ETV Bharat / state

ପାରଳାଖେମୁଣ୍ଡି ସହରର ବିଶୋଧନ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ - the process of chemical spray in city of Paralakhemundi

ଗଜପତି ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ କୋରୋନା ଭୁତାଣୁକୁ ନେଇ ସମସ୍ତେ ଚିନ୍ତିତ ଥିବାବେଳେ ଏଭଳି ସ୍ଥିତିରେ ପାରଳାଖେମୁଣ୍ଡି ସହରର ବିଶୋଧନ ପ୍ରକ୍ରିୟା ଆରମ୍ଭ କରିଛି ଗଜପତି ପ୍ରଶାସନ । ଅଧିକ ପଢ଼ନ୍ତୁ...

chemical spray in Paralakhemundi
ଗଜପତିରେ ବିଶୋଧନ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ
author img

By

Published : Apr 4, 2020, 12:29 AM IST

ଗଜପତି: ସାରା ଦେଶରେ ବର୍ତ୍ତମାନ ଲକଡାଉନ ପରିସ୍ଥିତି । ଗଜପତି ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ କୋରୋନା ଭୁତାଣୁକୁ ନେଇ ସମସ୍ତେ ଚିନ୍ତିତ ଥିବାବେଳେ ଏଭଳି ସ୍ଥିତିରେ ପାରଳାଖେମୁଣ୍ଡି ସହରର ବିଶୋଧନ ପ୍ରକ୍ରିୟା ଆରମ୍ଭ କରିଛି ଗଜପତି ପ୍ରଶାସନ ।

ଗଜପତିରେ ବିଶୋଧନ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ

ଅଗ୍ନିଶମ କର୍ମଚାରୀମାନେ ହାଇଡ୍ରୋ କ୍ଳୋରାଇଟ ପାଣିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଦୈନିକ ବଜାର ଏବଂ ମୁଖ୍ୟ ରାସ୍ତା ଭଳି ସର୍ବସାଧାରଣ ସ୍ଥାନକୁ ସିଞ୍ଚନ କରିବା ଆରମ୍ଭ କରିଛନ୍ତି । ସହକାରୀ ଅଗ୍ନିଶମ କର୍ମଚାରୀ ସନ୍ତୋଷ ପାଣିଗ୍ରାହୀଙ୍କ ନେତୃତ୍ବରେ ଜାରି ରହିଥିବା ଏହି କାର୍ଯ୍ୟକୁ ପୌର ପିରଷଦର ନିର୍ବାହୀ ଅଧିକାରୀ ତଦାରଖ କରୁଛନ୍ତି ।

ଏନେଇ ନିର୍ବାହୀ ଅଧିକାରୀ କହିଛନ୍ତି ଯେ, ଭୁତାଣୁ ଜନିତ ଭୟ ଲୋକଙ୍କ ମନରୁ ଦୂର କରିବା ପାଇଁ ସମସ୍ତ ଅଞ୍ଚଳକୁ ବର୍ତ୍ତମାନ ବିଶୋଧନ କରାଯାଉଛି । ତେବେ ସମସ୍ତେ ସରକାରଙ୍କ ନିୟମକୁ ମାନି ଚଳିଲେ, କୋରୋନା ସଂକ୍ରମଣର ଚେନକୁ ଆମେ ଭାଙ୍ଗିପାରିବା ବୋଲି ସେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.