ETV Bharat / state

କେରାଣ୍ଡି ପଞ୍ଚାୟତରେ ଜୋରଦାର ପ୍ରଚାର, ଭୋଟରଙ୍କ ମନ ଜିଣୁଛନ୍ତି ପ୍ରାର୍ଥୀ

ପାଖଉଛି ନିର୍ବାଚନ ତାରିଖ । ଗଜପତି ଜିଲ୍ଲା ଗୋଷାଣି ବ୍ଲକର କେରାଣ୍ଡି ପଞ୍ଚାୟତରେ ଜମୁଛି ପ୍ରଚାର । ପଞ୍ଚାୟତରେ ୯ ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ଲଢୁଥିବାବେଳେ ୫ ଜଣ ସମିତିସଭ୍ୟ ପ୍ରାର୍ଥୀ ପାଇଁ ଛିଡା ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Feb 12, 2022, 9:05 PM IST

କେରାଣ୍ଡି ପଞ୍ଚାୟତରେ ଜୋରଦାର ପ୍ରଚାର : ଘର ଘର ବୁଲି ଭୋଟରଙ୍କ ମନ ଜିଣୁଛନ୍ତି ପ୍ରାର୍ଥୀ

ଗଜପତି: ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପାଇଁ ଏବେ ଗାଁରେ ନେତା ଓ କର୍ମୀଙ୍କ ଭିଡ ଜମୁଛି । ଗଜପତି ଜିଲ୍ଲା ଗୋଷାଣି ବ୍ଲକର କେରାଣ୍ଡି ପଞ୍ଚାୟତରେ ନିର୍ବାଚନର ଉଷ୍ଣତା ମଧ୍ୟ ଦେଖିବାକୁ ମିଳିଛି ।

ଏହି ପଞ୍ଚାୟତର ମୋଟ ଭୋଟରଙ୍କ ସଂଖ୍ୟା 4790 । ସେଥିମଧ୍ୟରୁ ପୁରୁଷ ଭୋଟର 2412 ହୋଇଥିବା ବେଳେ ମହିଳା ଭୋଟର ରହିଛନ୍ତି 2378 । କେରାଣ୍ଡି, ବି.ସୀତାପୁର, ଅମରା, ଡାଳିମ୍ବପୁର, ରାମସ୍ବାମୀପୁର, ଦେବିତି, ଢାମୁଣିଗାଁ ଆଦି ୭ଟି ରାଜସ୍ବ ଗାଁକୁ ନେଇ ଗଠିତ ଏହି ପଞ୍ଚାୟତ । ପଞ୍ଚାୟତରେ ରହିଛି ୧୧ଟି ୱାର୍ଡ ।

ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଏହି ପଞ୍ଚାୟତର ସରପଞ୍ଚ ପଦବୀ ଗତଥର ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଚଳିତ ଥର ଅଣସଂରକ୍ଷିତ ରହିଛି । ଏଥର ଏହି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ 9ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିବାବେଳେ 5 ଜଣ ସମିତିସଭ୍ୟ ପ୍ରାର୍ଥୀ ରହିଛନ୍ତି । ଫେବୃୟାରୀ 24 ତାରିଖରେ ଏଠାକାର ଭୋଟର ସେମାନଙ୍କ ମତାଧିକାର ସବ୍ୟସ୍ତ କରିବେ ।

କିନ୍ତୁ ପ୍ରାର୍ଥୀମାନେ ଏବେ ଠାରୁ ନିଜର ସମର୍ଥକଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ପ୍ରାର୍ଥୀମାନେ ପଞ୍ଚାୟତର ବିଭିନ୍ନ ସମସ୍ୟା କଥା ଉଠାଇ ସେ ସବୁର ସମାଧାନ କରିବା ପାଇଁ ପ୍ରତିଶୃତି ଦେଉଛନ୍ତି । ଏହାସହ ଲୋକଙ୍କ ସୁଖଦୁଃଖରେ ସାଥୀ ହୋଇ ରହିବାର ଭରସା ଦେଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି ।

ଏହି ପଞ୍ଚାୟତରେ ଥିବା 9 ଜଣ ସରପଞ୍ଚ ଏବଂ 5 ଜଣ ସମିତିସଭ୍ୟ ପ୍ରାର୍ଥୀ ନିଜ ନିଜ ପାଇଁ ପ୍ରଚାର କରୁଥିବା ବେଳେ ସମସ୍ତେ ନିଜର ବିଜୟ ନେଇ ଆଶାବାଦୀ ରହିଛନ୍ତି । ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରିବା ସହ ବିଭିନ୍ନ ପ୍ରତିଶୃତି ଦେଇ ଭୋଟ ଭିକ୍ଷା କରୁଛନ୍ତି । ତେବେ ଗତ କିଛି ନିର୍ବାଚନରେ ପ୍ରତିଶୃତି ଅନୁସାରେ କାମ ହୋଇନଥିବାରୁ ଭୋଟର କ୍ଷୁବ୍ଧ ହୋଇଛନ୍ତି ।

ଏବେବି ପଞ୍ଚାୟତର ଅନେକ ଗାଁର ନାଳ ଠିକ ନଥିବା ଯୋଗୁଁ ଜଳ ନିଷ୍କାସନ ସମସ୍ୟା ହେଉଛି । ସେହିପରି ଅନେକ ଗାଁକୁ ପାନୀୟ ଜଳ ଯୋଗାଣ ହୋଇ ପାରି ନାହିଁ । ଅନେକ ଗରିବ ଲୋକେ ଆଜି ବି ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି । ତେଣୁ ଏଥରକ ପ୍ରାର୍ଥୀଙ୍କ କଥାରେ ନୁହେଁ କାମ କରିପାରୁଥିବା ଲୋକଙ୍କୁ ଭୋଟଦେବୁ ବୋଲି କହିଛନ୍ତି ଭୋଟର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.