ଗଜପତି: ମୋହନା ପୋଲିସ ଓ ପରିବହନ ବିଭାଗ ମିଳିତ ଉଦ୍ୟମରେ ଆଜି ପାଳିତ ହୋଇଛି 32 ତମ ସଡକ ସୁରକ୍ଷା ସପ୍ତାହ । ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଏହି କାର୍ଯ୍ୟକ୍ରମର ନେତୃତ୍ବ ନୋଇଥିବା ଜଣା ପଡିଛି ତେବେ ଏହି ସଡ଼କ ସୁରକ୍ଷା ଅଭିଯାନ ମାଧ୍ୟମରେ ଜନ ସାଧାରଣ ତଥା ଗାଡିଚାଳକ ମାନଙ୍କୁ ସଚେତନ କରିବା ଲାଗି ମୋହନା କଲେଜ ଛକ ଠାରୁ ଏକ ମଟର ସାଇକେଲ ଶୋଭାଯାତ୍ରା ବାହାରି ସ୍ଥାନୀୟ ହାଇସ୍କୁଲ ଛକରେ ପହଞ୍ଚିଥିଲା
ଏହି କାର୍ଯ୍ୟକ୍ରମ ସମୟରେ ହେଲମେଟ ପିନ୍ଧିଥିବା ବାଇକ ଚାଳକମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ସେହିପରି ଚାରି ଚକିଆ ଗାଡି ଚାଳକ ସିଟବେଲ୍ଟ ପିନ୍ଧି ଗାଡିଚାଳନା କରୁଥିଲେ ତାଙ୍କୁ ମଧ୍ୟ ଗୋଲାପ ଫୁଲ ଦେଇ ଧନ୍ୟବାଦ ଜଣାଯାଇଥିଲା ।
ନିଜ ସୁରକ୍ଷା ପାଇଁ ଯାତ୍ରା ସମୟରେ ସବୁବେଳେ ହେଲମେଟ ବ୍ୟବହାର କରିବା ଏବଂ ଚାରିଚକିଆ ହେଉ ଅବା ଭାରୀଯାନ ଚାଳନା କଲା ସମୟରେ ସବୁବେଳେ ସିଟବେଲ୍ଟ ବ୍ୟବହାର କରିବାଲାଗି ଥାନା ଅଧିକାରୀ ନାୟକ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋହନା ପୋଲିସ ଓ ଜିଲ୍ଲା ପରିବହନ ବିଭାଗ କର୍ମଚାରୀମାନେ ସାମିଲ ହୋଇଥିଲେ ।
ଗଜପତିରୁ ହରିହର ପଟ୍ଟନାୟକ , ଇଟିଭି ଭାରତ