ETV Bharat / state

ଆଜି ବି ଅନ୍ଧାରରେ ତିତଲି କ୍ଷତିଗ୍ରସ୍ତଙ୍କ ଜୀବନ

author img

By

Published : Sep 4, 2020, 2:14 PM IST

ସାମୁଦ୍ରିକ ଝଡ ତିତଲିର ତାଣ୍ଡବକୁ ପୂରିବ ଦୁଇ ବର୍ଷ । କ୍ଷତିଗ୍ରସ୍ତଙ୍କୁ ଥଇଥାନ କରିବା ପାଇଁ ସରକାରୀ ସ୍ତରରେ କରାଯାଇଥିଲା ବିଭିନ୍ନ ବ୍ୟବସ୍ଥା । କିନ୍ତୁ ଆଜି ବି ସରକାରଙ୍କ ଠାରୁ କ୍ଷତି ପୂରଣ ପାଇ ପୁଣି ଥରେ ନୂଆ କରି ଜୀବନ ଜୀବିକା ଆରମ୍ଭ କରିବା ଆଶାରେ ଅଛନ୍ତି ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଅଞ୍ଚଳର ସାନ ଦେଉଳା ଏବଂ ବଡ ଦେଉଳା ଗାଁର ଆଦିବାସୀ ସମ୍ପ୍ରଦାୟ । ଅଧିକ ପଢ଼ନ୍ତୁ...

Tribal community of mahendragiri, gajapati district, 2 years of cyclone titli, ତିତଲି କ୍ଷତିଗ୍ରସ୍ତଙ୍କ ଜୀବନ, ତିତଲି କ୍ଷତିଗ୍ରସ୍ତ, ସାନ ଦେଉଳା ଏବଂ ବଡ ଦେଉଳା ଗାଁ
ଆଜି ବି ଅନ୍ଧାରରେ ତିତଲି କ୍ଷତିଗ୍ରସ୍ତଙ୍କ ଜୀବନ

ଗଜପତି: ସାମୁଦ୍ରିକ ଝଡ ‘ତିତଲି’ର ତାଣ୍ଡବକୁ ଆଉ କିଛି ଦିନ ପରେ ପୁରିବ ଦୁଇ ବର୍ଷ । ଏହାରି ଭିତରେ ତିତଲି କ୍ଷତିଗ୍ରସ୍ତଙ୍କୁ ଥଇଥାନ କରିବା ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲା ପ୍ରଶାସନ ମଧ୍ୟ ଏଥିପାଇଁ ଅନେକ କାର୍ଯ୍ୟ କରିଛି । ହେଲେ ହାତଗଣତି କିଛି ଅଧିକାରୀଙ୍କ ପାଇଁ ଆଜି ଯାଏଁ ଅନେକ କ୍ଷତିଗସ୍ତଙ୍କ ସମସ୍ୟା ଦୂର ହୋଇପାରିନାହିଁ । କିଛି ପୁନଃନିବାସ କଲୋନୀରେ ବଶୁଦ୍ଧ ପାନୀୟ ଜଳ ଏବଂ ବିଜୁଳି ଆଲୁଅ ସାତ ସପନ ହୋଇ ରହିଛି ।

ଆଦିବାସୀଙ୍କୁ ପ୍ରକୃତିର ସନ୍ତାନ ବୋଲି କୁହାଯାଏ । ହେଲେ ‘ତିତଲି’ର ତାଣ୍ଡବରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ ଏହି ପ୍ରକୃତିର ସନ୍ତାନମାନେ । ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଅଞ୍ଚଳରେ ତିତଲି ବାତ୍ୟା ସମୟରେ ମୋଟ 48 ଜଣ ପ୍ରାଣ ହରାଇଥିଲେ । ଯେଉଁଥିରେ ବଡ଼ ଦେଉଳା ଓ ସାନ ଦେଉଳା ଗାଁର 6ଟି ଆଦିବାସୀ ପରିବାରର 16 ଜଣଙ୍କ ଜୀବନ ଯାଇଥିଲା । 5 ଶିଶୁ ବି ହୋଇଥିଲେ ଅନାଥ । ଯେଉଁମାନଙ୍କୁ ପରବର୍ତ୍ତୀ ସମୟରେ ପ୍ରଶାସନ ଆପଣେଇ ନେଇଛି । ‘ତିତଲି’ ଆନ୍ଧ୍ରର ପଲାସା ନିକଟରେ ସ୍ଥଳଭାଗ ଛୁଇଁଥିଲା । ଯାହାର ସିଧାସଳଖ ପ୍ରଭାବ ମହେନ୍ଦ୍ରଗିରି ଅଞ୍ଚଳରେ ପଡ଼ିଥିଲା । ଛାରଖାର କରିଥିଲା ପ୍ରାୟ 20କିମି ଅଞ୍ଚଳକୁ । ଏକାଧିକ ସ୍ଥାନରେ ପାହାଡ ଫାଟିବା ସହ ପ୍ରବଳ ବର୍ଷା ଯୋଗୁଁ ଧୋଇଯାଇଥିଲା ଘରଦ୍ବାର, ଜୀବନ ଆଉ ଜୀବିକା। ପାହାଡ ପାଦଦେଶରେ ଥିବା ରାୟଗଡ ଗଙ୍ଗାବାଡ, କଇଁପୁର ଏବଂ ଲକ୍ଷ୍ମପୁର ପଞ୍ଚାୟତରେ ବ୍ୟାପକ କ୍ଷୟୟତି ଘଟିଥିଲା । ପୋଡୁଚାଷ କରି ନିଜ ପରିବାର ଚଳାଇଥାନ୍ତି ଆଦିବାସୀ । କିନ୍ତୁ ଅଧିକାଂଶ ପାହାଡ ଧସିଯିବା ଫଳରେ ତାହାବି ସମ୍ପୂର୍ଣ୍ଣ ରୂପେ ଉଜୁଡି ଯାଇଥିଲା । ତେବେ କ୍ଷୟକ୍ଷତିର ଭରଣା ପାଇଁ ଲୋକଙ୍କୁ ସରକାର ଅନେକ କିଛି ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ସେହି କ୍ରମରେ ନିଜ ଆତ୍ମୀୟଙ୍କୁ ହରାଇଥିବା ଲୋକଙ୍କୁ 10ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଗୃହପାଳିତ ପ୍ରାଣୀଙ୍କୁ ହରାଇଥିବା ଲୋକଙ୍କୁ କ୍ଷତିପୂରଣ, ଘର ହରାଇଥିବା ଲୋକଙ୍କୁ ଗୃହ ନିର୍ମାଣ ସହାୟତା ମଧ୍ୟ ପ୍ରଦାନ କରିଥିଲେ ସରକାର । ଏପରିକି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା 18ଟି ଗାଁକୁ ପାହାଡ ଉପରୁ ଆଣି ସମତଳ ସ୍ଥାନରେ ଥଇଥାନ ମଧ୍ୟ କରାଇବା କାର୍ଯ୍ୟ ମଧ୍ୟ କରାଗଲା । ସେଥି ମଧ୍ୟରୁ କିଛି ଗାଁରେ ଗୃହ ନିର୍ମାଣ ସରିଥିବା ବେଳେ ଆହୁରି ଅନେକ ଗାଁରେ ଘର ନିର୍ମାଣ କାମ ଚାଲିଛି ।

