ETV Bharat / state

ଭୋଟ ଗଣତି ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା - ec

ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସନ୍ତା 23 ତାରିଖରେ ଭୋଟ ଗଣତି ହେବ । ଏହାକୁ ନେଇ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ଗଜପତି
author img

By

Published : May 22, 2019, 12:50 PM IST

ଗଜପତି: ଚଳିତ ନିର୍ବାଚନର ଭୋଟ ଗଣତି ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଳିତ ଥର ପାରଳାଖେମୁଣ୍ଡି ସହର ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ପରିବର୍ତ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସନ୍ତା 23 ତାରିଖରେ ଭୋଟ ଗଣତି କରାଯିବ । ଏହାକୁ ନେଇ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଗଜପତି

ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ପାଇଁ ଏଥର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ପାଇଁ 120 ଜଣ ଅଧିକାରୀଙ୍କ ଆବଶ୍ୟକତା ଥିବା ବେଳେ ଅଧିକ 120 ଜଣକୁ ସଂରକ୍ଷିତ ରଖାଯାଇଛି । ଏଭଳି 240 ଜଣକୁ ନିୟୋଜିତ କରାଯାଇଥିବା ବେଳେ ଆନୁସଙ୍ଗିକ କାମ ପାଇଁ 100 ଜଣକୁ ନିୟୋଜିତ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାରେ ଥିବା 2ଟି ନିର୍ବାଚନ ମଣ୍ଡଳୀ ପାଇଁ 2ଟି ହଲରେ ଭୋଟ ଗଣତି କରାଯିବ । ବିଧାନସଭା ଏବଂ ଲୋକସଭା ପାଇଁ ପ୍ରତି ରାଉଣ୍ଡରେ 10ଟି ଟେବୁଲରେ ଗଣତି ହେବ ବୋଲି ସେ କହିଛନ୍ତି । ସେହିଭଳି ସାଧାରଣ ଲୋକଙ୍କୁ ଗଣତି ସଂପର୍କରେ ସୂଚନା ଦେବା ପାଇଁ ସୂଚନା କେନ୍ଦ୍ର ଖୋଲାଯିବା ସହ ଏକ ମେଡିକାଲ ଟିମ ଉପସ୍ଥିତ ରହି ଜରୁରୀକାଳୀନ ସମସ୍ୟାର ସମାଧାନ କରିବେ ବୋଲି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି ।

ଭୋଟ ଗଣତି କେନ୍ଦ୍ରକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ । ପ୍ରଥମ ସ୍ତରରେ ସ୍ଥାନୀୟ ପୋଲିସ ନିୟୋଜିତ ହେବାକୁ ଥିବା ବେଳେ ଦ୍ବିତୀୟ ସ୍ତରରେ ରାଜ୍ୟ ଏବଂ ତୃତୀୟ ସ୍ତରରେ କେନ୍ଦ୍ରୀୟ ଫୋର୍ସ ନିୟୋଜିତ ହେବେ । ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା ପାଇଁ 5 ଜଣ ଡିଏସ୍‌ପି, 6 ଜଣ ଇନସ୍‌ପେକ୍ଟର, 16 ଏସ୍‌ଆଇ, 14 ଜଣ ଏଏସ୍‌ଆଇ ନିୟୋଜିତ ହେବେ ବୋଲି ଏସ୍‌ପି ସାରା ଶର୍ମା କହିଛନ୍ତି । ଏହି ସମୟରେ ହେବାକୁ ଥିବା ଜନଗହଳିକୁ ଦୃଷ୍ଟିରେ ରଖି ଦୁଇଚକିଆ ଯାନ ପାଇଁ ଡାକବଙ୍ଗଳାରେ ପୂର୍ତ୍ତବିଭାଗ ପାର୍କିଂ ବ୍ୟବସ୍ଥା କରିଥିବା ବେଳେ ଚାରିଚକିଆ ଯାନ ପାଇଁ ଷ୍ଟାଡିୟମରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

sgdsd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.