ETV Bharat / state

Panchayat Poll: ସର୍ଗିସାହି ଏବଂ ନୂଆଗାଁ ଲୋକଙ୍କ ଭୋଟ ବର୍ଜନ - ଗଜପତି ନିର୍ବାଚନ ଅପଡେଟ

ଗଜପତି ଜିଲ୍ଲାର ଆର ଉଦୟଗିରି ବ୍ଲକ ଡାବାରାଗୁଡା ପଞ୍ଚାୟତର ସର୍ଗିସାହି ଏବଂ ନୂଆଗାଁର ଲୋକ ଭୋଟ ବର୍ଜନ କରିଛନ୍ତି । ଏହି ଦୁଇ ଗାଁ ପୂର୍ବରୁ ଛେଲାଗଡ ପଞ୍ଚାୟତ ଅଧିନରେ ଥିଲେ । କିନ୍ତୁ, ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ କରାଯାଇଥିଲା । ଅଧିକ ପଢନ୍ତୁ

Panchayat Poll: ସର୍ଗିସାହି ଏବଂ ନୂଆଗାଁ ଲୋକଙ୍କ ଭୋଟ ବର୍ଜନ

author img

By

Published : Feb 19, 2022, 9:06 AM IST

ଗଜପତି: ଜିଲ୍ଲାର ଆର ଉଦୟଗିରି ବ୍ଲକ ଡାବାରାଗୁଡା ପଞ୍ଚାୟତର ସର୍ଗିସାହି ଏବଂ ନୂଆଗାଁର ଲୋକ ଭୋଟ ବର୍ଜନ କରିଛନ୍ତି । ଏହି ଦୁଇ ଗାଁ ପୂର୍ବରୁ ଛେଲାଗଡ ପଞ୍ଚାୟତ ଅଧିନରେ ଥିଲେ । କିନ୍ତୁ, ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ କରାଯାଇଥିଲା । ଫଳରେ ଏହି ଦୁଇ ଗାଁ ନୂତନ ଭାବେ ଗଠିତ ଡାବାରାଗୁଡା ପଞ୍ଚାୟତରେ ରହିଥିଲା ।

Panchayat Poll: ସର୍ଗିସାହି ଏବଂ ନୂଆଗାଁ ଲୋକଙ୍କ ଭୋଟ ବର୍ଜନ

ଏହାକୁ ବିରୋଧ କରି ଏଠାକାର ଲୋକେ ୨୦୧୭ ପଞ୍ଚାୟତ ନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ ଏବଂ ଚଳିତ ପଞ୍ଚାୟତ ନିର୍ବାଚନରେ ଲୋକେ ଭୋଟ ବର୍ଜନ‌ କରିଛନ୍ତି । ସେମାନଙ୍କ ଦାବି ସବୁ ସ୍ତରରେ ଉପସ୍ଥାପନ କରାଯାଇଛି । କିନ୍ତୁ, କେହି ହେଲେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ତେଣୁ, ଦାବି ପୂରଣ ନହେବା ଯାଏଁ ସେମାନେ ଭୋଟ ଦେବେନାହିଁ ବୋଲି ଲୋକେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.