ETV Bharat / state

ଏସପି ସାରାଙ୍କ ମହାନତା: ଆଦିବାସୀ ଗାଁ କୁଲାଙ୍ଗରେ ବାଣ୍ଟିଲେ ଅତ୍ୟାବଶ୍ୟକ ସାମଗ୍ରୀ

ସିଣ୍ଡିବୁରର ଅଧିବାସୀଙ୍କୁ ସହାୟତା ପ୍ରଦାନ କରିବାର ଦିନ କେଇଟା ପରେ ଆଉ ଏକ ଆଦିବାସୀ ଗାଁ କୁଲାଙ୍ଗରେ ପହଞ୍ଚି ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛନ୍ତି ଗଜପତି ଏସପି ସାରା ଶର୍ମା । ଅଧିକ ପଢନ୍ତୁ....

author img

By

Published : Jun 27, 2020, 7:54 PM IST

ଏସପି ସାରାଙ୍କ ମହାନତା: ଆଦିବାସୀ ଗାଁ କୁଲାଙ୍ଗରେ ବାଣ୍ଟିଲେ ଅତ୍ୟାବଶ୍ୟକ ସାମଗ୍ରୀ
ଏସପି ସାରାଙ୍କ ମହାନତା: ଆଦିବାସୀ ଗାଁ କୁଲାଙ୍ଗରେ ବାଣ୍ଟିଲେ ଅତ୍ୟାବଶ୍ୟକ ସାମଗ୍ରୀ

ଗଜପତି: ସିଣ୍ଡିବୁରର ଅଧିବାସୀଙ୍କୁ ସହାୟତା ପ୍ରଦାନ କରିବାର ଦିନ କେଇଟା ପରେ ଆଉ ଏକ ଆଦିବାସୀ ଗାଁ କୁଲାଙ୍ଗରେ ପହଞ୍ଚି ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛନ୍ତି ଗଜପତି ଏସପି ସାରା ଶର୍ମା । ଏନେଇ ବଣ ପାହାଡ ଘେରା କୁଲାଙ୍ଗ ଗ୍ରାମବାସୀ ନିଜର ଖୁସି ବ୍ୟକ୍ତ କରିଥିବା ବେଳେ ଆଦିବାସୀଙ୍କ ଉନ୍ନତି ପାଇଁ ସାରାଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ଏପଟେ ଏନେଇ ସାରା କହିଛନ୍ତି ଯେ, ପ୍ରାଥମିକ ଭାବେ ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଛି । ଭବିଷ୍ୟତରେ ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ଗାଁର ଉନ୍ନତି ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ ।

କୋରୋନା ମାଡରେ ସାରା ଦେଶର ସ୍ଥିତି ବେହାଲ । ଏଭଳି ସ୍ଥିତିରେ ଗରିବ ଲୋକଙ୍କ ଅବସ୍ଥା କିଭଳି ଥିବ ତାହା ସହଜେ ଅନୁମେୟ । ତେଣୁ ସେଭଳି ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ଭୁବନେଶ୍ବରର ଜଣେ ବ୍ୟବସାୟୀ ସଞ୍ଜୟ ସାହୁ ଚାହୁଁଥିବା ବେଳେ ଗଜପତି ଏସପି ସାରା ଶର୍ମାଙ୍କ ସିଣ୍ଡିବୁର ଗ୍ରାମବାସୀଙ୍କୁ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ବିଭିନ୍ନ ଗଣମାଧ୍ୟମରେ ଦେଖିଥିଲେ । ତେଣୁ ସେ ତୁରନ୍ତ ଏସପିଙ୍କ ସହ ଯୋଗାଯୋଗ କରି ଏଭଳି ଗାଁକୁ ସହଯୋଗ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ତେବେ ଗୁମା ବ୍ଲକ ବଡକଳାକୋଟ ଫଚାୟତର କୁଲାଙ୍ଗ ଗାଁ ଏସପିଙ୍କ ନଜରକୁ ଆସିଥିଲା ।

ଗତ ୨୦୧୯ ମସିହା ଅକ୍ଟୋବର ମାସରେ ପ୍ରବଳ ବର୍ଷା ଯୋଗୁଁ ଏହି ଗାଁରେ ଭୂସ୍ଖଳନ ହୋଇ ଅନେକ ଘରଦ୍ବାର ନଷ୍ଟ ହୋଇଥିଲା । ଯଦିଓ କାହାର ଜୀବନ ଯାଇନଥିଲା, ତଥାପି ପ୍ରବଳ କ୍ଷୟକ୍ଷତି ହୋଇଥିଲା । ତେଣୁ ଏହି ଗାଁକୁ ଅଧିବାସୀଙ୍କୁ ସହାୟତା ଯୋଗାଇବାକୁ ମନସ୍ଥ କରିଥିଲେ । ଏହାପରେ ସଂପୃକ୍ତ ବ୍ୟବସାୟୀଙ୍କୁ ସହାୟତା ଏବଂ ମୋ ସରକାର ପାଣ୍ଠିରୁ କିଛି ସହାୟତା ମିଶାଇ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ କିଣି ସେହି ଗାଁରେ ପହଞ୍ଚିଥିଲେ ସାରା । ସେଗୁଡିକ ଲୋକଙ୍କୁ ଦେବା ସହ ଭବିଷ୍ୟତରେ ଏହି ଗାଁର ଉନ୍ନତି କିଭଳି ହେବ ସେନେଇ ପ୍ରଶାସନ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଜିଲ୍ଲା ପ୍ରଶାସନ ସହ ପ୍ରାଥମିକ ଭାବେ ଆଲୋଚନା ଆରମ୍ଭ ହୋଇଥିବା ବେଳେ ପାହାଡ ଉପରେ ଥିବା ଏହି ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଥିବା ଏସପି ସୂଚନା ଦେଇଛନ୍ତି ।

ଗଜପତି ଜିଲ୍ଲା ଗୁମା ବ୍ଲକର କୁଲାଙ୍ଗ ଗାଁ । ପାହାଡୀ ଇଲାକାରେ ଥିବା ଏହି ଗାଁରେ 42ଟି ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଲୋକସଂଖ୍ୟା ପ୍ରାୟ ଦେଢଶହ । ଗତ ବର୍ଷ ଅକ୍ଟୋବର ମାସରେ ହୋଇଥିବା ଲଗାଣ ବର୍ଷା ଏହି ଗାଁର ଚିତ୍ର ବଦଳାଇ ଦେଇଥିଲା । ଭୋର ସମୟରେ ହୋଇଥିବା ଭୂସ୍ଖଳନରୁ ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଅନେକ ଘରଦ୍ବାର ଭାଙ୍ଗି ମାଟିରେ ମିଶିଯାଇଥିଲା । ଏପରିକି ଘରର ଆସବାବପତ୍ର ମଧ୍ୟ ମାଟିତଳେ ଚାପି ହୋଇ ରହିଯାଇଥିଲା । ଫଳରେ ଏହି ଗାଁର ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ । ତେବେ ସେମାନଙ୍କ ନିକଟରେ ସେତେବେଳେ ପ୍ରଶାସନ ପହଞ୍ଚି ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ଏ ଯାଏଁ ତାହା ମିଳିପାରିନାହିଁ । ହେଲେ ଜିଲ୍ଲାର ଜଣେ ଏସପି ତାଙ୍କ ଗାଁକୁ ଆସି ସହାୟତାର ହାତ ବଢ଼ାଇଥିବାରୁ ସମସ୍ତ ଗ୍ରାମବାସୀ ଖୁସି ପ୍ରକାଶ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.