ETV Bharat / state

ଶିଶୁ ମୃତ୍ୟୁ ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ - ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଏକ୍ସପାରୀ ଔଷଧ ଖାଇ ଶିଶୁ ମୃତ୍ୟୁ ହୋଇଥିବା ନେଇ ପ୍ରତିବାଦ କରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ । ଅଧିକ ପଢନ୍ତୁ

villagers protest for child died
villagers protest for child died
author img

By

Published : Jun 6, 2023, 11:04 AM IST

villagers protest for child died

ଗଜପତି: ଏକ୍ସପାରୀ ଔଷଧ ଖାଇ ଶିଶୁ ମୃତ୍ୟୁ ଅଭିଯୋଗ । ଏନେଇ ପ୍ରତିବାଦ କରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ । ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ଗତ ଏପ୍ରିଲ ୧୧ ତାରିଖରେ ଦିଆଯାଇଥିବା ଏକ୍ସପାରୀ ଭିଟାମିନ ଔଷଧ ଖାଇ ପାରଳାଖେମୁଣ୍ଡି ଉପକଣ୍ଠ ଯାଜପୁର ଗ୍ରାମର ଅନେକ ଶିଶୁ ଗୁରୁତର ହୋଇଥିଲେ । ତେବେ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଥିଲେ ମଧ୍ୟ ୧୧ମାସର ସଞ୍ଚିତଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିଲା । ଏହାପରେ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥିତ ଶିଶୁ ଭବନରେ ଚିକିତ୍ସା କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ମୃତ୍ୟୁ ହୋଇଥିବା ଜଣାପଡିଛି । ତେଣୁ ଏହାର ପ୍ରତିବାଦରେ ଗ୍ରାମବାସୀ ରାସ୍ତାରୋକ କରଥିବା ଫଳରେ ପାରଳାଖେମୁଣ୍ଡି-ମୋହନା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ସୂଚନା ମୁତାବକ, ଗତ ଏପ୍ରିଲ ୭ ତାରିଖରେ ଯାଜପୁରରେ କୁନି ଛୁଆମାନଙ୍କୁ ଔଷଧ ଦେବା ପାଇଁ ଯାଜପୁର ସ୍କୁଲ୍‌କୁ ଆସିବା ପାଇଁ କୁହାଯାଇଥିଲା । ସେଠାରେ ୨୫ରୁ ୩୦ ପରିବାରକୁ ଅଙ୍ଗୱାଡି ଦିଦି ଭିଟାମିନ ଔଷଧ ଦେଇଥିଲେ । କିନ୍ତୁ ତାହା ଏକ୍ସପାରୀ ଔଷଧ ଥିବାରୁ ପିଲା ମାନଙ୍କୁ ଝାଡ଼ା ବାନ୍ତି ହୋଇଥିଲା । ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଥିବା ବେଳେ ୧୧ ମାସର ଛୁଆ ସଞ୍ଚିତର ସ୍ୱାସ୍ଥ୍ୟ କିନ୍ତୁ ଗୁରୁତର ହୋଇଥିଲା । ତେଣୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପାରଳାଖେମୁଣ୍ଡିରେ ଭର୍ତ୍ତି କରାଗଲା । ହେଲେ ୪ ଦିନ ଯାଏଁ କିଛି ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନଆସିବା ଯୋଗୁଁ ନିକଟସ୍ତ ଆନ୍ଧ୍ରର ପୁରୁଣା ପାଟଣା ଅବିଂ ପରେ ଶ୍ରୀକାକୁଲମ୍ କିମ୍ସରେ ଭର୍ତ୍ତି କରାଯାଇଥିଲା । ୧୫ ଦିନର ଚେଷ୍ଟା ସତ୍ତ୍ୱେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ତାକୁ ଭୁବମନେଶ୍ବର ଶିଶୁ ଭବନ ନିଆଯାଇଥିବା ବେଳେ ସେଠାରେ ଶିଶୁଟିର ମୃତ୍ୟୁ ଘଟିଛି ।

ଅନ୍ୟପଟେ ଶିଶୁମାନଙ୍କୁ ଏକ୍ସପାରୀ ଔଷଧ ଦେବା ଯୋଗୁଁ ଗୁରୁତର ହୋଇ ପଡିଥିବା ନେଇ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାକୁ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ଯାଜପୁର ଗ୍ରାମର ୧୧ ମାସର ଶିଶୁ ସଞ୍ଚିତଙ୍କ ଭିଟାମିନ ଏକ୍ସପାରୀ ଔଷଧ ଖାଇ ମୃତ୍ୟୁ ଘଟଣାରେ ଦୁଇ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ଅବହେଳା ନେଇ ଥାନାରେ ଅଭିଯୋଗ କରିଛନ୍ତି ଛୁଆର ବାପା ଓ ମାଆ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.