ETV Bharat / state

ପୂଜା ଫୋକସରେ ପ୍ଲାଷ୍ଟର ଅଫ ପ୍ୟାରିସ, ମାଟି କାରିଗରଙ୍କ ହାତି ଖାଲି

author img

By

Published : Aug 29, 2019, 7:27 PM IST

ଆଧୁନିକତାର ଛାପ ତଳେ ମଳିନ ପଡିଯାଇଛି ପରମ୍ପରା । ମାଟିର ପବିତ୍ରତା ଓ ସୁଗନ୍ଧକୁ ଫିକା କରୁଛି ଧଳା ଚୂନ ପ୍ଲାଷ୍ଟର ଅଫ ପ୍ୟାରିସ । ମର୍ଡର୍ଣ୍ଣ ସଭ୍ୟତା ଭିତରେ ହଜିଗଲାଣି କୌଳିକ ବୃତ୍ତି । ଯେଉଁଥିପାଇଁ ପବିତ୍ର ଗଣେଷ ପୂଜା ଅବସରରେ ବି ଖାଲିପଡିଛି ପାରଳାଖେମୁଣ୍ଡିର ମାଟି ମୂର୍ତ୍ତି କାରିଗରଙ୍କ ହାତ ।

ଡିଜାଇନ ଫଟୋ

ଗଜପତି: ଆଉ କିଛି ଦିନ ପରେ ବିଘ୍ନରାଜ ଗଣେଷଙ୍କ ପୁଜା ଆରମ୍ଭ ହେବ । ଏହାକୁ ନେଇ ଚଳଚଞ୍ଚଳ ଚର୍ତୁପାର୍ଶ୍ବ । କିନ୍ତୁ ପାରମ୍ପାରିକ ବୃତ୍ତି କରୁଥିବା ପାରଳାଖେମୁଣ୍ଡିର ମାଟି ମୂର୍ତ୍ତି କାରିଗର ଏବେ କୌଳିକ ବୃତ୍ତି ଛାଡିବା ଉପରେ । ଆଉ ଏହାର କାରଣ ବଜାରରେ ବିକ୍ରି ହେଉଥିବା ପ୍ଳାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ଗଜପତି

ଅଳ୍ପ ଖର୍ଚ୍ଚରେ ଶସ୍ତା ସୁନ୍ଦର ସାଙ୍ଗକୁ ଆକର୍ଷଣୀୟ ରୂପରେ ବଜାରରେ ପ୍ଲାଷ୍ଟର ଅଫ ପ୍ୟାରିସର ଗଣେଷ ମୂର୍ତ୍ତି ମିଳିଯାଉଛି । ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ବିଘ୍ନରାଜଙ୍କର ଦୋକାନ ଖୋଲି ବସିଛନ୍ତି ବେପାରୀ । ଚାହିଦା ଅଧିକ ରହୁଥିବାରୁ ଲାଭ ବି ଅଧିକ ହେଉଛି । ଏପଟେ କିନ୍ତୁ ମାଟି ମୂର୍ତ୍ତି କରୁଥିବା କାରଗରଙ୍କ ହାତ ଖାଲି । ଫଳରେ ଗୁଜୁରାଣ ମେଣ୍ଟାଇବାକୁ କିଏ ଅନ୍ୟ ବ୍ୟବସାୟ କରୁଛି ତ ପୁଣି କିଏ ଦାଦନ ଖଟିବାକୁ ବାଧ୍ୟ ହେଉଛି ।

ପାର୍ବଣର ରୁତୁ ଆସିଲେ କାରିଗରଙ୍କ ପୂରା ପରିବାର 2ମାସ ଧରି ଲାଗିପଡନ୍ତି ମୁଣ୍ମୟ ମୂର୍ତ୍ତି ତିଆରିରେ । ଏଥିରୁ ଉପାର୍ଜିତ ଧନ ବର୍ଷକର ଖର୍ଚ୍ଚ ତୁଲାଉଥିଲେ । ହେଲେ ବର୍ତ୍ତମାନ ପରିସ୍ଥିତି ଏଭଳି ହେଇଛି ଯେ, ଗ୍ରାହକ ପୂର୍ବରୁ ଅଗ୍ରୀମ ଟଙ୍କା ନହେଲେ ମୂର୍ତ୍ତି ତିଆରି କରିବାକୁ ଡରୁଛନ୍ତି କାରିଗର । ପୂର୍ବରୁ ପାରଳାଖେମୁଣ୍ଡିରେ 30ଗୋଟି ପରିବାର ମୂର୍ତ୍ତି ନିର୍ମାଣ କରି ଗୁଜରାଣ ମେଣ୍ଟାନ୍ତି । ହେଲେ ଏବେ ସମସ୍ୟା ଭିତରେ ଛନ୍ଦିହୋଇ ମାତ୍ର 5ରୁ 10 ଟି ପରିବାର ଏହି ବୃତ୍ତିକୁ ଜୀବିକା କରିଛନ୍ତି ।

