ETV Bharat / state

ଦିନିକିଆ ଗଜପତି ଗସ୍ତରେ ରାଜ୍ୟ ଶ୍ରମ ଓ ସମନ୍ବୟ ସ୍ଵତନ୍ତ୍ର ସଚିବ - ଉନ୍ନତମୂଳକ କାର୍ଯ୍ୟ ସମୀକ୍ଷା କଲେ ସ୍ଵତନ୍ତ୍ର ସଚିବ

ରାଜ୍ୟ ଶ୍ରମ ଓ ସମନ୍ବୟ ସ୍ଵତନ୍ତ୍ର ସଚିବ ଦିନିକିଆ ଗସ୍ତରେ ଆସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

State Labour and Coordination  Secretary
State Labour and Coordination Secretary
author img

By

Published : Jun 1, 2023, 3:45 PM IST

Updated : Jun 1, 2023, 3:56 PM IST

State Labour and Coordination Secretary

ଗଜପତି: ରାଜ୍ୟ ଶ୍ରମ ଓ ସମନ୍ବୟ ସ୍ଵତନ୍ତ୍ର ସଚିବ ଚିତ୍ରା ଅରୁମୁଗମ ଦିନିକିଆ ଗସ୍ତରେ ଆସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଏହା ପରେ ସ୍ବତନ୍ତ୍ର ସଚିବ ଚିତ୍ରା ଅରୁମୁଗମ ସାମ୍ବାଦିକ ସମ୍ମିଳନୀରେ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଏହି ଗସ୍ତରେ ସ୍ଵତନ୍ତ୍ର ସଚିବଙ୍କ ସହିତ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରୋମାଞ୍ଚଳ ଖମାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହା ମଧ୍ୟ ପଢନ୍ତୁ- World Milk Day 2023: ଶରୀରକୁ କ୍ୟାଲସିୟମ ଯୋଗାଏ କ୍ଷୀର, କାହିଁକି ପାଳନ ହୁଏ ଦୁଗ୍ଧ ଦିବସ ଜାଣନ୍ତୁ

ତେବେ ସ୍ବତନ୍ତ୍ର ସଚିବ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ବୁଲି ଦେଖିବା ସହିତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ କଥା ହୋଇ ବିଭିନ୍ନ ୟୁନିଟ ଯାଇ ଆଲୋଚନା କରିଥିଲେ । ସେହିପରି ରାୟଗଡ଼ା ବ୍ଲକର ଗଣ୍ଡାହାତୀ ଗ୍ରାମର ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର ବୁଲି ଦେଖିବା ସହିତ ଗ୍ରାମ ପଞ୍ଚାୟତକୁ ଯାଇ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ସହିତ କଥା ହୋଇଥିଲେ । ସେହିପରି ଜିରାଙ୍ଗରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ସିଲେଇ କାମ ବୁଲି ଦେଖିବା ସହିତ ସେମାନଙ୍କର ଉନ୍ନତି ଉପରେ ଆଲୋଚନା କରିଥିଲେ । ଏଥିସହ 5T ଉଚ୍ଚ ବିଦ୍ୟାଳୟକୁ ମଧ୍ୟ ପରିଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ -ଶେରଗଡରୁ-ପୁରୀକୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ, VC ଜରିଆରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ- Eastern Ladakh Row: ଖୁବଶୀଘ୍ର ନୂଆଦିଲ୍ଲୀରେ ବସିବ ଭାରତ-ଚୀନ ସାମରିକ ବୈଠକ

ଅନ୍ୟପଟେ ଉଦ୍ୟାନ ଓ ସମ୍ମାନିତ ଅଧିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ମିଳିତ ସହଯୋଗରେ ସପୁରୀ ଜୁସ୍‌ ୟୁନିଟ୍ ବୁଲି ଦେଖିବା ସହିତ ସେଠାରେ ପରିଚାଳିତ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ । କଇଁପୁରରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ଵାରା ପରିଚାଳିତ ହେଉଥିବା କାଫେ କେନ୍ଦ୍ରକୁ ଦେଖିବା ସହିତ ସେଠାରେ ଭୋଜନ କରିଥିଲେ । ଏହାପରେ ରାୟଗଡ଼ା ବ୍ଲକ କାର୍ଯ୍ୟାଳୟର ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ସହିତ କଥା ହେବା ସହିତ ନୀତି ଆୟୋଗର ସମସ୍ତ ବ୍ଲକ କିପରି କାର୍ଯ୍ୟକାରୀ ହେଉଛି ସେ ବିଷୟରେ BDOମାନଙ୍କ ସହିତ ଆଲୋଚନା କରିଥିଲେ ।

ଇଟିଭି ଭାରତ, ଗଜପତି

Last Updated : Jun 1, 2023, 3:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.