ତେବେ ସରକାର ନୂଆ ପୁନଃନିବାସ କଲୋନୀ କରିଦେଲେ ସତ କିନ୍ତୁ ଆଜି ଯାଏଁ ଅନେକ ପୁନଃନିବାସ କଲୋନୀରେ ରହୁଥିବା ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଟୋପାଏ ମିଳିବା କଷ୍ଟକର ହୋଇପଡ଼ିଛି । ବିଶେଷ କରି ସାନଦେଉଳା ଏବଂ ବଡ ଦେଉଳା ଗାଁର ଲୋକଙ୍କୁ ଥଇଥାନ କରାଯାଇଥିବା କଲୋନୀରେ ଏଭଳି ସମସ୍ୟା ଲାଗି ରହିଛି । ପାନୀୟ ଜଳ ପାଇଁ ଖୋଲାଯାଇଥିବା ବୋରୱେଲକୁ ସୋଲାର ପମ୍ପ ସଂଯୋଗ କରାଯାଇଛି । ତେବେ ବୋରୱେଲ ଖୋଳାଯାଇଥିବା ସ୍ଥାନକୁ ଉପଯୁକ୍ତ ଭାବେ ପରଖା ଯାଇନଥିବାରୁ ପାଣି ବାହାରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି । ସେହିଭଳି ଗାଁରେ ଆଜି ଯାଏଁ ବିଜୁଳି ଆଲୁଅ ଜଳି ପାରିନାହିଁ । ଯଦିଓ ଗାଁକୁ ବିଦ୍ୟୁତ ତାର ଟଣା ସରିଛି, ତଥାପି ଘରକୁ ସଂଯୋଗ ହୋଇନାହିଁ । ତେଣୁ ଲୋକେ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି । ଫଳରେ ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସରକାରଙ୍କ ପକ୍ଷରୁ ପାଣ୍ଠି ଯୋଗାଇ ଦିଆଯାଇଥିବା ବେଳେ ପ୍ରଶାସନିକ ତତ୍ପରତା ଯୋଗୁଁ କ୍ଷତିଗ୍ରସ୍ତଙ୍କୁ ଗୃହ ଯୋଗାଇ ଦେବା ଏବଂ ନିର୍ମାଣ କାମ ସରିଛି । କିନ୍ତୁ କିଛି ଖାମଖିଆଲି ମନୋଭାବର ଅଧିକାରୀଙ୍କ ଯୋଗୁଁ ବିଶୁଦ୍ଧ ପାନୀୟ ଜଳ ଏବଂ ବିଜୁଳି ଆଲୁଅ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା ନିଶ୍ଚିତ ଭାବେ ଚିନ୍ତାର କାରଣ । ସମସ୍ୟା ସମ୍ପର୍କରେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜି ଯାଏଁ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଗଙ୍ଗାବାଡ ପଞ୍ଚାୟତର ପୂର୍ବତନ ସରପଞ୍ଚ । ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ପାନୀୟ ଜଳ ଓ ବିଦ୍ୟୁତ ବ୍ୟବସ୍ଥା ପାଇଁ ରହିଥିବା ସମସ୍ୟା ଗୁଡ଼ିକର ଯଥାଶୀଘ୍ର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।

ଗଜପତିରୁ ହରିହର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.