ETV Bharat / state

ତିତଲିକୁ ଏକ ବର୍ଷ; କେମିତି ଅଛନ୍ତି ପ୍ରଭାବିତ ଗଜପତିବାସୀ

author img

By

Published : Oct 11, 2019, 3:58 AM IST

ତିତଲିକୁ ଏକ ବର୍ଷ । ସାମୁଦ୍ରିକ ଝଡ ତିତଲିର ତାଣ୍ଡବରେ ପୁରାଣ ପ୍ରସିଦ୍ଧ ଗଜପତିର ମହେନ୍ଦ୍ରଗିରି ଏବଂ ଏହାର ପାଦଦେଶ ଅଞ୍ଚଳ ମାନଚିତ୍ର ବଦଳି ଯାଇଥିଲା । ବିଭିନ୍ନ ସ୍ଥାନରେ ପାହାଡ ଧସିଯିବା ସହ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଆସିଥିବା ବନ୍ୟା ଜଳରେ ଭାସି ଯାଇ 48ଜଣଙ୍କ ମୃତ୍ୟୁ ହୋଇଥିଲା ।

ଫଟୋ ସୌଜନ୍ୟ- ପ୍ରତିନିଧି, ଗଜପତି

ଗଜପତି: 2018 ମସିହା ଅକ୍ଟୋବର 10ତାରିଖ । ମଧ୍ୟରାତ୍ରିର ଘନ ଅନ୍ଧାରରେ ବାତ୍ୟା ତିତିଲି ରଚିଥିଲା ତାଣ୍ଡବ । ତିତଲିର ତାଣ୍ଡବରେ ଯାଇଥିଲା 48ଟି ମୂଲ୍ୟବାନ ଜୀବନ । ଏପରିକି ଏହି ଅଞ୍ଚଳର ମାନଚିତ୍ରକୁ ଏକ ପ୍ରକାର ବଦଳାଇ ଦେଇଥିଲା ବାତ୍ୟାର ପ୍ରକୋପ । ଇତି ମଧ୍ୟରେ ବିତିଛି 1ବର୍ଷ । ଏହି ସମୟ ମଧ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିବା ପାଇଁ ବାତ୍ୟା ବିଧ୍ବସ୍ତ ଅଞ୍ଚଳରେ ପହଞ୍ଚିଥିଲା ଇଟିଭି ଭାରତ ଟିମ । ଗତ ବର୍ଷର ବିଧ୍ବଂସକାରୀ ବାତ୍ୟାର ପ୍ରକୋପରେ ଶହଶହ ବଡ ଗଛ, ବିଦ୍ୟୁତ ଖୁଣ୍ଟ ଓ ତାର ବିଛେଇ ହୋଇ ପଡିରହିଥିଲା । କାହା ଘରର ଟିଣ ଛପର ଉଡିଯାଇଥିଲା ତ ଆଉ କାହାର ଘର ସଂପୂର୍ଣ୍ଣ ଧ୍ବଂସ ହୋଇଯାଇ ମାଟିରେ ମିଶିଯାଇଥିଲା । ଫଳରେ ନିଜ ଆତ୍ମୀୟ ସ୍ବଜନ ଏବଂ ଅନ୍ୟମାନଙ୍କ ସ୍ଥିତିକୁ ନେଇ ଲୋକଙ୍କ ଚିନ୍ତା ବଢିଥିଲେ ମଧ୍ୟ କେଉଁ ଆଡେ ଯିବା ସମ୍ଭବ ନଥିଲା । ମୋବାଇଲ ନେଟୱର୍କ ବି କାମ କରୁନଥିବାରୁ କେହି କାହା ଖବର ଜାଣିବା ବି ସମ୍ଭବ ନଥିଲା । ତେବେ ଦୁଇଦିନ ପରେ କାଁଭାଁ ମୋବାଇଲ କାମ କରିବା ଆରମ୍ଭ କରିବା ପରେ ଯେଉଁ ଖବର ଆସିଥିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଗଜପତି

ସାମୁଦ୍ରିକ ଝଡ ତିତଲିର ତାଣ୍ଡବରେ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଏବଂ ଏହାର ପାଦଦେଶ ଅଞ୍ଚଳ ମାନଚିତ୍ର ବଦଳି ଯାଇଥିଲା । ବିଭିନ୍ନ ସ୍ଥାନରେ ପାହାଡ ଧସିଯିବା ସହ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଆସିଥିବା ବନ୍ୟା ଜଳରେ ଭାସି ଯାଇ 48ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ସମସ୍ତଙ୍କ ସୁଅ ଛୁଟିଥିଲା ଏହି ଅଞ୍ଚଳକୁ ।

ମହେନ୍ଦ୍ରଗିରିକୁ ଲାଗି ରହିଥିବା ବାରଘର ଗାଁର 16ଜଣ ମାଟି ଅତଡା ସହ ଭାସିଯାଇ ପ୍ରାଣ ହରାଇଥିଲେ । ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡୁଥିଲା ବଣ ପାହାଡ ଘେରା ଏହି ଅଞ୍ଚଳ । ତେବେ ମୃତଦେହର ସ୍ଥିତିକୁ ଦେଖିବା ଥିଲା ଅତ୍ୟନ୍ତ ହୃଦୟ ବିଦାରକ । କାହାର ହାତ ଥିଲା ତ କାହାର ଗୋଡ, ପୁଣି କାହାର ଖଣ୍ଡିଆ ମୃତଦେହ ଲାଗିଥିଲା ଗଛରେ । ଏପରିକି ମାଟି ତଳେ ଚାପି ହୋଇ ରହିଥିବା ମୃତଦେହ 10ଦିନ ପରେ ଉଦ୍ଧାର ହୋଇଥିଲା ।

