ETV Bharat / state

ନକଲି ଗୁଟଖା ଗୋଦାମରେ ଚଢାଉ, ଆର.କେ ଡିଲକ୍ସ ନାମକ ଗୁଟଖା ଜବତ

ଗଜପତି ଜିଲ୍ଲାର କାଶୀନଗର ଅଞ୍ଚଳରେ କିଛି ଅସାଧୁ ବ୍ୟବସାୟୀ ସୁଦୂର ପାହାଡ ଘେରା ଗ୍ରାମାଞ୍ଚଳରେ ନିରୀହ ଆଦିବାସୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ନକଲି କାରବାର ଚଳାଉଛନ୍ତି । କାଶୀନଗର ଥାନା ପୋଲିସ ଗତ କାଲି ଅପରାହ୍ନରେ ଚଢ଼ାଉ କରି ଆର.କେ ଡିଲକ୍ସ ନାମକ ଗୁଟଖା ଏକ ଗୋଦାମ ଗୃହରୁ ଜବତ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jan 23, 2021, 4:48 PM IST

ଅସାଧୁ ଗୁଟଖା ଗୋଦାମ ଉପରେ ଚଢାଉ, ଆର.କେ ଡିଲକ୍ସ ନାମକ ଗୁଟଖା ଜବତ

ଗଜପତି: ଜିଲ୍ଲାର କାଶୀନଗର ଅଞ୍ଚଳରେ କିଛି ଅସାଧୁ ବ୍ୟବସାୟୀ ତଥା ଗୁଟଖା ମାଫିଆମାନେ ଅର୍ଥ ଲୋଭରେ ପୋଲିସ ଆଖିରେ ଧୂଳି ଦେଇ କୋଟି କୋଟି ଟଙ୍କାର ମାଲିକ ହେବାପାଇଁ ସୁଦୂର ପାହାଡ ଘେରା ଗ୍ରାମାଞ୍ଚଳରେ ନିରୀହ ଆଦିବାସୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ନକଲି କାରବାର ଚଳାଉଛନ୍ତି । କାଶୀନଗର ଥାନା ସୀତାପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ରାମାୟାଗୁଡା ଗ୍ରାମରୁ କୌଣସି ସୂତ୍ରରୁ ଖବର ପାଇ କାଶୀନଗର ଥାନା ପୋଲିସ ଗତ କାଲି ଅପରାହ୍ନରେ ଚଢ଼ାଉ କରି ଆର.କେ ଡିଲକ୍ସ ନାମକ ଗୁଟଖା ଏକ ଗୋଦାମ ଗୃହରୁ ଜବତ କରିଛନ୍ତି । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି ।

ଉକ୍ତ ସ୍ଥାନରେ ଚଢ଼ାଉ ବେଳେ ଜଣକୁ ଗିରଫ କରି ଥାନାରେ ଅଟକ ରଖାଯାଇଛି । ଅନ୍ୟ ଦୁଇ ଜଣ ଫେରାର ଥିବା ଆଇ.ଆଇ.ସି ସୁଶାନ୍ତ ସାହୁ କହିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ସୀତାପୁର ଗ୍ରାମ ପଞ୍ଚାୟତ ମିନିଗାଁ ନିବାସୀ ଶାଶୁପିଲି ସୁଧୀର(୩୫) । କାଶୀନଗର ଥାନାରେ କେସ୍ ନମ୍ବର ୧୧, U/S ୪୨୦/୨୭୨/୨୭୩/୩୪ ଆଇ.ପି.ସି/ସେକସନ ୨୦ COTPA ACT ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.