ETV Bharat / state

National Cartoonists Day: ଚିତ୍ର ବଖାଣୁଛି ହଜାରେ କଥା, କରୁଛି ସଚେତନତା - କାର୍ଟୁନିଷ୍ଟ ଡେ ସ୍ପେଶାଲ ଷ୍ଟୋରୀ

ବିନା ଶବ୍ଦରେ ପିଲାଠୁ ବୁଢା ବୁଝିପାରୁଥିବା ଏକ ମାଧ୍ୟମ, ସେ ବତାଏନି...ବ୍ୟକ୍ତି, ସମାଜକୁ ଚେତାଏ, ଯାହାର ନାମ କାର୍ଟୁନ । ଚିତ୍ର ମାଧ୍ୟମରେ ହଜାରେ କଥା କହେ, ଅନୀତି, ଦୁର୍ନୀତିକୁ ସମାଲୋଚନା କରେ ଆଉ ସମାଜିକ ଚାଲିଚଳନିରେ ବି ସୁଧାର ଆଣେ ଏହି କାର୍ଟୁନ । ଆଜି ହେଉଛି ଏହି ସୁନ୍ଦର କଳାର ପରଦା ପଛରେ ଥିବା କଳାକାରଙ୍କ ଦିନଟିଏ । ଅର୍ଥାତ ଆଜି ଜାତୀୟ କାର୍ଟୁନିଷ୍ଟ ଦିବସ । ଅଧିକ ପଢନ୍ତୁ

National Cartoonists Day: ଚିତ୍ର ବଖାଣୁଛି ହଜାରେ କଥା, କରୁଛି ସଚେତନତା

author img

By

Published : May 5, 2022, 9:16 PM IST

ଗଜପତି: ବିନା ଶବ୍ଦରେ ପିଲାଠୁ ବୁଢା ବୁଝିପାରୁଥିବା ଏକ ମାଧ୍ୟମ, ସେ ବତାଏନି..ବ୍ୟକ୍ତି, ସମାଜକୁ ଚେତାଏ, ଯାହାର ନାମ କାର୍ଟୁନ । ଚିତ୍ର ମାଧ୍ୟମରେ ହଜାରେ କଥା କହେ, ଅନୀତି, ଦୁର୍ନୀତିକୁ ସମାଲୋଚନା କରେ ଆଉ ସମାଜିକ ଚାଲିଚଳନିରେ ବି ସୁଧାର ଆଣେ ଏହି କାର୍ଟୁନ । ଏକଦା ପିଲାଙ୍କ ମନୋରଞ୍ଜନର ମାଧ୍ୟମ ସାଜିଥିବା ଏହି କାର୍ଟୁନ ଆଜି ଏକ ସ୍ୱତନ୍ତ୍ର ପରିଚୟ ପାଇଛି ।

National Cartoonists Day: ଚିତ୍ର ବଖାଣୁଛି ହଜାରେ କଥା, କରୁଛି ସଚେତନତା

ଖବରକାଗଜ, ପତ୍ରିକା, ପୁସ୍ତକରେ ସ୍ଥାନ ପାଇଥିବା କାର୍ଟୁନକୁ ଇଣ୍ଟରନେଟ ଜମାନା ଦେଇଛି ନୂଆ ପରିଚୟ । ୱେବସାଇଟ, ସୋସିଆଲ ମିଡିଆ ସାଇଟ୍ ଏବଂ ବ୍ଲଗରେ ମଧ୍ୟ କାର୍ଟୁନର ଚାହିଦା ବଢିଛି । ତେବେ ଆଜି ହେଉଛି ଏହି ସୁନ୍ଦର କଳାର ପରଦା ପଛରେ ଥିବା କଳାକାରଙ୍କ ଦିନଟିଏ । ଅର୍ଥାତ ଆଜି ଜାତୀୟ କାର୍ଟୁନିଷ୍ଟ ଦିବସ ବା ନ୍ୟାସନାଲ କାର୍ଟୁନିଷ୍ଟ ଡେ। ସାମ୍ପ୍ରତିକ ଘଟଣା କିମ୍ବା ରାଜନୈତିକ ମନ୍ତବ୍ୟ କ୍ଷେତ୍ରରେ କାର୍ଟୁନର ବ୍ୟବହାରରେ ଆଦୃତି ବଢିଛି । ଅନେକ କାର୍ଟୁନିଷ୍ଟ ମଧ୍ୟ ସାମାଜିକ ଚାଲିଚଳନିର ପରିବର୍ତ୍ତନରେ ଆଗେଇ ଆସିଛନ୍ତି । ଏହି କଳାକାରଙ୍କ ମଧ୍ୟରୁ ପାରଳାଖେମୁଣ୍ଡିର ମୁର୍ମୁରୁ ଶେଖର ଅନ୍ୟତମ ।