ସେପଟେ ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ପୂଜାକୁ ନେଇ ପଣ୍ଡିତ ବି ଅସନ୍ତୋଷ । ବୈଦିକ ରିତିନୀତିକୁ ଅଣଦେଖା କରି ଭିନ୍ନ ଭିନ୍ନ ବିକୃତ ଶୈଳୀର ମୂର୍ତ୍ତି ପୂଜା ପାଉଛନ୍ତି । ଯାହାକି ପରିବେଶ ପ୍ରତି ବିପଦ ସାବ୍ୟସ୍ଥ ହେଉଛି । ଏପଟେ ଏ ନେଇ କଣ ପଦକ୍ଷେପ ରହିଛି ବୋଲି ପ୍ରଶ୍ନରେ ପୌର ନିର୍ବାହୀ ଅଧିକାରୀକହିଛନ୍ତି ଯେ, ମାଟିରେ ମୂର୍ତ୍ତି ତିଆରି ସହ ପ୍ରାକୃତିକ ରଙ୍ଗ ବ୍ୟବହାର ପାଇଁ ପ୍ରଦୁଷଣ ବୋର୍ଡର ନିୟମ ରହିଛି । କିନ୍ତୁ ଏହାକୁ ଅମାନ୍ୟ କରି ଯେଉଁମାନେ ପ୍ଲାଷ୍ଟର ଅଫ ପ୍ୟାରିସରେ ନିର୍ମିତ ମୂର୍ତ୍ତି ବ୍ୟବହାର କରୁଛନ୍ତି କିମ୍ବା ବିକ୍ରି କରୁଛନ୍ତି ସେମାନଙ୍କୁ ଏହାକୁ ବନ୍ଦ କରିବା ପାଇଁ ତାଗିଦ କରାଯିବ । ଯଦି ସେମାନେ ନଶୁଣିଲେ ତେବେ ଆଇନ ଆନୁସାରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ତେବେ ଏହି ସମସ୍ୟା କେବଳ ପାରଳାଖେଣୁଣ୍ଡିର ନୁହେଁ ସାରା ବିଶ୍ବର । କେବଳ ପର୍ବପର୍ବାଣୀ ପାଳନ କରି ଚୁପ ରହିଗଲେ ହେବନି । ବରଂ ଧାର୍ମିକ ଭାବନା ସହ ପରମ୍ପରାକୁ ବଜାୟ ରଖି ପରିବେଶ ସୁରକ୍ଷା କରିବାକୁ ଚେଷ୍ଟା କରିବା ଦରକାର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG - ARTIST IN PROBLEM
FORMAT - PKG
REPORTER — HARIHARA PATNAIK
PLACE - GAJAPATI
DATE - 28.08.2019
ଆଙ୍କର - ଆଉ କିଛି ଟା ଦିନ ପରେ ବିଘ୍ନରାଜ ଗଣେଷଙ୍କ ପୁଜା । ଏହାକୁ ନେଇ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ଚଳଚଞ୍ଚଳ । କିନ୍ତୁ ଏଠାକାର ସ୍ଥାନୀୟ କଳାକାର ଯେଉଁମାନେ ବିଘ୍ନରାଜଙ୍କ ମୁର୍ମୁୟ ମୁର୍ତ୍ତିକୁ ନିର୍ମାଣ କରିଥାନ୍ତି ସେହି କଳାକାରଙ୍କ ପରିବାର ବର୍ତ୍ତମାନ କୌଳିକ ବୃତ୍ତି ଛାଡିବାକୁ ବାଧ୍ୟ ହେଲେଣି । ବଜାରରେ ଯାକ ଜମକରେ ବିକ୍ରୀ ହେଉଥିବା ପ୍ଳଷ୍ଟର ଅଫ ପେରିସର ମୁର୍ତ୍ତି କଳାକାର ମାନଙ୍କ ଅଣ୍ଟା ଭାଙ୍ଗିଦେଇ ନିଜ କୈଳିକ ବୃତ୍ତି ଛାଡିାବାକୁ ବାଧ୍ୟ କରୁଛି । ଯାହାକୁ ବୈଦିକ ରିତି ମଧ୍ୟ ବିରୋଧ କରିଛି ।
