ETV Bharat / state

ସରକାରୀ ବିହନ ପ୍ରତି ବିମୁଖ ଚାଷୀ : ଗୋଦାମରେ ଖତ ଖାଉଛି କିିଣ୍ଟାଲ କ୍ବିଣ୍ଟାଲ ଧାନ ବିହନ

author img

By

Published : Aug 2, 2023, 9:30 PM IST

ଓଡିଶା ବିହନ ଖତ ଖାଉଥିବାବେଳେ ଚାଷୀମାନେ ଆନ୍ଧ୍ରପ୍ରଦେଶରୁ ବିହନ ଆଣୁଛନ୍ତି। ବିହନ ନିଗମ ଉପରେ ଭରଷା ନଥିବାରୁ ପଡ଼ୋଶୀ ରାଜ୍ୟରୁ ବିହନ କିଣୁଥିବା କହିଛନ୍ତି ଚାଷୀ। ଅଧିକ ପଢନ୍ତୁ

ସରକାରୀ ବିହନ ପ୍ରତି ବିମୁଖ ଚାଷୀ
ସରକାରୀ ବିହନ ପ୍ରତି ବିମୁଖ ଚାଷୀ
ସରକାରୀ ବିହନ ପ୍ରତି ବିମୁଖ ଚାଷୀ

ଗଜପତି: ଗୋଦାମରେ ଓଡିଶା ବିହନ ଖତ ଖାଉଥିବାବେଳେ ଚାଷୀମାନେ ଆନ୍ଧ୍ରପ୍ରଦେଶରୁ ବିହନ ଆଣୁଛନ୍ତି । ଫଳରେ ସରକାରୀ ବିହନର ଚାହିଦା କମି କମି ଆସୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଚଳିତ ବର୍ଷ ୧୫ କ୍ବିଣ୍ଟାଲ ପ୍ରକ୍ରିୟା କରଣ ହୋଇଥିଲା । ବିଭିନ୍ନ ଜିଲ୍ଲାକୁ ପଠାଇବା ପରେ ଗଜପତି ଜିଲ୍ଲାରେ ମାତ୍ର ୫୫୧୬ କ୍ବିଣ୍ଟାଲ ବିହନ ବିକ୍ରି ହୋଇଛି । ୨୦୨୦-୨୧ ଏବଂ ୨୦୨୧-୨୨ ମସିହାରେ ଜିଲ୍ଲାରେ ଯେତିକି ଜମିରେ ଚାଷ ହୋଇଥିଲା ଚଳିତ ବର୍ଷ ମଧ୍ୟ ସେତିକି ଜମିରେ ଚାଷ ହୋଇଛି । କିନ୍ତୁ ସେହି ପରିମାଣରେ ବିହନ ବିକ୍ରି ହୋଇନାହିଁ ।

ଚାଷୀ ଆନ୍ଧ୍ରପ୍ରଦେଶ ବିହନ ପ୍ରତି ଆକୃଷ୍ଟ ହେଉଥିବାବେଳେ ସେଠାରେ ଥିବା ବେସରକାରୀ ଅନୁଷ୍ଠାନରେ ତିଆରି କରାଯାଉଥିବା ବିହନ କିଣୁଛନ୍ତି । ଏନେଇ ଚାଷୀ କହିଛନ୍ତି, "ଆନ୍ଧ୍ରପ୍ରଦେଶ ବିହନ ସ୍ଵଚ୍ଛ, ସଫାସୁତୁରା ଓ ଗୋଟିଏ କିସମର ଧାନରୁ ପ୍ରସ୍ତୁତ । ଓଡିଶା ସରକାରୀ ବିହନରେ ବହୁତ କେଳି ଥିବା ହେତୁ ଗତ ବର୍ଷ ସେମାନଙ୍କୁ କ୍ଷତି ସହିବାକୁ ପଡିଥିଲା । ଧାନ ହେବା ପରେ ମିଲକୁ ଧାନ ନେଲା ବେଳକୁ କଳା ପଡିଯାଇଥିବାରୁ ମିଲ ମାଲିକମାନେ ଧାନ ଫେରାଇ ଦେଇଛନ୍ତି । ଓଡିଶା ସରକାରଙ୍କ ଡିବିଟିଏଲ ମାଧ୍ୟମରେ ବିହନ ପାଇଁ ସବସିଡି ଦିଆଯାଉଥିଲେ ବି ତାହା ଚାଷୀଙ୍କ ଆକାଉଣ୍ଟକୁ ଆସୁନାହିଁ । ସେହିପରି ଓଡ଼ିଶାର ବିହନରୁ ତଳି ଭଲ ହେଉନାହିଁ ।" ତେଣୁ ଆନ୍ଧ୍ର ବିହନ କିଣିବାକୁ ସେମାନେ ବାଧ୍ୟ ହେଉଥିବା ଚାଷୀ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଖରିଫ ଋତୁରେ ଚାଷୀଙ୍କୁ ସମସ୍ତ ସହଯୋଗ କରନ୍ତୁ ସରକାର: କିଷାନ କଂଗ୍ରେସ

ସେପଟେ ଜିଲ୍ଲା କୃଷି ନିର୍ଦ୍ଦେଶକ ଇରେନିୟସ ପ୍ରଧାନ କହିଛନ୍ତି, "ପାରଳାଖେମୁଣ୍ଡିରେ ଥିବା ବିହନ ପ୍ରକ୍ରିୟାକରଣ କେନ୍ଦ୍ରରେ ଆଧୁନିକ ଯନ୍ତ୍ରପାତି ସବୁ ସଂଯୋଗ କରାଯାଇ ବିହନ ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ବର୍ଷ ଭଲ ବିହନ ଚାଷୀଙ୍କୁ ଦେବା ବ୍ୟବସ୍ଥା ମଧ୍ୟ କରାଯାଇଛି । ଆନ୍ଧ୍ର ଓଡିଶା ସୀମାନ୍ତ ଅଞ୍ଚଳ ହୋଇଥିବା ଯୋଗୁଁ ଏଠାକାର ଚାଷୀମାନେ ପ୍ରାୟତଃ ଆନ୍ଧ୍ରରୁ ହିଁ ବିହନ କ୍ରୟ କରି ଚାଷ କରିଥାନ୍ତି । ଚଳିତ ବର୍ଷ ପ୍ରାୟ 9ହଜାର ବିହନ ରହିଥିଲା । ସେଥିମଧ୍ୟରୁ 6 ହଜାର ବିହନ ବିକ୍ରୟ କରାଯାଇଛି । କିନ୍ତୁ ଯଦି କେହି ଚାଷୀ ଚାହିଁବେ ବିହନ ଆସି ନେଇପାରିବେ ।"

ତେବେ ବିହନ ନିଗମ ଉପରୁ ଚାଷୀଙ୍କ ଭରଷା ତୁଟିଯାଇଛି ପ୍ରତିକ୍ରିୟାରୁ ଜଣାପଡିଛି । ତଳି ରୁଆ କାମ ଆରମ୍ଭ ହୋଇଥିବାବେଳେ ଖତ ଖାଉଛି ବିହନ । ଏଭଳି ସ୍ଥିତିରେ ବିହନ ନିଗମ ଉପରେ ଭରଷା ନଥିବାରୁ ମୁହଁ ଫେରାଇ ନେଇଥିବା ଚାଷୀଙ୍କ ଭରଷା କେବେ ଫେରୁଛି ତାହାକୁ ଅପେକ୍ଷା ରହିଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.