ETV Bharat / state

ରାସ୍ତା ପ୍ରଶସ୍ତିକରଣ ନାଁରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା, ବୃଦ୍ଧି ପାଉଛି ସମସ୍ୟା

author img

By

Published : Apr 15, 2021, 9:09 PM IST

ପାରଳାଖେମୁଣ୍ଡି ସହରର ରାସ୍ତା ପ୍ରଶସ୍ତିକରଣ କାମ ଦୀର୍ଘ ବର୍ଷ ହେଲା ଚାଲୁଥିଲେ ମଧ୍ୟ ତାହା ସରିବାର ନାଁ ଧରୁନାହିଁ । ରାସ୍ତା ପ୍ରଶସ୍ତିକରଣ ଆଳରେ ହେଉଥିବା କାମରେ ପ୍ରଶସ୍ତ କମ୍ ଉଚ୍ଚତା ଅଧିକ ହେଉଛି, ତାହାବି ଅତ୍ୟନ୍ତ ନିମ୍ନମାନର । ଅଧିକ ପଢନ୍ତୁ...

ରାସ୍ତା ପ୍ରଶସ୍ତିକରଣ ନାଁରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା, ବୃଦ୍ଧି ପାଉଛି ସମସ୍ୟା
ରାସ୍ତା ପ୍ରଶସ୍ତିକରଣ ନାଁରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା, ବୃଦ୍ଧି ପାଉଛି ସମସ୍ୟା

ଗଜପତି: ପାରଳାଖେମୁଣ୍ଡି ସହରର ରାସ୍ତା ପ୍ରଶସ୍ତିକରଣ କାମ ଦୀର୍ଘ ବର୍ଷ ହେଲା ଚାଲୁଥିଲେ ମଧ୍ୟ ତାହା ସରିବାର ନାଁ ଧରୁନାହିଁ । ରାସ୍ତା ପ୍ରଶସ୍ତିକରଣ ଆଳରେ ହେଉଥିବା କାମରେ ପ୍ରଶସ୍ତ କମ୍ ଉଚ୍ଚତା ଅଧିକ ହେଉଛି । ତାହାବି ଅତ୍ୟନ୍ତ ନିମ୍ନମାନର । ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ସ୍ଥିତି ଏଭଳି ହୋଇଥିବା ଲୋକେ ଅଭିଯୋଗ କରିବା ସହ ତୁରନ୍ତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ତେବେ କରୋନା ଯୋଗୁଁ କାମରେ ବିଳମ୍ବ ହୋଇଥିବା ସଫେଇ ଦେଇଛନ୍ତି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ।

ସହରର ମୁଖ୍ୟ ରାସ୍ତାର ପ୍ରଶସ୍ତିକରଣ ସହ ଉନ୍ନତିକରଣ ପାଇଁ ପୌରପରିଷଦ ନିଜ ଅଧିନରେ ଥିବା ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଥିଲା । ଇତି ମଧ୍ୟରେ 10 ବର୍ଷରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ଏହି ରାସ୍ତାର ସ୍ଥିତି ସୁଧୁରିବା ବଦଳରେ ଅଧିକ ଦୟନୀୟ ହୋଇପଡିଛି । ବିଶେଷ କରି ଏହି ପ୍ରକଳ୍ପ କାମ ଆରମ୍ଭ ହେବା ପରଠୁ ସହରବାସୀଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି ।

ଫରେଷ୍ଟ ଗେଟ ଛକରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାକୁ ପ୍ରଶସ୍ତ କରିବା ସହ ଏହାର ଉନ୍ନତିକରଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇ ଏହାର କାମ ଆରମ୍ଭ ହୋଇଛି । ହେଲେ ଇତି ମଧ୍ୟରେ ପ୍ରାୟ 4ବର୍ଷ ବିତିସାରିଥିଲେ ମଧ୍ୟ ଏହି କାମ ସଂପୂର୍ଣ୍ଣ ହେବା ତ ଦୂରର କଥା 50 ପ୍ରତିଶତ ମଧ୍ୟ ହୋଇନାହିଁ । ବିଶେଷ କରି ସହର ମଧ୍ୟ ସ୍ଥଳ ଯେଉଁଠାରେ ରାସ୍ତା ସଙ୍କୁଚିତ କାରଣରୁ ସବୁବେଳେ ଟ୍ରାଫିକ ସମସ୍ୟା ଉତ୍ପନ୍ନ ହେବା ସହ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି । ସେହି ସ୍ଥାନର ପ୍ରଶସ୍ତିକରଣ କାମ ପାଇଁ ଜବରଦଖଲ ଉଚ୍ଛେଦ କରାଯାଇଥିଲେ ମଧ୍ୟ ଏହାର ନିର୍ମାଣ କାମ ଆରମ୍ଭ ହୋଇନାହିଁ ।