Body:ଭିଓ 01 - ଆଉ କିଛି ଦିନ ପରେ ବିଘ୍ନରାଜ ଗଣେଷଙ୍କ ପୁଜା ଆରମ୍ଭ ହେବ । ଏହାକୁ ନେଇ ଚାରିପେଟ ପରିବେଶ ଚଳଚଞ୍ଚଳ । କିନ୍ତୁ ନିଜ ପାରମ୍ପାରିକ ବୃତ୍ତି କରୁଥିବା ପାରଳାଖେମୁଣ୍ଡିର କାରିଗର ନିଜ କୈଳିକ ବ଼ର୍ତ୍ତି ଛାଡିବା ପାଇଁ ବାଧ୍ୟ ହେଉଛନ୍ତି । ବଜାରରେ ବିକ୍ରୀ ହେଉଥିବା ପ୍ଳାଷ୍ଟର ଅଫ ପେରିସର ମୁର୍ତ୍ତି ଅଳ୍ଫ ଖର୍ଚ୍ଚରେ ଏବଂ ବହୁ ଆକ୍ରଶଣୀୟ ରଙ୍ଗରେ ସହଜରେ ଉପଲବ୍ଧୀ ହେଉଥିବାରୁ ମୁର୍ମ୍ମୟ ମୁର୍ତ୍ତୀ ନିର୍ମାଣ କରୁଥିବା ପରିବାର ମାନଙ୍କୁ ବର୍ତ୍ତମାନ ଜୀବନ ଧାରଣର ପନ୍ଥା ପାଇଁ ଅନ୍ୟ ବ୍ୟବସୟ କରିବାକୁ ବାଧ୍ୟ ହେବାକୁ ପଡୁଛି । ପାର୍ବଣର ରୁତୁ ଆସିଲେ କାରିଗର ମାନଙ୍କ ସବୁ ପରିବା ଲୋକ ଲାଗୀପଡନ୍ତି ନିଜ ବାର୍ଷିକ ରୋଜଗାର ପାଇଁ 2ମାସ ଧରି ମୁର୍ମୟ ମୁର୍ତ୍ତୀ ତିଆରି କରି ବର୍ଷକର ପାରିବାର ଖର୍ଚ୍ଚ ତୁଲାଉଥିଲେ । ବର୍ତ୍ତମାନ ପରିସ୍ଥିତି ଏଭଳି ହେଇଛି କୌଣସି ଗ୍ରାହକ ପୂର୍ବରୁ ଅଗ୍ରୀମ ଟଙ୍କା ନହେଲେ ମୁର୍ତ୍ତି ତିଆରି ହୋଇପାରିବ ନାହିଁ । କାରଣ ଦିନକୁ ଦିନ ମୁର୍ମୟ ମୁର୍ତ୍ତି ଚାହିଦା କମିବାରେ ଲାଗିଛି । ପାରଳାଖେମୁଣ୍ଡିରେ 30ଗୋଟି ପରିବାର ମୁର୍ତ୍ତି ନିର୍ମାଣ କି ନିଜ ଗୁଜରାଣ ମେଣ୍ଟାଉଥିଲେ । ବର୍ତ୍ତମାନ କାରିଗରଙ୍କ ସଂଖ୍ୟ କମି 5ରୁ 10 ଟି ପରିବାର କେବଳ ଏହି ବୃର୍ତ୍ତି କରୁଛନ୍ତି । ଅନ୍ୟମାନେ ଏହ୍ କଳାକୁ ଛା୍ ଜି ପେଟ ପଟଣା ପାଇଁ ଅନ୍ୟ ବ୍ୟବସାୟ କରୁଛନ୍ତି ତ, କିଛି ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଚାଲିଗଲେଣି । ବହୁ ଆକର୍ଷଣୀୟ ରଙ୍ଗକୁ ସୁଶଜିତ ପ୍ଳାଷ୍ଟର ଅଫ ପେରିସର ମୁର୍ତ୍ତି ବର୍ତ୍ତମାନ ସହଜରେ ବଜାରରେ ଉପଲ୍ଲଧୀ ହେଇପାରିଥିବାରୁ ପାରଳାଖେମୁଣ୍ଡି ସହରର ବିଭିନ୍ନ ଜାଗାରେ ବିଘ୍ନରାଜଙ୍କର ଦୋକାନ ଖୋଲି ବସିଛନ୍ତି ବେପାରୀ ମାନେ । ଏହି ବେପାରରେ ଭଳ ଲାଭବାନ ବି ହେଉଛନ୍ତି । ସେମାନଙ୍କ କହିବା ହେଲା ଏହି ମୁର୍ତ୍ତିର ବଜାରରେ ଚାହିଦା ରହିଛି । ଲୋକେ ଏହାକୁ ପସନ୍ଦ କରୁଛନ୍ତି, ବ୍ୟବସାୟ ଭଲ ଚାଲୁଥିବା କହିଛନ୍ତି ଦେକାନୀ । ............
