ଗଜପତି: ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଏ.ନାରାୟଣ ସ୍ଵାମୀ(A Narayanaswamy) । ଆକାଂକ୍ଷୀ ଜିଲ୍ଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀମାନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ସେ ଆଲୋଚନା କରିଛନ୍ତି । ପାରଳାଖେମୁଣ୍ଡି ପହଞ୍ଚିବା ପରେ ନୀତି ଆୟୋଗଙ୍କ ସହଯୋଗୀ ସଂସ୍ଥା ପିରାମଲ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଏ.ନାରାୟଣ ସ୍ଵାମୀ ।
ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆଦିବାସୀଙ୍କ ଉନ୍ନତି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବକୁ ପରାମର୍ଶ ଦେଇଛନ୍ତି । ଗୋଟିଏ ବିଭାଗର ଅନ୍ୟ ବିଭାଗ ସହ ସମନ୍ବୟ ନରହିବା ଯୋଗୁଁ ଗଜପତି ଜିଲ୍ଲାର ଯେଉଁଭଳି ଭାବେ ଉନ୍ନତି ହେବା କଥା ତାହା ହୋଇନାହିଁ । ତେଣୁ ପ୍ରଥମେ ବିଭାଗ ମଧ୍ୟରେ ସମନ୍ବୟ ସୃଷ୍ଟି କରିବା ପାଇଁ ମତ ରଖିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ।
ଇଟିଭି ଭାରତ, ଗଜପତି