ଏହି ଅଂଚଳକୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟର ସମସ୍ତ ବଡ ଅଧିକାରୀ ପହଞ୍ଚି ବାତ୍ୟାର ପ୍ରକୋପରେ କ୍ଷତିଗ୍ରସ୍ତ ଅଞ୍ଚଳର ବିକାଶ ସହ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତାର ପ୍ରତିଶୃତି ଦେଇଥିଲେ ।

ଇତି ମଧ୍ୟରେ ବିତିଛି 1ବର୍ଷ । ଏହି ସମୟ ମଧ୍ୟରେ ଲୋକେ ତାଙ୍କ ଉଜୁଡା ସଂସାରକୁ ସଜାଡିବା ପାଇଁ ପ୍ରୟାସ କରୁଥିବା ବେଳେ ସରକାରଙ୍କ ପ୍ରତିଶୃତି ଅନୁସାରେ ଅନେକାଂଶରେ ସହାୟତା ପାଇଛନ୍ତି । ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ 10ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିବା ବେଳେ ପ୍ରଶାସନ ତୁରନ୍ତ ଏହା ମୃତକଙ୍କ ପରିବାରକୁ ପ୍ରଦାନ କରିଥିଲା ।

ବାତ୍ୟା ପ୍ରଭାବରେ ଜିଲ୍ଲାରେ ପ୍ରାୟ 18ଟି ଗାଁ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ପାହାଡ ଉପରେ ଥିବା ସେହି ଗାଁର ଲୋକଙ୍କୁ ସମତଳ ସ୍ଥାନକୁ ଆଣି ଥଇଥାନ କରାଯାଉଛି । ସେଥିମଧ୍ୟରୁ 3ଟି ଗାଁ ନୂତନ ଭାବେ ଗଢି ଉଠିସାରିଥିବା ବେଳେ ବାକି 15ଟି ଗ୍ରାମବାସୀ ଏବେବି ନିଜର ଗୃହ ନିର୍ମାଣ ଜାରି ରଖିଛନ୍ତି ।

ସରକାରୀ ତଥ୍ୟ ଅନୁସାରେ...

ଜିଲ୍ଲାରେ 71ହଜାର 834 ଟି ଘର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନଙ୍କୁ ଏଥିପାଇଁ 122କୋଟି 74ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସେହିପରି ପୁଷ୍ଟିକର ଖାଦ୍ୟ ଉତ୍ପାଦନ ପାଇଁ ସହାୟତା, ବେକାର ଯୁବକ ଯୁବତୀମାନଙ୍କୁ ଚିହ୍ନଟ କରି ତାଲିମ ଦେଇ ନିଯୁକ୍ତି ଏବଂ ମନରେଗାରେ 18ଲକ୍ଷ 34ହଜାର 985ଟି କାର୍ଯ୍ୟଦିବସ ସୃଷ୍ଟି କରାଯାଇ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ପ୍ରୟାସ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ତିତଲି ତାଣ୍ଡବରେ ଗଜପତି ଜିଲ୍ଲାର ମାନଚିତ୍ର ଏକପ୍ରକାର ବଦଳି ଯାଇଛି । ଏହି 1ବର୍ଷ ମଧ୍ୟରେ ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରଶାସନ ଏବଂ ସରକାର ପ୍ରୟାସ କରିଛନ୍ତି । କିଛି ପୂର୍ବସ୍ଥିତିକୁ ଫେରିଥିବା ବେଳେ ଆଉ କିଛି ଫେରିବାକୁ ଉଦ୍ୟମ ଜାରି ରଖିଛନ୍ତି । ହେଲେ ଏହି ବାତ୍ୟାରେ ଏମିତି ଅନେକ କିଛି ନଷ୍ଟ ହୋଇଯାଇଛି ଯାହା ଆଉ କେବେବି ଫେରିବା ସମ୍ଭବ ନୁହେଁ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

ତିତଲିକୁ ଏକ ବର୍ଷ । ସାମୁଦ୍ରିକ ଝଡ ତିତଲିର ତାଣ୍ଡବରେ ପୁରାଣ ପ୍ରସିଦ୍ଧ ଗଜପତିର ମହେନ୍ଦ୍ରଗିରି ଏବଂ ଏହାର ପାଦଦେଶ ଅଞ୍ଚଳ ମାନଚିତ୍ର ବଦଳି ଯାଇଥିଲା । ବିଭିନ୍ନ ସ୍ଥାନରେ ପାହାଡ ଧସିଯିବା ସହ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଆସିଥିବା ବନ୍ୟା ଜଳରେ ଭାସି ଯାଇ  48ଜଣଙ୍କ ମୃତ୍ୟୁ ହୋଇଥିଲା । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.