ଗଜପତି: ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଘଟଣାରେ ପୋଲିସର ପଦକ୍ଷେପକୁ ସାରା ଦେଶରେ ସ୍ବାଗତ କରାଯାଉଛି । ଏହି ଘଟଣାରେ ସବୁ ମହଲରେ ପ୍ରଶଂସା ମଧ୍ୟ କରାଯାଇଛି ।
ତେବେ ଏହି ଘଟଣାକୁ ନେଇ ଗଜପତି ଏସପି ସାରା ଶର୍ମା ମୁହଁ ଖୋଲିଛନ୍ତି । ଘଟଣାକୁ ସ୍ବାଗତ କରିବା ସହ ଏହାଠିକ୍ ବୋଲି ସେ କହିଛନ୍ତି । ଏନେଇ ସେ କହିଥିଲେ ଏତେବଡ ଜଘନ୍ୟ ଅପରାଧ କରି ଖସି ପଳାଇଯିବା ପାଇଁ ଯେଉଁ ପ୍ରୟାସ କରିଥିବା ଆଦୌ କ୍ଷମଣୀୟ ନୁହେଁ । ପୋଲିସ ତା କାମ କରିଛି ସେଥିରେ କୌଣସି ଭୁଲ ନାହିଁ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