ETV Bharat / state

ଟ୍ରାଫିକ ନିୟମ ମାନିଲେ ଚକୋଲେଟ ନହେଲେ କଲରା

31ତମ ସଡକ ସୁରକ୍ଷା ସପ୍ତାହକୁ ନିଆରା ଢଙ୍ଗରେ ପାଳନ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏସପି ସାରା ଶର୍ମା । ଟ୍ରାଫିକ ନିୟମ ମାନିଥିବା ଲୋକଙ୍କୁ ଚକୋଲେଟ ଦେଇ ସେମାନଙ୍କୁ ସ୍ଵାଗତ କରିଥିବା ବେଳେ ଏହାକୁ ମାନୁନଥିବା ଲୋକଙ୍କୁ କଲରା ଏବଂ ଅଁଳା ଦେଇ ଟ୍ରାଫିକ ନିୟମ ମାନିବାକୁ ସଚେତନ କରିଛନ୍ତି । ଅଧିକ ପଢନ୍ତୁ...

traffic safety week celebrated in gajapati
ଚକଲେଟ ଓ କଲରା ଦେଇ ସାରା ପାଳିଲେ ସଡକ ସପ୍ତାହ
author img

By

Published : Jan 16, 2020, 5:58 PM IST

ଗଜପତି: ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଗଜପତି ଏସପି ସାରା ଶର୍ମା ବର୍ତ୍ତମାନ 31ତମ ସଡକ ସୁରକ୍ଷା ସପ୍ତାହକୁ ନିଆରା ଢଙ୍ଗରେ ପାଳନ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଆଜି(ଗୁରୁବାର) ପାରଳାଖେମୁଣ୍ଡି ସହରରେ ସେ ଟ୍ରାଫିକ ନିୟମ ମାନିଥିବା ଲୋକଙ୍କୁ ଚକୋଲେଟ ଦେଇ ସେମାନଙ୍କୁ ସ୍ଵାଗତ କରିଥିବା ବେଳେ ଏହାକୁ ମାନୁନଥିବା ଲୋକଙ୍କୁ କଲରା ଏବଂ ଅଁଳା ଦେଇ ଟ୍ରାଫିକ ନିୟମ ମାନିବାକୁ ସଚେତନ କରିଛନ୍ତି । କିଛି ଲୋକଙ୍କୁ ଅଟକାଇ ହେଲମେଟ କିଣାଇ ନିଜ ହାତରେ ପିନ୍ଧାଇ ଦେଇଛନ୍ତି । ଏସପିଙ୍କ ଏଭଳି କାର୍ଯ୍ୟକୁ ସାଧାରଣ ଲୋକେ ସ୍ବାଗତ କରିବା ସହ ଏହାଦ୍ବାରା ଲୋକେ ସଚେତନ ହୋଇପାରିବେ ବୋଲି କହିଛନ୍ତି ।

ଚକଲେଟ ଓ କଲରା ଦେଇ ସାରା ପାଳିଲେ ସଡକ ସପ୍ତାହ

31ତମ ସଡକ ସୁରକ୍ଷା ସପ୍ତାହ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ପାରଳାଖେମୁଣ୍ଡି ପୁଲିସ ପକ୍ଷରୁ ସ୍ଥାନୀୟ ଥାନା ଛକ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ସାମିଲ ହୋଇଥିଲେ ଏସପି ସାରା ଶର୍ମା । ଥାନା ଛକରେ ଛିଡା ହୋଇ ପ୍ରତ୍ୟେକ ଗାଡିକୁ ଅଟକାଇବା ସହ ଯେଉଁମାନେ ଟ୍ରାଫିକ ନିୟମ ମାନି ହେଲମେଟ ପିନ୍ଧିଥିଲେ କିମ୍ବା ସିଟ୍ ବେଲ୍ଟ ବ୍ୟବହାର କରିଥିଲେ ସେମାନଙ୍କୁ ଚକୋଲେଟ ଦେଇ ସ୍ବାଗତ କରିବା ସହ ସାଧୁବାଦ ଜଣାଇଥିଲେ ।