         ବାଇଟ 01- ଦିବାକର ବିନ୍ଧାଣିରତ୍ନ ( ମୃର୍ତ୍ତି କାରିଗର)
         ବାଇଟ 02- ଚନ୍ଦନ ସୁଆର ( ମୃର୍ତ୍ତି ବେପାରୀ )
ଭିଓ 02 - ବୈଦିକ ରିତି ଅନୁସାରେ ବିଘ୍ନରାଜଙ୍କ ମୁର୍ତ୍ତି ପୂଜା ପାଇଁବା ପାଇଁ ସ୍ବତନ୍ତ୍ର ନିୟମ ରହିଛି । ସମ୍ବବତଃ ସୁନା କିମ୍ବା ରୁପା ମୁର୍ତ୍ତି ନଚେତ ମୁର୍ମୟ ମୁର୍ତ୍ତି ପୂଜା ପାଇବାର ବିଧି ବିଧାନ ରହିଛି । କିନ୍ତୁ ଆଧୁନିକତାର ଛାପରେ ବଜାରରେ ବିକ୍ରୀ ହେଉଥିବା ପ୍ଳାଷ୍ଟର ଅଫ ପେରିସର ମୁର୍ତ୍ତି ଗ୍ରହଣ ଯୋଗ୍ୟ ନୁହେଁ । ଲୋକେ ନିଜ ବିଘ୍ନ ବିନାଶ କରିବା ପାଇଁ ବିଘ୍ନ ରାଜଙ୍କୁ ପୂଜା କରିବା ବଦଳରେ ବିନାସକୁ ଆପଣାଇଛନ୍ତି । ଯାହାକି ପରିବେଶ ପ୍ରତି ବିପଦ ରହିଛି ବୋଲି ପୁରୋହିତ ଏବଂ ପଣ୍ଡିତ ମାନେ କହିଛନ୍ତି ।
ବାଇଟ 03 - ପଣ୍ଡିତ ଜଗନ୍ନାଥ ରଥର୍ଶମା (ସଭାପତି , ଆଦିତ୍ୟ ବାହିନୀ )
ଭିଓ 03-ମାଟିରେ ମୂର୍ତି ତିଆରି କରିବା ସହ ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ପାଇଁ ପ୍ରଦୁଷଣ ବୋର୍ଡର ନିୟମ ରହିଛି । କିନ୍ତୁ ଏହାକୁ ନମାନି ଯେଉଁମାନେ ପ୍ଲାଷ୍ଟର ଅଫ ପ୍ୟାରିସରେ ନିର୍ମିତ ମୂର୍ତି ବ୍ୟବହାର କରୁଛନ୍ତି କିମ୍ବା ବିକ୍ରି କରୁଛନ୍ତି ସେମାନଙ୍କୁ ଏହାକୁ ବନ୍ଦ କରିବା ପାଇଁ ତାଗିଦ କରାଯିବ, ସେମାନେ ନଶୁଣିଲେ ଆଇ ଆନୁସାରେ ପରବର୍ତି ପଦକ୍ଷେପ ଗ୍ରହଣ କରାଯି୍ବ ବୋଲି ପୌର ନିର୍ବାହୀ ଅଧି୍କାରୀ କହିଛନ୍ତି ।...................
         ବାଇଟ 04- ଅଶୋକ କୁମାର ରାଉତ ( ନିର୍ବାହୀ ଅଧିକାରୀ, ପାରଳାଖେମୁଣ୍ଡି ପୌରପରିଷଦ)
Conclusion:ଫାଭିଓ - ବର୍ତ୍ତମାନ ସାରା ବିଶ୍ବରେ ପରିବେଶକୁ ନେଇ ସମସ୍ତେ ଚିନ୍ତିତ । ସେଭଳି ସ୍ଥଳେ ଧାର୍ମୀୟ ଭାବନାକୁ ନେଇ ପରିବେଶ ଉପରେ କୁପ୍ରଭାବ ପଡୁଥିବା ବିଷୟ ଏବେ ଅତ୍ୟନ୍ତ ସମ୍ବେଦନଶୀଳ । ବର୍ତ୍ତମାନ ସମସ୍ତେ ଏହାକୁ ଚିନ୍ତା କରିବାର ସମୟ ଆସିଛି । ......................
.......................ଗଜପତିରୁ ହରିହର ପଟନାୟକ ଇଟିଭି ଭାରତ।..........................
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.