ETV Bharat / state

ରାଗିଗଲେ ପରାଜିତ ପ୍ରାର୍ଥୀ: ରାସ୍ତା ଖୋଳିଲେ, ପଥର ପକାଇଲେ - ରାସ୍ତା ବନ୍ଦ କଲେ ପରାଜିତ ପ୍ରାର୍ଥୀ

ନିର୍ବାଚନରେ ହାରିଗଲେ ବୋଲି ରାଗିଗଲେ ସରପଞ୍ଚ ପ୍ରାର୍ଥୀ । ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ପଥର ପକାଇଲେ, ଗାତ ଖୋଳିଲେ । ୨୪ ଘଣ୍ଟା ହେଲାଣି ରାସ୍ତାରେ ଯାତାୟତ କରିପାରୁନାହାନ୍ତି ଲୋକେ । ଅଧିକ ପଢନ୍ତୁ

ରାଗିଗଲେ ପରାଜିତ ପ୍ରାର୍ଥୀ: ରାସ୍ତା ଖୋଳିଲେ, ପଥର ପକାଇଲେ

author img

By

Published : Mar 3, 2022, 3:56 PM IST

ଗଜପତି: ସରିଛି ପଞ୍ଚାୟତ ନିର୍ବାଚନ । ଫଳାଫଳ ବି ଆସିଛି । ପଞ୍ଚାୟତ ପରୀକ୍ଷା ଫେଲ୍ ହେବା ପରେ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି ଜଣେ ସରପଞ୍ଚ ପ୍ରାର୍ଥୀ । ୫ ଖଣ୍ଡା ଗାଁ ଲୋକେ ତାଙ୍କୁ ଭୋଟ ନ ଦେଇଥିବାରୁ ସେ ଗାଁ ରାସ୍ତାରେ କେଉଁଠି ଗାତ ଖୋଳିଛନ୍ତି ତ ଆଉ କେଉଁଠି ପଥର ପକାଇଛନ୍ତି । ଏପରିଭାବେ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଗାତ ଖୋଳି ଓ ବଡ ବଡ ପଥର ରଖି ରାସ୍ତା ଅବରୋଧ କରିଛନ୍ତି । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତରୁ ସାମ୍ନାକୁ ଆସିଛି ଏହି ଘଟଣା । ଏଠି ନିର୍ବାଚନ ହାରିବା ପରେ ଏଭଳି ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବାରିକ ଶବର ।

ରାଗିଗଲେ ପରାଜିତ ପ୍ରାର୍ଥୀ: ରାସ୍ତା ଖୋଳିଲେ, ପଥର ପକାଇଲେ

ଗଙ୍ଗାବାଡ ପଞ୍ଚାୟତ ଉପରେ ଆନ୍ଧ୍ରପ୍ରଦେଶର ଲୋଲୁପ ଦୃଷ୍ଟି ରହିଛି । ସେଥିପାଇଁ ଅନେକ ସମୟରେ ଏଠାକାର ଲୋକଙ୍କୁ ନିଜ ଆଡକୁ ନେବାକୁ ଚେଷ୍ଟା କରେ । ହେଲେ ସ୍ଥାନୀୟ ସରପଞ୍ଚ ହରିବନ୍ଧୁ କାର୍ଜୀ ସବୁବେଳେ ଓଡ଼ିଶା ପାଇଁ ଜାଗ୍ରତି ପ୍ରହରୀ ଭାବେ କାମ କରନ୍ତି । ତେଣୁ ୧୫ ବର୍ଷରୁ ଅଧିକ ସମୟ ଧରି ସେ ଓ ତାଙ୍କ ପରିବାର ଲୋକେ ଗଙ୍ଗାବାଡ଼ ପଞ୍ଚାୟତରେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ସରପଞ୍ଚ ରୂପେ ନିର୍ବାଚିତ ହୋଇ ଆସୁଛନ୍ତି । ଚଳିତ ଥର ମଧ୍ୟ ହରିବନ୍ଧୁ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ହେଲେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ପରାଜିତ ସରପଞ୍ଚ ପ୍ରାର୍ଥୀ ବାରିକ ଶବର । ଏହାପରେ ସେ ତାଙ୍କୁ ଭୋଟ ଦେଇନଥିବା 5ଟି ଗାଁ ବଡ ପାଚିଡ଼ିଆ, ତଳ ସାହି, ଶଗଡ଼ିଆ, ଲୋବାକୁ ସଂଯୋଗ କରୁଥିବା ରାସ୍ତାରେ ଗାତ ଖୋଳି, ପଥର ପକାଇ ବାଟ ବନ୍ଦ କରିଥିବାର ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଲୋକେ ଏହାକୁ ବିରୋଧ କରିବାକୁ ସେମାନଙ୍କୁ ଧମକ ଚମକ ଦେଉଥିବାର ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଦୀର୍ଘ 24 ଘଣ୍ଟା ହେଲାଣି 5ଟି ଗାଁ ଲୋକେ ଯିବାଆସିବା କରିପାରୁ ନାହାନ୍ତି ।

ଏନେଇ ଅଭିଯୋଗ ପରେ ଗାରବନ୍ଧ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ହେଲେ ଗ୍ରାମବାସୀମାନେ ପୋଲିସକୁ ବିରୋଧ କରିଥିଲେ । ତେଣୁ ରାସ୍ତା ଅବରୋଧ ହଟାଇବାରେ ପୋଲିସ ସକ୍ଷମ ହୋଇପାରିନାହିଁ । ବାରିକ ଶବରଙ୍କ ପ୍ରତିକ୍ରିୟା ନେବାକୁ ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଗାଁରେ ନଥିବା ଗ୍ରାମବାସୀ କହିଛନ୍ତି । ତେବେ ଖୁବଶୀଘ୍ର ରାସ୍ତାରୁ ପଥର ହଟାଇବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି କହିଛନ୍ତି ଗାରବନ୍ଧ ଥାନା ଅଧିକାରୀ । ନିର୍ବାଚନରେ ହାର ଜିତ୍ ସାଧାରଣ କଥା । ହେଲେ ହାରିଲେ ଯେ ଭୋଟ ନ ଦେଇଥିବା ଲୋକଙ୍କ ରାସ୍ତା ବନ୍ଦ କରିବା ନିହାତି ଭାବେ ଗଜପତି ଜିଲ୍ଲା ପାଇଁ ପ୍ରଥମ ଏବଂ ଚର୍ଚ୍ଚାର ବିଷୟ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.