ଗତପତି: ଚାଲିଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା । ରାଜ୍ୟସାରା ପାଳିତ ହେଉଛି ଏହି ପର୍ବ । ଚାରିଆଡ଼େ ଭକ୍ତଗଣଙ୍କ ଖଚାଖଚ ଭିଡ । ଆଉ ଏହି ଭିଡର ଫାଇଦା ଉଠାଉଛନ୍ତି ଲୁଟେରା । ଗଜପତିର ପାରଳାଖେମୁଣ୍ଡି ରଥଯାତ୍ରାରେ ମହିଳା ଲୁଟେରାଙ୍କୁ କାବୁ କରିଛି ପୋଲିସ ।
ମାତ୍ର ଠିକ ଏହି ସମୟରେ ରମେଶଙ୍କ ହାତରେ ଧରା ପଡିଥିଲା ଲୁଟେରା । ଘଟଣାସ୍ଥଳରେ ଥିବା ସି ଟିମ (ମହିଳାଙ୍କ ପାଇଁ ସ୍ବତନ୍ତ ଟିମ) ମହିଳା ଲୁଟେରାକୁ ଗିରଫ କରିଛି । ମହିଳା ଲୁଟେରା ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପରୁଣା ପାଟଣା ଗ୍ରାମର ବୋଲି ଜଣାପଡିଛି । ତା ପାଖରୁ 8ଟି ଲକେଟ, 50ଟଙ୍କା, ଗୋଟିଏ ମୋବାଇଲ ଫୋନ ପୋଲିସ ଜବତ କରିଛି । ଏ ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରହିଥିବା ସହ ସି ଟିମର କାର୍ଯ୍ୟକଳାପକୁ ପ୍ରସଂଶା କରିଥିବା ଗଜପତି ଜିଲ୍ଲା ଏସପି ସାରା ଶର୍ମା କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