ETV Bharat / state

ଗଜପତିରେ ଗୌରୀଆମ୍ମା ପୂଜା କଲେ ତେଲୁଗୁ ସଂମ୍ପ୍ରଦାୟ - କଳା,ସଂସ୍କୃତି ଓ ପରମ୍ପରା

ଆନ୍ଧ୍ର ସୀମାନ୍ତବର୍ତ୍ତି ଅଞ୍ଚଳ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ବହୁ ତେଲୁଗୁ ସଂମ୍ପ୍ରଦାୟ ବସବାସ କରିଥାନ୍ତି । ତେଣୁ ଏହା ଏକ ଗଣପର୍ବ ଭାବେ ଏଠାରେ ପାଳନ କରାଯାଇଥାଏ ।

Gauriamma Puja in Gajapati
ଗୌରୀଆମ୍ମା ପୂଜା ପାଳନ
author img

By

Published : Nov 1, 2020, 9:55 PM IST

Updated : Nov 1, 2020, 10:58 PM IST

ଗଜପତି: ପାରଳାଖେମୁଣ୍ଡି ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହୁଥିବା ତେଲୁଗୁ ସଂମ୍ପ୍ରଦାୟରେ ପାଳିତ ହୋଇଛି ଗୌରୀଆମ୍ମା ପୂଜା । ଏହା ଆନ୍ଧ୍ର ସୀମାନ୍ତବର୍ତ୍ତି ଅଞ୍ଚଳ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ବହୁ ତେଲୁଗୁ ସଂମ୍ପ୍ରଦାୟ ବସବାସ କରିଥାନ୍ତି । ତେଣୁ ଏହା ଏକ ଗଣପର୍ବ ଭାବେ ଏଠାରେ ପାଳନ କରାଯାଇଥାଏ । ଏହା ଏକ କୃଷିଭିତ୍ତିକ ପୂଜା ହୋଇଥିବାରୁ ସମସ୍ତ ଚାଷୀ ପରିବାର ଏହାକୁ ପାଳନ କରିଥାନ୍ତି ।

କଳା, ସଂସ୍କୃତି ଓ ପରମ୍ପରାର ସହର ପାରଳାଖେମୁଣ୍ଡି । ଏଠାରେ ଓଡ଼ିଆ ଏବଂ ତେଲୁଗୁ ସମ୍ପ୍ରଦାୟର ଲୋକେ ରହୁଥିବା ବେଳେ ଉଭୟ ଉଭୟଙ୍କ ପରମ୍ପରା ଓ ସଂସ୍କୃତିକୁ ପାଳନ କରିଥାନ୍ତି । ଏହି ପୂଜା କଲେ ଚାଷକାମ ଭଲ ହେବା ସହ କୌଣସି ପ୍ରକାର ରୋଗ ପୋକର ପ୍ରଭାବ ପଡିନଥାଏ । ଫଳରେ ଭଲ ଅମଳ ହୋଇଥାଏ ବୋଲି ବିଶ୍ଵାସ ରହିଛି ।

ଗୌରୀଆମ୍ମା ପୂଜା ପାଳନ

ନନ୍ଦି ବୃଷଭ ଉପରେ ନାଗଦେବତାଙ୍କ ସହ ଶିବ, ପାର୍ବତୀ ଏବଂ ଗଣେଶ ବସିଥିବା ମୃଣ୍ମୟୀ ପ୍ରତିମାକୁ ପୂଜା କରାଯାଇଥାଏ । କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ପୂଜାକୁ କେତେକ ଅତି କମରେ ୩ଦିନ ପାଳନ କରୁଥିବା ବେଳେ ଆଉ କେତେକ ୨୧ଦିନ ଯାଏଁ ପାଳନ କରିଥାନ୍ତି ।

କେବଳ ସେତିକି ନୁହେଁ ପୂଜା ମଣ୍ଡପ ଚାରିପାଖେ ମୁଗ ବୁଣିବା ଦ୍ଵାରା କୁମାରୀମାନଙ୍କୁ ଭଲ ବରପାତ୍ର ମିଳିଥାଏ ବୋଲି ମଧ୍ୟ ବିଶ୍ବାସ ରହିଛି । ତେଣୁ ଅନେକ କୁମାରୀ ମଧ୍ୟ ଏହି ପୂଜା କରିଥାନ୍ତି । ଜିଲ୍ଲାର ପାରଳାଖେମୁଣ୍ଡି ସହରର ସମେତ ବିଭିନ୍ନ ବିଭିନ୍ନ ସ୍ଥାନରେ ଏହାକୁ ପାଳନ କରାଯାଇଥାଏ । ପୁରୁଷ ପୁରୁଷ ଧରି ଏହାକୁ ପାଳନ କରିଆସୁଥିବା ଚାଷୀମାନେ ଚଳିତ ବର୍ଷ ମଧ୍ୟ ପାଳନ କରିଛନ୍ତି ।

ଜିଲ୍ଲାର ବିଭିନ୍ନ ସ୍ଥାନ ବିଶେଷ କରି ପାରଳାଖେମୁଣ୍ଡି ସହର, କାଶୀନଗର ଓ ଗୋଷାଣି ବ୍ଲକର ବିଭିନ୍ନ ସ୍ଥାନରେ ବହୁଳ ସଂଖ୍ୟାରେ ତେଲୁଗୁ ସଂପ୍ରଦାୟର ଲୋକେ ରହୁଥିବାରୁ ଏହି ପୂଜା କରାଯାଇଥାଏ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Nov 1, 2020, 10:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.