ଏମ. ଶେଖର ୧୯୬୩ ମସିହା ସେପ୍ଟେମ୍ବର ୧୦ ତାରିଖରେ ପାରଳାଖେମୁଣ୍ଡି କୁମୁଟି ସାହିରେ ଜନ୍ମଗ୍ରହଣ କରିଥିଲେ । ସେ ଯେତେବେଳେ ୧୯୮୩ ମସିହାରେ କଲେଜ ପଢୁଥିଲେ ସେତେବେଳେ କାର୍ଟୁନ ପ୍ରତି ତାଙ୍କର ଆଗ୍ରହ ବଢିଥିଲା । ବିଭିନ୍ନ କାର୍ଟୁନ ପ୍ରସ୍ତୁତ କରିବା ପରେ ଏହାକୁ କିଭଳି ଲୋକଲୋଚନକୁ ଆଣିହେବ ସେନେଇ ଚିନ୍ତାରେ ଥିଲେ । ଏହାର କିଛି ଦିନ ପରେ ବିଭିନ୍ନ ଖବରକାଗଜ ସଂସ୍ଥାକୁ ସେହି ସବୁ କାର୍ଟୁନ ପଠାଇ ଏହାକୁ ପ୍ରକାଶ କରାଇବା ପାଇଁ ଅନୁରୋଧ କରିଥିଲେ । ୧୯୮୫ରେ ଏକ ତେଲୁଗୁ ଦୈନିକରେ ଏହା ପ୍ରକାଶ ପାଇ ଥିବାବେଳେ ସେହି ସଂସ୍ଥା ପକ୍ଷରୁ କିଛି ଟଙ୍କା ପାରିଶ୍ରମିକ ମଧ୍ୟ ପ୍ରଦାନ କରାଯାଇଥିଲା ।

ଏହାପରେ କାର୍ଟୁନ ପ୍ରତି ଶେଖରଙ୍କ ଉତ୍ସାହ ବଢିବା ସହ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅନେକ ବ୍ୟଙ୍ଗାତ୍ମକ କାର୍ଟୁନ ପ୍ରସ୍ତୁତ କରିବାରେ ଲାଗିଲେ । ବର୍ତ୍ତମାନ ତାଙ୍କ କାର୍ଟୁନ ଦେଶର ବିଭିନ୍ନ ଭାଷା ଏବଂ ଜାତୀୟ ଖବର କାଗଜରେ ପ୍ରକାଶ ହୋଇ ଥିବାବେଳେ କିଛି କିଛି ପାରିଶ୍ରମିକ ମଧ୍ୟ ପାଉଛନ୍ତି । ତେବେ ପାରିଶ୍ରମିକ ଠାରୁ ସମାଜର ପରିବର୍ତ୍ତନରେ ତାଙ୍କ କାର୍ଟୁନ ସହାୟକ ହେଉଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଶେଖର । ପୋଲାଣ୍ଡରେ ପ୍ରକାଶ ପାଇଥିବା କାର୍ଟୁନ ପୁସ୍ତକ, ୟୁବ୍ୟୁଟରେ ଏକମାତ୍ର ଭାରତୀୟ ଭାବେ ତାଙ୍କ କାର୍ଟୁନ ସ୍ଥାନ ପାଇଛି ।

ତେବେ ଓଡିଶାରେ କାର୍ଟୁନର ବ୍ୟବହାର ସଙ୍କୁଚିତ ହୋଇ ଥିବାବେଳେ କୌଣସି ପ୍ରତିଯୋଗିତା ମଧ୍ୟ ହେଉନଥିବାରୁ ଅନେକ କାର୍ଟୁନିଷ୍ଟମାନେ ମୁହଁ ଫେରାଇ ନେଉଥିବା ସେ କହିଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି । ଶେଖର ଜଣେ ସରକାରୀ କର୍ମଚାରୀ । ଦୀର୍ଘ ଦିନ ଧରି ସେ ପୂର୍ତ୍ତ ବିଭାଗରେ ଠିକାରେ କାମ କରିବା ପରେ କିଛି ବର୍ଷ ହେବ ସ୍ଥାୟୀ ନିଯୁକ୍ତି ପାଇଛନ୍ତି । ସେ ନିଜର ଚାକିରି ଜୀବନ ସହ କାର୍ଟୁନ ତିଆରିକୁ ମଧ୍ୟ ସମାନ ଗୁରୁତ୍ବ ଦେଉଛନ୍ତି । ଶେଷ ନିଶ୍ୱାସ ଥିବା ଯାଏଁ ଏହି ଧାରା ବଜାୟ ରଖିବେ ବୋଲି ସେ କହିଛନ୍ତି ।

ସେପଟେ ଶେଖରଙ୍କ ନିଶାକୁ ନେଇ ତାଙ୍କ ପତ୍ନୀ ଏମ.ମହାଲକ୍ଷ୍ମୀ ବେଶ ଆନନ୍ଦ ପ୍ରକାଶ କରିବା ସହ ଏଭଳି ଜଣେ କଳାକାଳରଙ୍କୁ ବିବାହ କରି ସେ ନିଜକୁ ଗର୍ବ ଅନୁଭବ କରୁଥିବା କହିଛନ୍ତି । କେବଳ ତାଙ୍କ ସ୍ତ୍ରୀ ନୁହନ୍ତି ସାଙ୍ଗସାଥୀମାନେ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି । ତେବେ ସମାଜ ସଂସ୍କାରରେ କାର୍ଟୁନର ମହତ୍ୱ ଯଥେଷ୍ଟ ରହିଛି । ତଥାପି, ଆମ ରାଜ୍ୟରେ କାର୍ଟୁନର ଚାହିଦା ଏତେ ନାହିଁ । ତେଣୁ ଏହାକୁ କିଭଳି ଆଗକୁ ନେଇ ହେବ ସେଦିଗରେ ପ୍ରୟାସର ଆବଶ୍ୟକତା ରହିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.