ଜଳ ଯୋଗାଣ ପାଇଁ ପାଇପ ବିଛା କାମ ନାଳ ମଧ୍ୟରେ ହୋଇଥିବାରୁ ଲୋକେ ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି । ସେହିପରି କୋର୍ଟ ଛକରୁ ହସ୍ପିଟାଲ ଛକ ଯାଏଁ ଲମ୍ବିଥିବା ସହରର ଅନ୍ୟତମ ମୁଖ୍ୟ ରାସ୍ତାର ଉନ୍ନତିକରଣ କାମ ଆରମ୍ଭ ହୋଇଥିବା ବେଳେ ପ୍ରଶସ୍ତିକରଣର କୌଣସି ଯୋଜନା ନାହିଁ । ଏହି କାମ ଆରମ୍ଭ ହେବାର ଦୁଇ ବର୍ଷ ବିତି ସାରିଥିଲେ ମଧ୍ୟ ଅଧା କାମ ମଧ୍ୟ ହୋଇ ନାହିଁ । ଏପରିକି ରାସ୍ତାରେ ଥିବା କଲଭର୍ଟ କାମ ଆରମ୍ଭ ହୋଇଥିଲେ ମଧ୍ୟ ଦୀର୍ଘ ଦିନ ହେଲା ସରିପାରୁ ନାହିଁ । ଫଳରେ ସହରରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ରାସ୍ତା ନିର୍ମାଣ ବେଳେ ପୁରୁଣା ରାସ୍ତାକୁ ଖୋଳାନଯାଇ ତାହାରି ଉପରେ ହିଁ କଂକ୍ରିଟ ପକାଯାଉଥିବାରୁ ରାସ୍ତାର ଉଚ୍ଚତା ବୃଦ୍ଧି ହେଉଥିବା ଯୋଗୁଁ ଘର ଗୁଡିକ ତଳୁଆ ହୋଇଗଲାଣି । ଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତା କଡରେ ଥିବା ଘରେ ପାଣି ପଶିବା ସ୍ଵାଭାବିକ ।

କେବଳ ସେତିକି ନୁହେଁ ରାସ୍ତା କଡରେ ଥିବା ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ପୂର୍ବଭଳି ରହିଥିବାରୁ ଏହା ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର ଯାତାୟତ କରୁଥିବା ଗାଡିକୁ ଲାଗିବା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହେବ । ସହରର ମୁଖ୍ୟ ରାସ୍ତାକାମ ଅଧାପନ୍ତରିଆ ହୋଇ ପଡିରହିଥିବାରୁ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେବା ସହ ଛୋଟ ବଡ ଦୁର୍ଘଟଣାମାନ ମଧ୍ୟ ଘଟୁଛି । ଏହାକୁ ନେଇ ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କୋଟି କୋଟି ଟଙ୍କା ଖର୍ଚ୍ଚରେ ଯଦି ପୂର୍ତ୍ତ ବିଭାଗ ଏଭଳି କାମ କରିବାର ଥିଲା ତାହେଲେ ପୌରପରିଷଦ କ’ଣ ଏହା କରିପାରି ନଥାନ୍ତା କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବିନା କୌଣସି ପ୍ରଶସ୍ତିକରଣ ଏବଂ ବର୍ଷ ବର୍ଷ ଧରି ରାସ୍ତା କାମ ସରୁନଥିବା ବେଳେ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା କାମରେ ବିଳମ୍ବ କଥାକୁ ସ୍ବୀକାର କରିଛନ୍ତି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଦାଶ । ତେବେ ଏହି ଦୁଇଟି ରାସ୍ତାର ନିର୍ମାଣ କାମ ଚାଲିଥିଲେ ମଧ୍ୟ କରୋନା କଟକଣା ପାଇଁ କିଛି ବିଳମ୍ବ ହୋଇଥିବା ସଫେଇ ଦେଇଛନ୍ତି । ସେହିପରି ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର କରିବା କିମ୍ବା ଜଳ ଯୋଗାଣ ପାଇଁ ରହିଥିବା ପାଇଁ ସ୍ଥାନାନ୍ତରରେ ବିଳମ୍ବ ହେଉଥିବାରୁ ରାସ୍ତା କାମ ମଧ୍ୟ ବିଳମ୍ବ ହେଉଥିବା ସଫେଇ ଦେଇଛନ୍ତି । ତେବେ ଏହା କିଭଳି ଶୀଘ୍ର ସରିବ ସେନେଇ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି ।

ଗୋଟିଏ ପଟେ କାମର ମନ୍ଥର ଗତି ଏବଂ ଅନ୍ୟପଟେ ନିମ୍ନମାନର କାମକୁ ନେଇ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଏହା କେତେବେଳେ ବିସ୍ଫୋରକ ରୂପ ନେବ ତାହା କହିବା ମୁସ୍କିଲ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.