ETV Bharat / state

୩ ଜିଲ୍ଲାରେ କୋରୋନା ସ୍ଥିତି ନିୟନ୍ତ୍ରଣ, କଟକଣା ସମୟ କୋହଳ କଲେ ସରକାର - ଲକଡାଉନ୍ ନିୟମରେ କୋହଳ କରିଛନ୍ତି ସରକାର

କରୋନାର ଦ୍ଵିତୀୟ ଲହରିକୁ ନେଇ ସାରା ଦେଶ ଚିନ୍ତାରେ । ରାଜ୍ୟର ସ୍ଥିତି ମଧ୍ୟ ଜଟିଳ । ଏବେବି ସଂକ୍ରମଣ କମିବାର ନାଁ ଧରୁନାହିଁ । ସରକାର ରାଜ୍ୟରେ ଲକଡାଉନ୍ ଅବଧିକୁ ଆଉ ୧୬ଦିନ ବୃଦ୍ଧି କରିଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟର ୩ଟି ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ, ଲକଡାଉନ୍ ନିୟମରେ କୋହଳ କରିଛନ୍ତି ସରକାର

author img

By

Published : May 31, 2021, 10:42 PM IST

ଗଜପତି: କରୋନାର ଦ୍ଵିତୀୟ ଲହରିକୁ ନେଇ ସାରା ଦେଶ ଚିନ୍ତାରେ । ରାଜ୍ୟର ସ୍ଥିତି ମଧ୍ୟ ଜଟିଳ । ଏବେବି ସଂକ୍ରମଣ କମିବାର ନାଁ ଧରୁନାହିଁ । ସରକାର ରାଜ୍ୟରେ ଲକଡାଉନ୍ ଅବଧିକୁ ଆଉ ୧୬ ଦିନ ବୃଦ୍ଧି କରିଛନ୍ତି । ହେଲେ ରାଜ୍ୟର ୩ଟି ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାରୁ ଲକଡାଉନ୍ ନିୟମରେ କୋହଳ କରିଛନ୍ତି ସରକାର । ଏହି ୩ଟି ଜିଲ୍ଲା ମଧ୍ୟରେ ଗଜପତି ଜିଲ୍ଲା ରହିଛି ।

ରାଜ୍ୟର ୩ଟି ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ, ଲକଡାଉନ୍ ନିୟମରେ କୋହଳ କରିଛନ୍ତି ସରକାର

ଜିଲ୍ଲାରେ ଏପ୍ରିଲ ମାସରେ ୧୦୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମେ ମାସରେ ମୋଟ ୨୮୯୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । ତେବେ ଗତ ଏକ ସପ୍ତାହ ମଧ୍ୟରେ ମାତ୍ର ୫୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ତାରିଖରେ ୬୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫ତାରିଖରେ ୪୩ଜଣ, ୨୬ତାରିଖରେ ୭୪ଜଣ, ୨୭ ତାରିଖରେ ୮୦ଜଣ, ୨୮ତାରିଖରେ ୩୬ଜଣ, ୨୯ ତାରିଖରେ ୧୦୫ଜଣ, ୩୦ତାରିଖରେ ୬୯ ଜଣ ଏବଂ ୩୧ ତାରିଖରେ ୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସାଧାରଣ ଲୋକେ ଆଶ୍ବସ୍ତି ପ୍ରକାଶ କରିବା ସହ ଲକଡାଉନ୍ ନିୟମରେ କୋହଳ କରାଯାଇଥିବାରୁ ସ୍ଵାଗତ କରିଛନ୍ତି । ଆସନ୍ତାକାଲି ଠାରୁ ଜିଲ୍ଲାରେ ସକାଳ ୭ଟାରୁ ୧ଟା ଯାଏଁ ସମସ୍ତ ଦୋକାନ ବଜାର ଖୋଲା ରହିବ । ଏହାଦ୍ଵାରା ସାଧାରଣ ଲୋକଙ୍କ ଠାରୁ ବ୍ୟବସାୟୀଙ୍କ ଯାଏଁ ସମସ୍ତେ ଉପକୃତ ହୋଇଇପାରିବେ ।

ଏନେଇ ଜିଲ୍ଲାପାଳ କହିଛନ୍ତି ଯେ, ପ୍ରଥମ ଲହରି ସମୟରେ ଅଧିକ ମାତ୍ରାରେ ପ୍ରବାସୀ ଶ୍ରମିକ ଜିଲ୍ଲାକୁ ଆସିଥିଲେ । କିନ୍ତୁ ଏଥର ହାତଗଣତି କିଛି ପ୍ରବାସୀ ଶ୍ରମିକ ଜିଲ୍ଲାକୁ ଆସିଛନ୍ତି । ତେଣୁ ସେମାନଙ୍କୁ ସଙ୍ଗରୋଧରେ ରଖିବା ସହଜ ହୋଇଥିଲା । ସେହିପରି ଲୋକେ ସଚେତନ ହୋଇ ସରକାରଙ୍କ ନିୟମକୁ ମାନିବା ସହ ଅଧିକରୁ ଅଧିକ ଲୋକେ ନିଜ ଆଡୁ ପରୀକ୍ଷା ମଧ୍ୟ କରକାଇଛନ୍ତି । ଯେଉଁଥିପାଇଁ ଏହି ସଫଳତା ମିଳିଥିବା ଜିଲ୍ଲାପାଳ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.