ETV Bharat / state

ବାମୁଣମଲା ଘାଟିରେ ଓଲଟିଲା ଘରୋଇ ବସ , ୨୦ ଯାତ୍ରୀ ଆହାତ

ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାମୁଣମଲା ଘାଟିରେ ଏକ ମିନି ବସ୍ ଓଲଟି ପ୍ରାୟ ୨୦ ଜଣ ଯାତ୍ରୀ ଆହାତ ହୋଇଛନ୍ତି । ଅଧିକ ପଢନ୍ତୁ

mini bus overturns in bamunamal ghati
mini bus overturns in bamunamal ghati
author img

By ETV Bharat Odisha Team

Published : Oct 2, 2023, 12:44 PM IST

Updated : Oct 2, 2023, 1:17 PM IST

ବାମୁଣମଲା ଘାଟିରେ ଓଲଟିଲା ଘରୋଇ ବସ

ଗଜପତି: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାମୁଣମଲା ଘାଟିରେ ଓଲଟିଲା ମିନି ବସ । ଗତଜନନୀ ନାମକ ଏକ ଘରୋଇ ମିନି ବସ୍ ଲଦିଗୁଡାରୁ ଯାତ୍ରୀମାନଙ୍କୁ ନେଇ ମୋହନା ଅଭିମୁଖେ ଯାଉଥିଲା । ସେହି ସମୟରରେ ବ୍ରେକ୍ ଫେଲ୍ ହୋଇଯିବାରୁ ବସଟି ଘାଟିରେ ଓଲଟି ପଡିଛି । ଫଳରେ ପ୍ରାୟ ୨୦ ଜଣ ଯାତ୍ରୀ ଆହାତ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ - ଘାଟିରେ ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବିରିକୋଟ ଡାକ୍ତର ଖାନରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମୋହନା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆହାତ ବ୍ୟକ୍ତିଙ୍କ ମଧ୍ୟରେ ୩ ଜଣ ଗର୍ଭବତୀ ରହିଥିବା ସୂଚନା ମିଳିଛି । ଅନ୍ୟପଟେ ଅଡ଼ବା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ - ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ବସ: ଶିକ୍ଷକ ମୃତ, ୪୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ନବରଙ୍ଗପୁରର ଚନ୍ଦାହାଣ୍ଡି ଘାଟିରେ ସ୍କୁଲ୍‌ ବସ ଓଲଟି ପଡ଼ିଥିଲା । ବସଟି ଉମରକୋଟ୍‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚନ୍ଦାହାଣ୍ଡିରେ ଚାଲିଥିବା ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗ ଦେବାକୁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା । ହେଲେ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଥିଲା । ଫଳରେ ୪୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହୋଇ ଥିବାବେଳେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା । ତେବେ ସେହି ବସରେ ଉମରକୋଟ ବ୍ଲକର ବଡ଼ଭରଣ୍ଡି , ଭାମିନି ଓ ନାୟକଗୁଡ଼ା ବିଦ୍ୟାଳୟର ଛାତ୍ରଛାତ୍ରୀ ଥିଲେ । ତେବେ ଦୁର୍ଘଟଣାଗ୍ରସ୍ତ ବସଟି ଏକ ଘରୋଇ ବସ୍ ଥିଲା । ଏହାର କ୍ଷମତା ୩୫ ରହିଥିବା ବେଳେ ଏଥିରେ ମୋଟ ୫୮ ଜଣ ଛାତ୍ରଛାତ୍ରୀ ସହିତ ୫ ଜଣ କ୍ରୀଡ଼ା ଶିକ୍ଷକ ରହିଥିଲେ । ଘାଟି ରାସ୍ତାରେ ବସଟିର ଗତି ଅଧିକ ରହିଥିବା ବେଳେ ବ୍ରେକ ଫେଲ ହୋଇଯାଇଥିଲା । ଫଳରେ ବସ୍‌ଟି ଦୁର୍ଘଟଣାର ଶିକାର ହୋଇଥିଲା ।

ଇଟିଭି ଭାରତ, ଗଜପତି

Last Updated : Oct 2, 2023, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.