ଏସପିଙ୍କ ଏଭଳି କାର୍ଯ୍ୟକୁ ଲୋକେ ଖୁବ ପସନ୍ଦ କରିବା ସହ ସବୁ ସ୍ଥାନରେ ଟ୍ରାଫିକ ନିୟମ ନମାନିଲେ ଜରିମନା ଆଦାୟ କରାଯାଉଛି କିନ୍ତୁ ଏଠାରେ ସେହି ଟଙ୍କାରେ ହେଲମେଟ କିଣାଇବା ନିଶ୍ଚିତ ଭାବେ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି । ଏଭଳି କରିବା ଦ୍ବାରା ଲୋକେ ସଚେତନ ହେବା ସହ ଟ୍ରାଫିକ ନିୟମ ମାନିବାକୁ ବାଧ୍ୟ ହେବେ । ଫଳରେ ଲୋକେ ନିଜର ଜୀବନ ବଞ୍ଚାଇ ପାରିବେ ବୋଲି ସାଧାରଣ ଲୋକେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ସହ ଆଞ୍ଚଳିକ ପରିବହନ ଅଧିକାରୀ ରଜନୀକାନ୍ତ ସ୍ବାଇଁ, ମୋଟର ଯାନ ନିରୀକ୍ଷକ ବସନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG-INNOVATION BY SARA
FORMAT-PKG
REPORTER-HARIHARA PATNAIK
PKLACE-GAJAPATI
DATE-15.01.2020
ଆଙ୍କର-ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଗଜପତି ଏସପି ସାରା ଶର୍ମା । ବର୍ତମାନ 31ତମ ସଡକ ସୁରକ୍ଷା ସପ୍ତାହକୁ ନିଆରା ଢଙ୍ଗରେ ପାଳନ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଗୁରୁବାର ପାରଳାଖେମୁଣ୍ଡି ସହରରେ ସେ ଟ୍ରାଫିକ ନିୟମ ମାନିଥିବା ଲୋକଙ୍କୁ ଚକୋଲେଟ ଦେଇ ସେମାନଙ୍କୁ ସ୍ଵାଗତ କରିଥିବା ବେଳେ ଏହାକୁ ମାନୁନଥିବା ଲୋକଙ୍କୁ କଲାରା ଏବଂ ଅଁଳା ଦେଇ ଟ୍ରାଫିକ ନିୟମ ମାନିବାକୁ ସଚେତନ କରିଛନ୍ତି । କିଛି ଲୋକଙ୍କୁ ଅଟକାଇ ହେଲମେଟ କିଣାଇ ନିଜ ହାତରେ ପିନ୍ଧାଇ ଦେଇଛନ୍ତି । ଏସପିଙ୍କ ଏଭଳି କାର୍ଯ୍ୟକୁ ସାଧାରଣ ଲୋକେ ସ୍ବାଗତ କରିବା ସହ ଏହାଦ୍ବାରା ଲୋକେ ସଚେତନ ହୋଇପାରିବେ ବୋଲି କହିଛନ୍ତି ।...............
Body:ଭିଓ 01- 31ତମ ସଡକ ସୁରକ୍ଷା ସପ୍ତାହ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମାନ କରାଯାଉଛି । ଗୁରୁବାରପାରଳାଖେମୁଣ୍ଡି ପୁଲିସ ପକ୍ଷରୁ ସ୍ଥାନୀୟ ଥାନା ଛକ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଯେଉଁଥିରେ ସାମିଲ ହୋଇଥିଲେ ଏସପି ସାରା ଶର୍ମା। ସବୁବେଳେନିଜର ନିଆରା