମେ ଏଠାକାର ସ୍ଥିତି ଅନୁଧ୍ୟାନ କରିବା ଆବଶ୍ୟକ । ତେଣୁ ବିଭାଗର ଏକ ବୈଷୟିକ ଟିମ୍ ଏହି ଅଞ୍ଚଳକୁ ଗସ୍ତ କରିଥିଲା । ଏହାପରେ ଏହାର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇ ତୁରନ୍ତ ଏହାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଳସଂପଦ ବିଭାଗ ଅଧିକାରୀ କହଛନ୍ତି । ଏହି ଦୁଇ ସାଗରର ପୁନଃଉଦ୍ଧାର ହେଲେ ଏହି ଅଞ୍ଚଳ ମତ୍ସ୍ୟଜୀବୀମାନେ ମାଛଚାଷ କରିବେ ଏବଂ ଚାଷୀମାନେ ଜଳସେଚନର ସୁବିଧା ପାଇପାରିବେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ଗଜପତି ଜିଲ୍ଲାପାଳ ।

ସୋମବାର ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଗଜପତି ଜିଲ୍ଲା ଗସ୍ତରେ ଏହି ଦୁଇ ସାଗର ସଂପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ଆସିବା ଏକ ଶୁଭସଙ୍କେତ । ଏମାନେ ଫେରିବା ପରେ ତୁରନ୍ତ ଏହି କାମ ଆରମ୍ଭ ହେବ ବୋଲି ଏହି ସ୍ଥାନୀୟ ଚାଷୀଙ୍କ ନେତୃତ୍ବ ନେଇଥିବା ଡ.ତିରୁପତି ପାଣିଗ୍ରାହୀ ଆଶା ପ୍ରକାଶ କରିଛନ୍ତି । ସେହିଭଳି ଚାଷୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ସ୍ଥାନୀୟ ଚାଷୀ ମଧ୍ୟ ବେଶ୍ ଖୁସି ପ୍ରକାଶ କରିଛନ୍ତି । ଦୀର୍ଘ ବର୍ଷ ହେଲା ଲୋକେ ଏହି ଦୁଇ ସାଗରର ପୁନଃଉଦ୍ଧାର ପାଇଁ ଦାବି କରିଆସୁଛନ୍ତି । ବର୍ତ୍ତମାନ ଏହାର ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହା କେବେ ଚାଷୀଙ୍କ କାମରେ ଆସିବ ତାହା ଉପରେ ସମସ୍ତଙ୍କ ନଜର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.