ଅନ୍ଦାଜରେ କରୁଥିବା ଏହି ଲେଡି ଆଇପିଏସ ଅଧିକାରୀ ଏହି କାର୍ଯ୍ୟକ୍ରମରେ ମଧ୍ୟ ନିଆରା କାର୍ଯ୍ୟ କରିଥିଲେ। ଥାନା ଛକରେ ଛିଡା ହୋଇ ପ୍ରତ୍ୟେକ ଗାଡିକୁଅଟକାଇବୀ ସହ ଯେଉଁମାନେ ଟ୍ରାଫିକ ନିୟମ ମାନି ହେଲମେଟ ପିନ୍ଧିଥିଲେ କିମ୍ବା ସିଟ୍ ବେଲ୍ ବ୍ୟବହାର କରିଥିଲେ ସେମାନଙ୍କୁ ଚକୋଲେଟ ଦେଇ ସ୍ବାଗତ କରିବା ସହ ସାଧୁବାଦ ଜଣାଇଥିଲେ । ଆଉ ଯେଉଁମାନେ ଏହାକୁ ନମାନି ଗାଡି ଚଳାଉଥିଲେ ସେମାନଙ୍କୁ କଲରା ଏବଂ ଅଁଳା ପ୍ରଦାନ କରିଥିଲେ । ଏପରିକି କିଛି ଲୋକଙ୍କୁ ହେଲମେଟକିମଆଇ ନିଜ ହାତରେ ପିନ୍ଧାଇବା ସହ ଟ୍ରାଫିକ ନିୟମ ମାନିବାକୁ ସଚେତନ କରାଇଥିଲେ । ଏହାଦ୍ବାରା ନିଜର ଏବଂ ଅନ୍ୟମାନଙ୍କ ଜୀବନ ବଂଚାଇବାର ବାର୍ତ୍ତା ବଂଟନ କରିଥିଲେ ।................
         ବାଇଟ୍ 01-ସାରା ଶର୍ମା(ଅସପି,ଗଜପତି)
ଭିଓ 02-ଏସପିଙ୍କ ଏଭଳି କାର୍ଯ୍ୟକୁ ଲୋକେ ଖୁବ ପସନ୍ଦ କରିବା ସହ ସବୁ ସ୍ଥାନରେ ଟ୍ରାଫିକ ନିୟମ ନମାନିଲେ ଜରିମନା ଆଦାୟ କରାଯାଉଛି । କିନ୍ତୁ ଏଠାରେ ସେହି ଟଙ୍କାରେ ହେଲମେଟ କିଣାଇବା ନିଶ୍ଚିତ ଭାବେ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି । ଏଭଳି କରିବା ଦ୍ବାରା ଲୋକେ ସଚେତନ ହେବା ସହ ଟ୍ରାଫିକ ନିୟମ ମାନିବାକୁ ବାଧ୍ୟ ହେବେ । ଫଳରେ ଲୋକେ ନିଜର ଜୀବନ ବଞ୍ଚାଇ ପାରିବେ ବୋଲି ସାଧାରଣ ଲୋକେ କହିଛନ୍ତି ।......................
         ବାଇଟ୍ 02-ଜି.ଚିରଞ୍ଜୀବି(ସ୍ଥାନୀୟ ବାସିନ୍ଦା)
         ବାଇଟ୍ 03-କାର୍ତିକ ଚନ୍ଦ୍ର ମହାପାତ୍ର(ସ୍ଥାନୀୟ ବାସିନ୍ଦା)
Conclusion:ଫାଭିଓ- ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ଆଂଚଳିକ ପରିବହନ ଅଧିକାରୀ ରଜନୀକାନ୍ତ ସ୍ବାଇଁ, ମୋଟର ଯାନ ନିରୀକ୍ଷକ ବସନ୍ତ ମହାପାତ୍ର ପ୍ରମୁଖଙ୍କ ସମେତ ବହୁ ପୁଲିସ ଅଧିକାରୀ ସାମିଲ ହୋଇଥିଲେ ।...............
.................ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭାରତ..................
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.